Home Administration ‘ଆଜାଦି କା ଅମୃତ ମହୋତ୍ସବ’ ପାଇଁ ବିବିଧ କାର୍ଯ୍ୟକ୍ରମ

‘ଆଜାଦି କା ଅମୃତ ମହୋତ୍ସବ’ ପାଇଁ ବିବିଧ କାର୍ଯ୍ୟକ୍ରମ

ଭୁବନେଶ୍ୱର : ‘ଆଜାଦି କା ଅମୃତ ମହୋତ୍ସବ’ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଭାରତୀୟମାନଙ୍କ ନିମନ୍ତେ ଏକ ଗୌରବମୟ ଉପଲବ୍ଧି । ଏହି ଦୁର୍ଲଭ ସ୍ୱାଧୀନତା ଲାଭ କରିବା ନିମନ୍ତେ ଆମର ପୂର୍ବସୂରୀମାନେ ଅଜସ୍ର ତ୍ୟାଗ ଓ ବଳିଦାନ ସ୍ୱୀକାର କରିଛନ୍ତି ।

ସେମାନଙ୍କ ସଂଗ୍ରାମ ଓ ଦେଶପ୍ରେମର କଥା ଓ ଗାଥାକୁ ଉତ୍ତରପିଢ଼ିଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ ପହଞ୍ଚିବା ସହ ସ୍ୱାଧୀନତାର ୭୫ ବର୍ଷରେ ଆମର ଉପଲବ୍ଧି, ସଫଳତାର ଉତ୍କର୍ଷକୁ ଉତ୍ସବରେ ପରିଣତ କରିବା ନିମନ୍ତେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।

ନୂତନ ଆଭିମୁଖ୍ୟ ଓ ସଂକଳ୍ପ ନେଇ ଏହି ମହୋତ୍ସବ ପାଳନରେ ବିଭାଗୀୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ଅପରାହ@ରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମଳିନୀ କକ୍ଷରେ ‘ଆଜାଦି କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ କହିଥିଲେ, ଏହି ମହୋତ୍ସବର ବାର୍ତ୍ତା ସମାଜର ସବୁ ସ୍ତରରେ ବିଶେଷ କରି ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ନିକଟରେ ପହଞ୍ଚିବା ଏକାନ୍ତ ଆବଶ୍ୟକ ।

ଏଥି ପାଇଁ ବ୍ୟାପକ ନଥିକରଣ, ଆଲୋଚନା ଚକ୍ର, ପ୍ରଦର୍ଶନୀ ଆୟୋଜନ, ପୁସ୍ତକ ପ୍ରକାଶନ, କ୍ଷୁଦ୍ରଚିତ୍ର ନିର୍ମାଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଡିଜିଟାଲ ସଂରକ୍ଷଣ ନିମନ୍ତେ ସେ ପରାମର୍ଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ ‘ଆଜାଦି କା ଅମି୍ରତ ମହୋତ୍ସବ’ ପାଇଁ ବିଭାଗ ତରଫରୁ ଯେଉଁସବୁ ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ସଂପର୍କରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ ।

୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଅଜ୍ଞାତ ମୁକ୍ତିଯୋଦ୍ଧାମାନଙ୍କ ଜୀବନୀ ସମ୍ବଳିତ ସ୍ୱତନ୍ତ୍ର ସଂକଳନର ପ୍ରକାଶନ ସହ ତାହାର ଡିଜିଟାଲ ସଂସ୍କରଣ ପ୍ରସ୍ତୁତି, ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ୧୯୭୦ ମସିହାରେ ପ୍ରକାଶିତ ‘ଗାନ୍ଧୀଜୀ ଏବଂ ଓଡ଼ିଶା’ ପୁସ୍ତକର ପୁନଃପ୍ରକାଶନ ସହ ଡିଜିଟାଲ୍‌ ସଂସ୍କରଣ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ସ୍ୱତନ୍ତ୍ର ବିଶେଷାଙ୍କ ମଧ୍ୟ ପ୍ରକାଶ ପାଇବ ।

ଓଡ଼ିଶାର ୭୫ ଜଣ କୃତୀ ସନ୍ତାନଙ୍କ ସାମଗି୍ରକ ଜୀବନ ଓ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ନେଇ େୱବିନାରମାନ ଆୟୋଜନ କରାଯିବ । ଇରମ୍‌, ପାପଡ଼ାହାଣ୍ଡି, କପ୍ତିପଦା, ସାଲିହା, ଇଞ୍ଚୁଡ଼ି, ଘେଁସ ଆଦି ସ୍ୱାଧୀନତା ସଂଗ୍ରାମର ସ୍ମୃତିଜଡ଼ିତ ଐତିହାସିକ ପୀଠଗୁଡ଼ିକରେ ‘ଆଜାଦି କା ଅମି୍ରତ ମହୋତ୍ସବ’ ପାଳନ କରାଯିବ । ଓଡ଼ିଶାର ନାରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ନେଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ।

ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ଅଜ୍ଞାତ ଯୋଦ୍ଧାମାନଙ୍କ ସଂପର୍କରେ କ୍ଷୁଦ୍ର ଚିତ୍ର ନିର୍ମାଣ କରି ଏହାକୁ ଦୂରଦର୍ଶନ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ କବିତା ଆବୃତ୍ତି, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବ । ୩୦ଟି ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଦ୍ୱାରା ‘ଆଜାଦି କା ଅମି୍ରତ ମହୋତ୍ସବ’ ପାଳନ କରାଯିବ । ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପାଳନ କରାଯାଉଥିବା ବରପୁତ୍ରମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ସ୍ୱାଧୀନତା ସଂଗ୍ରାମ ସଂପର୍କିତ ନାଟକ/ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମମାନ ନିୟମିତ ଭାବେ ଏକ ବର୍ଷ ବ୍ୟାପୀ ଆୟୋଜନ କରାଯିବ ।

ପ୍ରକାଶ ଥାଉ କି, ସମଗ୍ର ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ‘ଆଜାଦି କା ଅମି୍ରତ ମହୋତ୍ସବ’ ଭାବରେ ପାଳନ କରାଯାଉଛି । ଏଥି ପାଇଁ ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶକ (ବୈଷୟିକ), ନିରଞ୍ଜନ ସେଠୀ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ କାର୍ଯ୍ୟକ୍ରମ ପଞ୍ଜିକା ପ୍ରସ୍ତୁତି ଏବଂ ତଦନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଜିର ଏହି ବୈଠକରେ ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭୁ୍ୟ’ର ସଂପାଦକ ଡ. ଲେନିନ୍‌ ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା, ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ମାନସ ରଞ୍ଜନ ଖୁଣ୍ଟିଆ, ସୂର୍ଯ୍ୟ ରଞ୍ଜନ ମହାନ୍ତି, ସ୍ମିତା କର ଏବଂ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।