Home Environment ଆସନ୍ତା ତିନି ଦିନ ଘନ କୁହୁଡି

ଆସନ୍ତା ତିନି ଦିନ ଘନ କୁହୁଡି

ଭୁବନେଶ୍ୱର : ଆସନ୍ତା ତିନି ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁକୁଡି ପରିଲକ୍ଷିତ ହେବା । ଏ ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଆଜି ଜିଲ୍ଲାପାଳ ଓ ପରିବହନ ଅଧିକାରୀମାନଙ୍କୁ ସତର୍କ କରାଇଛନ୍ତି । ଏଥି ସହିତ ରାଜ୍ୟର କେତେକ ସ୍ଥାନରେ ରାତି ତାପମାତ୍ରା ମଧ୍ୟ ହ୍ରାସ ପାଇବ ।

ଏହି ସୂଚନା ମୁତାବକ ୧୮ତାରିଖ ଦିନ ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହେବ ।

ସେହିଭଳି ୧୯ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ, ଅନୁଗୁଳ, ଢେଙ୍କାନାଳ ଓ କଟକରେ ଘନ କୁହୁଡି ଦେଖାଦେବ । ୨୦ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ବୌଦ, ଅନୁଗୁଳ ନୟାଗଡ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ କଟକରେ ଘନ କୁହୁଡିର ସମ୍ଭାବନା ରହିଛି ।

ଘନ କୁହୁଡି ସମୟରେ ଜାତୀୟ ରାଜପଥଗୁଡିକରେ ଯାନବାହାନ ଚଳାଚଳ ଉପରେ ନଜର ରଖିବାପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ପରିବହନ ଅଧିକାରୀ ଓ ପୁଲିସ୍‍ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।

ରାଜ୍ୟରେ ଘନ କୁହୁଡି ସହିତ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ଆଭ୍ୟନ୍ତରୀଣ ସ୍ଥାନରେ ତାପମାତ୍ରା ହ୍ରାସ ପାଇବ । ତେବେ ମୋଟାମୋଟି ଭାବେ ରାଜ୍ୟରେ ତାପମାତ୍ରାରେ ସେଭଳି ତାରିତମ୍ୟ ପରିଲକ୍ଷିତ ହେବନାହିଁ । ରାଜଧାନୀରେ ତାପମାତ୍ରା ସର୍ବୋଚ୍ଚ ୨୫ ଡିଗ୍ରୀ ଓ ସର୍ବନିମ୍ନ ୧୩ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨୭.୬ ଡିଗ୍ରୀ ଓ କେନ୍ଦୁଝରରେ ସର୍ବନିମ୍ନ ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।