Home Infrastructure ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସଚିବ

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସଚିବ

ଫୁଲବାଣୀ : କନ୍ଧମାଳ ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଜିଲ୍ଲାପାଳ ଡା. ବୃନ୍ଦା ଡି.ଙ୍କ ସହିତ ପ୍ରଥମେ ଫୁଲବାଣୀ ଉପକଣ୍ଠ ତିଲକପଡ଼ାଠାରେ ନିର୍ମାଣାଧିନ ଭେଷଜ ମହାବିଦ୍ୟାଳୟ ପ୍ରକଳ୍ପର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ନିର୍ମାଣ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିୟ କରି, ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହା ପୂର୍ଣ୍ଣାଙ୍ଗ କରିବା ପାଇଁ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପରେପରେ, ମୁଖ୍ୟ ଶାସନ ସଚିବ ଘୁ.ଉଦୟଗିରିଠାରେ ନିର୍ମାଣାଧିନ ଗ୍ରୀଡ଼୍ ସବ୍‌ଷ୍ଟେସନ୍ ପ୍ରକଳ୍ପ, ଘୁ,ଉଦୟଗିରି ବାଳିକା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ କ୍ଳାସ୍ ରୁମ୍ ଏବଂ ସିର୍ତିଗୁଡ଼ା ଗ୍ରୀଡ଼୍ ଗ୍ରୀଡ଼୍ ସବ୍‌ଷ୍ଟେସନ୍ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରି ଅଗ୍ରଗତି ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଆବଶ୍ୟକତା ଅନୁସାରେ ନୂତନ ବୈଷୟିକ କୌଶଳ ପ୍ରୟୋଗ କରି ବିଦ୍ୟୁତ ଭି ିଭୂମି ବ୍ୟବସ୍ଥାକୁ ପ୍ରାକୃତିକ ବି ର୍ଯ୍ୟୟ ନିରୋଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ମଧ୍ୟ ଶ୍ରୀ ମହାପାତ୍ର ଜନୈକ କୃଷି ଉଦ୍ୟୋଗୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପନି ରିବା ଓ ହଳଦୀଚାଷ ଫାର୍ମ ପରି ଦର୍ଶନ କରି, ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ତାଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ବିପ୍ପଣୀ ନିମନ୍ତେ ଉପଲବ୍ଧ ସରକାରୀ ସୁବିଧା ବିଷୟରେ ଅବଗତ କରାଇଥିଲେ । ଅପରାହ୍ନରେ, ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବନ୍ଧଗଡ଼ସ୍ଥିତ କସମ୍ ମସଲା ପ୍ରକ୍ରିୟାକରଣ ଶିଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ସେଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ପ୍ରକଳ୍ପର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ ।

ସୂଚନା ଯୋଗ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଦୁଇଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ପରେ, ସ୍ଥାନୀୟ ପଞ୍ଝାୟତ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠଳରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ, ଜଳସେଚନ, ପର୍ଯ୍ୟଟନ, ଭେଷଜ ମହାବିଦ୍ୟାଳୟ, ସ୍ମାର୍ଟ ସ୍କୁଲ୍‌, ଆଦି କେତେକ ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେସମୀକ୍ଷା କରିଥିଲେ ।

ସମୀକ୍ଷା ବୈଠକରୁ ଜଣାପଡ଼ିଥିଲା ଯେ, ନିର୍ମାଣାଧୀନ ଫୁଲବାଣୀ ଭେଷଜ ମହାବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ନିର୍ଦ୍ଧାରୀତ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ୨୦୨୪ ମସିହା ସୁଦ୍ଧା ଜିଲ୍ଲାବାସୀଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟୁତ ସମସ୍ୟାର ସମାଧାନ ସହିତ ପ୍ରତ୍ୟେକ ଘରକୁ ଯେପରି ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ ଏବଂ ଜିଲ୍ଲାରେ ଯେପରି ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ହୋଇପାରିବ, ତାହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିର ଉନ୍ନତିକରଣ ସ୍ୱରୂ ବାଲିଗୁଡ଼ା ଓ ଘୁ.ଉଦୟଗିରିରେ ନବନିର୍ମିତ ଗ୍ରୀଡ଼୍ ଷ୍ଟେସନ୍‌, ତତ୍‌ସଂଲଗ୍ନ ୩/୧୧ କେ.ଭି. କ୍ଷମତା ବିଶିଷ୍ଟ ସବ୍ ଷ୍ଟେସନ୍ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନମାନଙ୍କରେ ସବ୍ ଷ୍ଟେସନ୍ ସ୍ଥାପନ ସମ୍ପର୍କିତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ପଚାରି ବୁଝିବା ସହିତ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।

ବିଭିନ୍ନ ସରକାରୀ ଯୋଜନା ସମେତ ବେସରକାରୀ ଉଦ୍ୟମରେ ବୃକ୍ଷରୋପଣ ଯୋଗୁଁ ଜିଲ୍ଲାରେ ବୃକ୍ଷରାଜି ଘନତ୍ୱ ବୃଦ୍ଧି ପାଇଥିବା ବୈଠକରୁ ଜଣାପଡ଼ିଥିଲା । ପରିବେଶ ପର୍ଯ୍ୟଟନ ପାଇଁ ଜିଲ୍ଲାରେ ଅଧିକ ସୁବିଧା ସୁଯୋଗ ଥିବାରୁ, ରାଜ୍ୟ ସରକାର ଏ\’ ଦିଗରେ ତତ୍ପର ଅଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିବା ସହିତ ଗତବର୍ଷ ଦାରିଙ୍ଗବାଡ଼ି ଠାରେ ଆୟୋଜିତ ଇକୋ-ରିଟ୍ରିଟ୍ ଅଦ୍ଭୂତପୂର୍ବ ସଫଳତା ହାସଲ କରିଥିବାରୁ, ଆଗାମୀ ପାଞ୍ଝ ବର୍ଷ ପର୍ଯ୍ୟନ୍ତ ସେଠାରେ ଇକୋ-ରିଟ୍ରିଟ୍ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ ।

ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସାମୁହିକ ଉନ୍ନତିକରଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଥିବାରୁ ସମ୍ପୃକ୍ତବିଭାଗ ମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଦାରିଙ୍ଗବାଡ଼ିକୁରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ ଏବଂ ଏଥିପାଇଁ ସେଠାରେ ଥିବା ପାନ୍ଥନିବାସକୁ ଏକ ଉନ୍ନତମାନର ହୋଟେଲ୍‌ରେ ପରିଣତ କରିବା ଦିଗରେ ପ୍ରଶାସନିକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ମଧ୍ୟ ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଥିଲେ ।

ଜିଲ୍ଲାରେ ଉଦ୍ୟାନ କୃଷିର ଚାହିଦାକୁ ଦୃଷ୍ଟିରେ ରଖି ଉଚିତ ବଜାର ବ୍ୟବସ୍ଥା, କୃଷିଜାତ ଓ ଜଙ୍ଗଲଜାତ ଦ୍ରବ୍ୟର ବିପ୍ପଣୀ, ଜଳସେଚନ, ଉଭୟ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧିନ ରାସ୍ତା ଓ ପୋଲ, ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ ।
ଗସ୍ତକାଳରେ ଶ୍ରୀ ମହାପାତ୍ର ଫୁଲବାଣୀ ସହର ନିକଟସ୍ଥ ସାଥିଗୁଡ଼ା ଠାରେ ୩୦ କୋଟିରୁ ଅଧିକ ଅର୍ଥ ରାଶିରେ ନିର୍ମାଣାଧିନ ଥିବା ୧୦୦ ପ୍ରକୋଷ୍ଠ ବିଶିଷ୍ଟ ବୃଦ୍ଧାଶ୍ରମ ଓ ଅନାଥାଶ୍ରମ ବୁଲି ଦେଖିବା ସହିତ ଏହା କାର୍ଯକ୍ଷମ ହେଲେ, ଜିଲ୍ଲାର ଅନ୍ୟତମ ଜରୁରୀ ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଥିଲେ ।

ପରେପରେ, ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ଇତିମଧ୍ୟରେ କନ୍ଧମାଳ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିଛି । ପୂର୍ବ ତୁଳନାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ଆଦି ବିଭିନ୍ନ କ୍ଷେତ୍ରରେ ଆମେ ସମସ୍ତେ ଆଜି ବିକାଶର ପଦଚିହ୍ନ ଦେଖି ପାରୁଛେ । ତତ୍‌ସହିତ, ପ୍ରଗତିର ଧାରା ବଜାୟ ରହିଲେ, ଆଗାମୀ କିଛି ବର୍ଷ ମଧ୍ୟରେ କନ୍ଧମାଳ ଜିଲ୍ଲା ରାଜ୍ୟର ଏକ ବିକଶିତ ଜିଲ୍ଲାରେ ପରିଣତ ହୋଇପାରିବ ବୋଲି ଶ୍ରୀ ମହାପାତ୍ର ଆଶାବ୍ୟକ୍ତ କରିଥିଲେ ।

ମୁଖ୍ୟ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ବୈଠକରେ, ଜିଲ୍ଲାପାଳ ଡା. ବୃନ୍ଦା ଡି., ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱ ରଞ୍ଜନ ନାୟକ, କନ୍ଧମାଳ ଉପ-ଜିଲ୍ଲାପାଳ ଶ୍ରୀ ଶେଷଦେବ ମିଶ୍ର, ବାଲିଗୁଡ଼ା ଉପ-ଜିଲ୍ଲାପାଳ ଡା. ଏୁଭଙ୍କର ମହାପାତ୍ର ଏବଂ ବିଭିନ୍ନ ବିଭାଗୀୟ ସରକାରୀ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here