Home Election ଆଶାୟୀ ନେଲେଣି ୩୭୧ ମନୋନୟନ ଫର୍ମ

ଆଶାୟୀ ନେଲେଣି ୩୭୧ ମନୋନୟନ ଫର୍ମ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-2022 ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ଗତକାଲି 194 ପ୍ରାର୍ଥୀ  କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ 177 ଜଣ ପ୍ରାର୍ଥୀ ଏଥିପାଇଁ  ମନୋନୟନ ଫର୍ମ ନେଇଛନ୍ତି । 

 ଆଜି 4 ଜଣ ପ୍ରାର୍ଥୀ ମନୋନୟନ ପତ୍ରଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ 5 ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ 3 ଜଣ ପ୍ରାର୍ଥୀ ମନୋନୟନ ପତ୍ର ନେଇଛନ୍ତି । ଦୁଇ ଦିନରେ ମୋଟ 8 ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ଫର୍ମ ନେଇଛନ୍ତି ।

ଗତକାଲି 194 ପ୍ରାର୍ଥୀ  କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ 177 ଜଣ ପ୍ରାର୍ଥୀ ଏଥିପାଇଁ  ମନୋନୟନ ଫର୍ମ ନେଇଛନ୍ତି ।  2 ଦିନରେ ମୋଟ 371  ଜଣ ପ୍ରାର୍ଥୀ ବିଭିନ୍ନ    ଓ୍ୱାର୍ଡରେ କର୍ପୋରେଟର ପଦବୀ ପାଇଁ ମନୋନୟନ ପତ୍ର ନେଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ମନୋନୟନ  ଫର୍ମ ନେବା ଓ ଫର୍ମ ଦାଖଲ ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ମନୋନୟନ ପାଇଁ ଖୋଲାଯାଉଥିବା ବିଭିନ୍ନ କାଉଣ୍ଟରର କାର୍ଯ୍ୟ ପରିଦର୍ଶନ କରି  ଫର୍ମ ବିକ୍ରି ତଥା ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୟନ ପତ୍ର ଦାଖଲ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସୁବ୍ୟବସ୍ଥା  କରିଥିଲେ ।

ପ୍ରକାଶ ଥାଉକି ଏହି ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମର  67 ଟି ଓ୍ୱାର୍ଡର ମୋଟ 7 ଲକ୍ଷ 25 ହଜାର 765 ଭୋଟର ମତଦାନ କରିବାକୁ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର 3 ଲକ୍ଷ 94 ହଜାର 510 ଓ ମହିଳା ଭୋଟର ସଂଖ୍ୟା 3 ଲକ୍ଷ 30 ହଜାର 815 ଓ  440 ଜଣ ଅନ୍ୟ ମତଦାତା ରହିଛନ୍ତି  ।  ମୋଟ  705ଟି ବୁଥରେ ମତଦାତାମାନେ  ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।