Home Administration ଆରଟିଓ-୧ ରେ ସ୍ମାର୍ଟ କ୍ୟୁ ଉଦ୍‍ଘାଟିତ

ଆରଟିଓ-୧ ରେ ସ୍ମାର୍ଟ କ୍ୟୁ ଉଦ୍‍ଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) -1ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦ୍‍ଘାଟିତ ହେଇଛି | ୩.୯୮କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିଲଡିଂରେ ତିନୋଟି ମହଲା ଅଛି, ପ୍ରତ୍ୟେକ ମହଲା ୫୦୦୦ ବର୍ଗଫୁଟ ବିଶିଷ୍ଟ |

୫ଟି  ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ଓଡିଶା ସରକାର ସର୍ବଦା ଚେଷ୍ଟିତ | ପୂର୍ବରୁ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ | ବିଭିର୍ନ ସେବା ପାଇଁ ଲମ୍ବା ଧାଡିରେ ଠିଆ ହୋଇ ସମୟ ନଷ୍ଟ ହେବା ଏକ କଷ୍ଟଦାୟକ ଅନୁଭୂତି ଥିଲା |

ଉଭୟ ଜନସାଧାରଣ ଓ କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ | ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏକ ଟୋକନ ଆଧାରିତ ଧାଡି ପରିଚାଳନା ସମାଧାନ | ଜନସାଧାରଣଙ୍କ ପ୍ରବାହକୁ ତଦାରଖ ଏବଂ ପରିଚାଳନା କରିବା , ଏହାର ମୁଖ୍ୟ ଉଦେଶ୍ୟ  |

ଏହା ଉଭୟ ଅନ୍ ଲାଇନ୍ ଓ ୱାକ-ଇନ୍ ଆବେଦନକାରୀଙ୍କୁ ସେବା ଯୋଗାଇଥାଏ | ଟୋକନ ନେବା ପରେ ଲୋକମାନେ ଆରାମରେ ଏସି ୱେଟିଂ ରୁମରେ ବସି ପାରିବେ | ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇ ପାରିବେ | ଏହା ଦ୍ୱାରା ଜନସାଧାରଣଙ୍କ ଅପେକ୍ଷା ସମୟ ଏବଂ ସେବା ବିତରଣ ସମୟ ହ୍ରାସ ପାଇବ ଓ ନାଗରିକମାନେ ପ୍ରଶାସନର ସମସ୍ତ ସୁଲଭ ସୁବିଧା ଉପଲବ୍ଧ କରିବେ ଓ ସନ୍ତୋଷମୂଲକ  ଭାବେ ସୁଖଦ ଅନୁଭୂତି ନେଇ ଯିବେ |

ଏହି ସୁବିଧା ଖୁବ ଶୀଘ୍ର ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ ଏବଂ ପୁରୀରେ ଆରମ୍ଭ ହେବ | ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ମଧୁସୁଦନ ପାଢ଼ୀ (ବାଣିଜ୍ୟ ଓ ପରିବହନ ବିଭାଗ) ଏବଂ ପରିବହନ କମିଶନର ଅରୁଣ ବୋଥ୍ରା, ଆଞ୍ଚଳିକ ପରିବହନ ଅଧିକାରୀ ପି.କେ.ମହାନ୍ତି ଉପସ୍ଥିତ ଥିଲେ।