Home News in Odia ଆସନ୍ତା ଜାନୁୟାରୀରୁ ବିଳାସପୂର୍ଣ୍ଣ ନୌଭେଳା

ଆସନ୍ତା ଜାନୁୟାରୀରୁ ବିଳାସପୂର୍ଣ୍ଣ ନୌଭେଳା

ଭୁବନେଶ୍ୱର : ଭିତରକନିକା ଜାତୀୟ ପାକର୍କ ଆସଥୁବ। ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଜାନୟୁରୀରୁ ବିଳାସପୂର୍ଣ୍ଣ ‘କାଟାମାରାନ କ୍ରୁଜ୍‍ ଭେସେଲସ’ (ସିସିଭି) ଉପଲବ୍ଧ ହେବ । ପର୍ଯ୍ୟଟକମାନେ ଏହି ନୌଭେଳାରେ ଥିବା କଟେଜରେ ରାତ୍ରୀଯାପନ କରି ଭିତରକନିକାର ଅପୂର୍ବ ଶୋଭାର ଆନନ୍ଦ ଉଠାଇପାରିବେ ।

ଭିତରକନିକାରେ ପର୍ଯ୍ୟଟକମାନଙ୍କୁ ୪ଟି ନୌଭେଳାରେ ଆକର୍ଷଣୀୟ ସେବା ଯୋଗାଇ ଦିଆଯିବ । ଏହି ସିସିଭିଗୁଡିକରେ ପର୍ଯ୍ୟଟକମାନେ ନଦୀପଥରେ ଯାତ୍ରା କରିବା ସହିତ ସେଠାରେ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ । ଏ ପ୍ରସଙ୍ଗରେ ପର୍ଯ୍ୟଟନ ଓ କ୍ରୀଡା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି ।

ଭିତରକନିକା ଜାତୀୟ ପାର୍କ କେବଳ ଓଡିଶାର ନୁହେଁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ବେଶ୍‍ ସୁନାମ ଅର୍ଜନ କରିଛି । ଏଠାରେ ଥିବା ବନ୍ୟପ୍ରାଣୀ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ବ୍ରାହ୍ମଣୀ ଓ ବୈତରଣୀ ନଦୀର ତଳମୁଣ୍ଡରେ ଥିବା ଏହି ଜାତୀୟ ପାର୍କ ଓ ଅଭୟାରଣ୍ୟରେ ମୁଖ୍ୟ ଆକର୍ଷଣ ହେଉଛନ୍ତି କୁମ୍ଭୀର, ହରୀଣ, ସରୀସୃପ ସମେତ ଅନେକ ବନ୍ୟପ୍ରାଣୀ । ଏମିତିକି ବର୍ଷର ନଦ୍ଦି ିର୍ଷ୍ଟ ସମୟରେ ଭିତରକନିକାକୁ ଦେଶ ବିଦେଶରୁ ଅନେକ ବିରଳ ପ୍ରଜାତିର ପକ୍ଷୀ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଥାନ୍ତି ।

ଏହି ଅଭୟାରଣ୍ୟ ଓ ଜାତୀୟ ପାର୍କ ହେଉଛିହେନ୍ତାଳବନ କ୍ଷେତ୍ରରେ ଦେଶର ଦ୍ୱିତୀୟ । ଏଠାରେ ପର୍ଯ୍ୟଟକମାନଙ୍କ ରହଣୀ ପାଇଁ ଉଭୟ ପର୍ଯ୍ୟଟନ ଓ ଜଙ୍ଗଲ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏମିତିକି ସଡକ ଓ ଜଳପଥରେ ଯାତ୍ରା ଲାଗି ମଧ୍ୟ ଉଭୟ ବିଭାଗର ଭିତ୍ତିଭୂମି ଅଛି । ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ଚାହିଦାକୁ ଆଖିଆଗରେ ରଖି ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭିତରକନିକାରେ ବିଳାସପୂର୍ଣ୍ଣ ସିସିଭି ନୌଭେଳା ଚଳାଇବାପାଇଁ ବିଭିନ୍ନ ସଂସ୍ଥା ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା । ବହୁ ଖ୍ୟାତନାମା ସଂସ୍ଥା ଭିତରକନିକାରେ ସିସିଭି ଚଳାଇବାପାଇଁ ଆଗ୍ରହ ପ୍ରକାଶ କରିଥିବାବେଳେ ହେରେି ଟଜ ରଭି ର ଜଣ୍ଣିଂ ଗପ୍ରୁ ୍ଏଥଲ।ଗି ଚୟନ କରାଯାଇଛି । ଏହି ସଂସ୍ଥା ଏଠାରେ ଥିବା ୪ଟି ବିଳାସପୂର୍ଣ୍ଣ ନୌଭେଳାର ମରାମତି ଆଦି କରିବା ସହ ତାହାର ପରିଚାଳନା ଦାୟିତ୍ୱ ନେବ ।

ଏଠାରେ ଉଲ୍ଲେଖନୀୟ ଯେ ଜଙ୍ଗଲ ଓ ପରିବେଶ ବିଭାଗର ଆଇଜିଜେଏମ୍‍ ପ୍ରକଳ୍ପ ମାଧ୍ୟମରେ ନିର୍ଦ୍ଦିଷ୍ଟ ସ୍ଥାନରେ ଜଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ଜଙ୍ଗଲ ଓ ପରିବେଶ ବଭି ।ଗ କିଛଦି ନି ପାଇଁ ଭିତରକନିକାରେ ଏହି ନୌଭେଳା ଚଳାଉଥିଲେ । ଏବେ ନୌଭେଳାରେ କଟେଜ ବ୍ୟବସା୍ଥ କରି ନୂଆ ରୂପରେ ୨୦୨୨ ଜାନୁୟାରୀରୁ ସିସଭି ଗଡୁ ିକ ପର୍ଯ୍ୟ ଟକଙ୍କୁ ନେଇ ଚଳାଚଳ କରବି । ଏଥତ୍ପ।ଇଁ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ପ୍ୟାକେଜ ସ୍ଥିର କରିବେ ।

ଏହି ସିସିଭି ଗି ୁଡିକ ପରିବେଶ ଅନକୁ ୂଳ ରହିବ ଏବଂ ତାହା ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଖାଦ୍ୟ, ପାନୀୟ ଆଦି ଯୋଗାଇ ଦିଆଯିବା ଏଭଳି ନୌଭେଳା ଗଙ୍ଗାନଦୀରେ କୋଲକତାରୁ ବନାରସ ପର୍ଯ୍ୟନ୍ତ ଚାଲୁଛି । ୨୦୨୦ ମସିହାରେ ଭିତରକନିକାରେ ବିଳାସପୂର୍ଣ୍ଣ ନୌଭେଳା ଚଳାଇବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । (ତଥ୍ୟ)