Home Excise ଇ-ଅଫିସ ର ଶୁଭାରମ୍ଭ

ଇ-ଅଫିସ ର ଶୁଭାରମ୍ଭ

ଭୁବନେଶ୍ୱର : ଅବକାରୀ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଦ୍ୱାରା ଆଜି ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମରେ ‘ଇ-ଅଫିସ୍‌’ ର ଶୁଭାରମ୍ଭ ହୋଇଛି ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅବକାରୀ ଆୟୁକ୍ତ ଶ୍ରୀ ଅଶିଷ କୁମାର ସିଂହ, ଓଡିଶା ପାନୀୟ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ କୁମାର ଷଢଙ୍ଗୀ, ଅତିରିକ୍ତ ଅବକାରୀ ଆୟୁକ୍ତ ଶ୍ରୀ ରାମଚନ୍ଦ୍ର ପାଲଟା, ସି.ଏମ୍‌. ଜି. ଆଇ. ନିର୍ଦ୍ଦେଶକ ଶ୍ରୀ ସତ୍ୟପ୍ରିୟ ରଥ ଓ ଏନଆଇସିର ଶ୍ରୀ ବିଭୂ ପ୍ରସାଦ ମିଶ୍ର ଯୋଗଦେଇ ଇ-ଅଫିସ୍ ର ଉପାଦେୟତା ତଥା ସରକାରଙ୍କ ୫-ଟି ଉପରେ ଏହା ପର୍ଯ୍ୟବେସିତ ହୋଇଥିବା ମତାମତ ପ୍ରଦାନ କରିଥିଲେ ।

ଅବକାରୀ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ଧଳ ଆଗାମୀ ଦିନରେ ଇ-ଅଫିସ୍ ଅବକାରୀ ନିର୍ଦ୍ଦେଶାଳୟ ଓ ଓଡିଶା ପାନୀୟ ନିଗମର କାର୍ଯ୍ୟଧାରାରେ ବ୍ୟାପକ ସହାୟକ ହେବ ବୋଲି ଆଶା ପ୍ରକଟ କରିଥିଲେ ।

ଇ-ଅଫିସ୍ ଦ୍ୱାରା ବିଭିନ୍ନ ଜିଲ୍ଲାରେ ଥିବା ଜିଲ୍ଲା କାର୍ଯ୍ୟାଳୟ, ଅବକାରୀ ଥାନା ଓ ଅବକାରୀ ଉପାୟୁକ୍ତଙ୍କ କାର୍ଯ୍ୟାଳୟ ସହ ତୁରନ୍ତ ଚିଠିର ଆଦାନ ପ୍ରଦାନ ହେବା ସହ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ ଭାବେ ହୋଇପାରିବ । ପ୍ରକାଶ ଥାଉକି ଯେ ଇ-ଅଫିସ୍ ଏନ୍‍ଆଇସି ଦ୍ୱାରା ବିକାଶ କରାଯାଇ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ଉପଯୋଗ ହେଉଅଛି । ଏହା ଦ୍ୱାରା ପୂର୍ବରୁ ଚାଲି ଆସୁଥିବା ଅଫ୍ ଲାଇନ୍ ବଦଳରେ ସମସ୍ତ କାର୍ଯ୍ୟ ଅନ୍ ଲାଇନ୍ ମାଧ୍ୟମରେ ସ୍ୱଳ୍ପ ସମୟରେ କ୍ଷୀପ୍ର ଗତିରେ ହୋଇପାରିବା ସହ ଜନ ସାଧାରଣଙ୍କ ସେବାରେ ବିନିଯୋଗ ହୋଇପାରିବ ।

ଏଥିରେ ଅବକାରୀ ଅତିରିକ୍ତ ସଚିବ ଶ୍ରୀ ସାଇଦତ୍ତବିପ୍ଲବ କେଶରୀ ପ୍ରଧାନ, ଓଡିଶା ପାନୀୟ ନିଗମର ସାଧାରଣ ପରିଚାଳକ ଶ୍ରୀ ଶୁଭଦର୍ଶୀନୀ ସ୍ୱାଇଁ, ଶ୍ରୀ ମାନସ ରଞ୍ଜନ ସ୍ୱାଇଁ, ଯୁଗ୍ମ ଅବକାରୀ ଆୟୁକ୍ତ ଦିବ୍ୟଲୋଚନ ମହନ୍ତ, ଉପ ଅବକାରୀ ଆୟୁକ୍ତ ଶ୍ରୀ ରାମଚନ୍ଦ୍ର ମିଶ୍ର ଓ ସି.ଏମ୍‌. ଜି. ଆଇ ର ଶ୍ରୀ ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।