Home Administration ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଇନ୍ଦ୍ରମଣି ତ୍ରିପାଠୀ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସତରରେ ଅଦଳ ବଦଳ କରିଥିବାବେଳେ ବରିଷ୍ଠ ଓଏଏସ୍‍ ଅଧିକାରୀ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ନୂତନ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି । ସେ ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରୁଥିଲେ ।

ଶ୍ରୀ ତ୍ରିପାଠୀ ବରଗଡ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ଅତୀତରେ ବାଣିଜ୍ୟ ଏବଂ ପରିବହନ ଏବଂ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ମଧ୍ୟ ପ୍ରମୁଖ ପଦରେ ଦାୟିତ୍ୱ ନିର୍ବାହ କରିଥିଲେ ।

ସାଧାରଣ ପ୍ରଶାସନ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ତୁସାର କାନ୍ତ ମହାନ୍ତି, ଜେଲର ଅତିରିକ୍ତ ଆଇଜି କଟକଙ୍କୁ ନିର୍ଦ୍ଦେଶକ, ଲ୍ୟାଣ୍ଡ ରେକର୍ଡସ୍ ଆଣ୍ଡ ସର୍ଭେ ଭାବରେ ବଦଳି କରାଯାଇଛି ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ପୁରୀ ପୌରପାଳିକାର କାର୍ଯ୍ୟର୍ନିବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କୁ ଇଡକୋର ସିଜିଏମ୍‍ ଭାବରେ ବଦଳି କରାଯାଇଛି ।

ନବରଙ୍ଗପୁରର ଡିଆରଡିଏର ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ରତ୍ନାକର ସାହୁଙ୍କୁ ନବରଙ୍ଗପୁରର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ନିଯୁକ୍ତ କରାଯାଇଛି ।

ପୁରୀ ମ୍ୟୁନିସିପାଲିଟିର ଅତିରିକ୍ତ କାର୍ଯ୍ୟର୍ନିବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପୁରୀ ମ୍ୟୁନିସିପାଲିଟିର କାର୍ଯ୍ୟର୍ନିବାହୀ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ସବ୍ କଲେକ୍ଟର ଭାବରେ ପୁରୀର ପୋଷ୍ଟିଂ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବାତିଲ ହୋଇଛି ।