Home Covid ଅର୍ଦ୍ଧ ଶତକ ଡେଇଁଲା କରୋନା ମୃତ୍ୟୁ

ଅର୍ଦ୍ଧ ଶତକ ଡେଇଁଲା କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନା ମୃତ୍ୟୁ ଅର୍ଦ୍ଧ ଶତକ ଅତିକ୍ରମ କରିଯାଇଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୨ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୨୪୮ରେ ପହଞ୍ଚିଛି । ଏଥି ସହିତ ଗୋଟିଏ ଦିନରେ ୫ଟି ଜିଲ୍ଲାରେ ୫ଜଣ କରି ମରିଛନ୍ତି ।

୨୪ଘଣ୍ଟାରେ ମୃତ୍ୟୁବରଣ କରିଥିବା ୫୨ଜଣଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୯ଜଣ ଥିବାବେଳେ ବରଗଡ, ଗଞ୍ଜାମ, କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ୫ଜଣ କରି, କେନ୍ଦ୍ରାପଡା ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ, କନ୍ଧମାଳ ଓ କଟକ ଜିଲ୍ଲାରୁ ୨ଜଣ କରି ଏବଂ ଭଦକ୍ର, ବୌଦ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ନୟାଗଡ, ନୂଆପଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ଦୈନିକ ୩ହଜାର ଆଖପାଖରେ ରହୁଥିବାବେଳେ ମୃତ୍ୟୁସଂଖ୍ୟାରେ କିନ୍ତୁ ଲଗାମ ଲାଗିପାରୁ ପାରୁ ନାହିଁ । କିଛିଦିନ ଧରି ଦୈନିକ ମୃତ୍ୟୁ ୪୦ ଆଖପାଖରେ ରହୁଥିବାବେଳେ ଆଜି ୫୦ ଅତିକ୍ରମ କରିଯାଇଛି । ଏହି ଦାରା ଜାରି ରହିଲେ ଖୁବ୍‍ଶୀଘ୍ର ରାଜ୍ୟରେ ମୃତ୍ୟୁସଂଖ୍ୟା ସାଢେ୪ହଜାରକୁ ଟପିଯିବ ବୋଲି ଆଶଙ୍କା କରାଗଲାଣି ।

ସେହିଭଳି ଗୋଟିଏ ଦିନରେ ରାଜ୍ୟରେ ଆଉ ୨୮୦୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୪୪୧, ମୟୁରଭଞ୍ଜରୁ ୧୯୩, ବାଲେଶ୍ୱରରୁ ୧୫୫, ପୁରୀରୁ ୧୫୪, ଭଦ୍ରକରୁ ୧୩୧, କେନ୍ଦ୍ରାପଡାରୁ ୧୧୯, ଜଗତ୍‍ସିଂହପୁରରୁ ୧୧୭, ନୟାଗଡରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ତିନି ଅଙ୍କ ତଳେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ୩ଜଣ ବଲାଙ୍ଗିରରୁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୭ଜଣ, ନୂଆପଡାରୁ ୮ ଓ ଦେବଗଡରୁ ୯ଜଣ ଚିହ୍ନଟ ହୋଇଥିବାବେଳେ ଗଜପତି ଜିଲ୍ଲାରେ ଏହା ୧୦ ରହିଛି ।

ତେବେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଆଜି ୩୦ହଜାର ତଳକୁ ଆସିଛି । ରାଜ୍ୟରେ ଏବେ ମୋଟ୍‍ ୨୯,୬୨୦ଜଣ ସକ୍ରିୟ ରୋଗୀ ରହିଛନ୍ତି । ତେବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୯,୨୪,୬୯୯ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୮,୯୦,୭୭୮ ଜଣ ସୁସ୍ଥହୋଇ ସାରିଲେଣି ।

LEAVE A REPLY

Please enter your comment!
Please enter your name here