Home Environment ସବୁଜ ଉଦଜାନ୍‍ ପାଇଁ ସହାୟତା ଲୋଡିଲେ

ସବୁଜ ଉଦଜାନ୍‍ ପାଇଁ ସହାୟତା ଲୋଡିଲେ

ଭୁବନେଶ୍ୱର : ରାଜ୍ୟରେ ସବୁଜ ଉଦଜାନ୍‍ ବିକାଶ ପାଇଁ ଆର୍ଥିକ ସହାୟତା ଯୋଗାଇଦୋବକୁ ଓଡିଶା ସରକାର ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ସମଗ୍ର ଦେଶରେ ସବୁଜ ଉଦଜାନ୍‍କୁ ପ୍ରୋତ୍ସାହିତ କରୁଥିବାବେଳେ ସବୁଜ ଉଦଜାନ୍‍ ନୀତି ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି ହୋଇଛି ।

ସବୁଜ ଉଦଜାନ୍‍କୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ ନେଇ ବିଚାର କରୁଥିବାବେଳେ ରାଜ୍ୟ ସରକାର ନିକଟରେ ଏ ନେଇ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଓ ଭରସାଯୋଗ୍ୟ ଶକ୍ତି ଯୋଗାଣ ନେଇ ଏ କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟ ଚଳାଇଛନ୍ତି ।

ଅନୁରୂପ ଭାବେ ରାଜ୍ୟ ସରକାର ଭାସମାନ ସୌରପ୍ରକଳ୍ପ ଲାଗି ଆର୍ଥିକ ସହାୟତା ସକାଶେ ଅନୁରୋଧ କରିଛନ୍ତି । ଦେଶରେ ବହୁ ସଂଖ୍ୟକ ଜଳାଶୟ ଥିବାରୁ ସେଠାରେ ଭାସମାନ ସୌରପ୍ରକଳ୍ପ ଦ୍ୱାରା ଅକ୍ଷୟଶକ୍ତି ଉତ୍ପାଦନ ହୋଇପାରିବ । ସ୍ଥଳ ଭାଗରେ ପ୍ରତିଷ୍ଠା ହେଉଥିବା ସୌରପ୍ରକଳ୍ପ ତୁଳନାରେ ଅଧିକ ଉପଯୋଗୀ । କାରଣ ଏହା ଜଳର ବାଷ୍ପିକରଣକୁ ରୋକିଥାଏ ଯାହାଦ୍ୱାରା କୃଷିକୁ ଅଧିକ ଜଳ ମିଳିଥାଏ । ତେବେ ଭାସମାନ ସୌର ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ସାଜ ସରଞ୍ଜାମ ସହିତ ପରିବହନ ଖର୍ଚ୍ଚ ପାଇଁ ଏହାର ଦର ଅନ୍ୟ ସୌରଶକ୍ତି ତୁଳନାରେ ଅଧିକ ରହିଥାଏ । ନିକଟରେ ମହାରାଷ୍ଟ୍ର ପକ୍ଷରୁ ଭାସମାନ ସୌର ପ୍ରକଳ୍ପ ପାଇଁ ଜାରି ଟେଣ୍ଡର ବ୍ୟୟ ଆକଳନ ସ୍ଥଳ ଭାଗରେ ପ୍ରତିଷ୍ଠିତ ସୌର ପ୍ରକଳ୍ପ ତୁଳନାରେ ଅଧିକ ରହିଛି ।

ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଭାସମାନ ସୌର ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଜ୍ଞାନକୌଶଳର ବିକାଶ ଦ୍ୱାରା ସୌର ଓ ପବନ ଶକ୍ତି ଦର ହ୍ରାସ ପାଇବାରେ ଲାଗିଛି ।

ଏପରିକି ପ୍ରୋତ୍ସାହନ ଏବଂ ଛାଡ ବ୍ୟତିତ ସୌର ଓ ପବନ ଶକ୍ତିର ଦର ସହିତ ପ୍ରତିଯୋଗିତା କରିପାରିଛି । ବତ୍ତର୍ମାନ ଅକ୍ଷୟ ଶକ୍ତି ପ୍ରକଳ୍ପର ବିକାଶ କେବଳ ଉନ୍ନତ ଉତ୍ସ ସମ୍ଭାବନା ହେତୁ ନୁହେଁ ବରଂ ଆନ୍ତଃ ରାଜ୍ୟ ପରିବହନ ବ୍ରବସ୍ଥା (ଆଇଏସଟିଏସ୍‍) ଦେୟ ଛାଡ ଯୋଗୁଁ ୭/୮ଟି ରାଜ୍ୟରେ ସୀମିତ ରହିଛି । ଏଭଳି ଛାଡ ସାତ ଆଠଟି ରାଜ୍ୟରେ ସୌର ଶକ୍ତି ପରିବହନକୁ ଅବ୍ୟବସ୍ଥିତ କରୁଛି । ଏହାଦ୍ୱାରା ଉପୟ ସୌର ଓ ପବନ ଶକ୍ତିର ବଣ୍ଟନ କ୍ଷେତ୍ରରେ ଅସମାନତା ପରିଲକ୍ଷିତ ହେଉଛି ।

ତେଣୁ ସୌର ଓ ପବନ ଶକ୍ତି ପ୍ରକଳ୍ପରେ ସମାନ ବିକାଶ ପାଇଁ ଆଇଏସଟିଏସ୍‍ ଦେୟ ଛାଡକୁ ଉଚ୍ଛେଦ କରାଗଲେ ସମସ୍ତ ରାଜ୍ୟ ଲାଭବାନ ହେବେ । ଏହାଦ୍ୱାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଆର୍ଥିକ ବିକାଶ ହୋଇପାରିବ । ଏହା ମଧ୍ୟ ଦେଶର କାର୍ବନ ହ୍ରାସ ପାଇଁ ସିଓପି ୨୭ ରଣନୀତିରେ ବିଶେଷ ସହାୟକ ହେବ । (ତଥ୍ୟ)