Home News in Odia ଆଠ ରାଜ୍ୟରେ ନୂଆ ରାଜ୍ୟପାଳ

ଆଠ ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଳୀ : ଦେଶହ ୮ଟି ରାଜ୍ୟରେ ଆଜି ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ଏ ନେଇ ରାଷ୍ଟ୍ରପତିଭବନ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଜୋରାମ, ହରିଆନା, ତ୍ରିପୁରା ଓ ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ବଦଳି କରାଯାଇଥିବାବେଳେ ଅନ୍ୟ ୪ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ।

ନିଯୁକ୍ତି ପାଇଥିବା ନୂଆ ରାଜ୍ୟପାଳଙ୍କ ମଧ୍ୟରେ କର୍ଣ୍ଣାଟକରେ ଥାବରଚାନ୍ଦ ଗେହେଲଟ, ମଧ୍ୟପ୍ରଦେଶରେ ମଙ୍ଗୁଭାଇ ଛଗନଭାଇ ପଟେଲ, ହିମାଚଳପ୍ରଦେଶରେ ରାଜେନ୍ଦ୍ର ବିଶ୍ୱନାଥ ଥାର୍ଲେକର, ଝାଡଖଣ୍ଡରେ ରମେଶ ବୈଶ, ହରିଆନାରେ ବନ୍ଦାରୁ ଦତ୍ତାତ୍ରେୟ, ତ୍ରିପାରାରେ ସତ୍ୟଦେବ ନାରାୟଣ ଆର୍ଯ୍ୟ, ଗୋଆରେ ଶ୍ରୀଧରନ ପିଲାଇ ଓ ମିେଜେରାମରେ ହରିବାବୁ କୁମ୍ଭମ ପତିଙ୍କୁ ନିଯୁକ୍ତି ଦିଆଯାଇଛି ।

କର୍ଣ୍ଣାଟକରେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଥାବରଚାନ୍ଦ ଗେହେଲଟ ବର୍ତ୍ତମାନ ଏନ୍‍ଡିଏ ସରକାରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରହିଛନ୍ତି ।