Home General ଆର ପାରିରେ ହେମାନନ୍ଦ

ଆର ପାରିରେ ହେମାନନ୍ଦ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳଙ୍କର ଆଜି ପରଲୋକ ହୋଇଯାଇଛି । ଶ୍ରୀ ବିଶ୍ୱାଳ ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ୧୯୩୯ ମସିହା ଡିସେମ୍ବର ପହିଲାରେ ଝରସୁଗୁଡା ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ ।

ଶ୍ରୀ ବିଶ୍ୱାଳ ୧୯୮୯ ରୁ ୧୯୯୦ ପର୍ଯ୍ୟନ୍ତ ଏବଂ ୧୯୯୯ ରୁ ୨୦୦୦ ପର୍ଯ୍ୟନ୍ତ ଦୁଇଥର ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ସେ ୧୯୭୪ ରେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ର୍ନିବାଚିତ ହୋଇଥିଲେ । ଶ୍ରୀ ବିଶ୍ୱାଳ ୬ଥର ପାଇଁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ ।

୨୦୦୯ ରେ ସେ ସୁନ୍ଦରଗଡରୁ ସାଂସଦ ଭାବରେ ର୍ନିବାଚିତ ହୋଇଥିଲେ । ବିଧାୟକ ଭାବରେ ର୍ନିବାଚନ ପୂର୍ବରୁ ସେ କିରିମିରା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିଲେ ।