Home Administration ଅନ୍‍ଲାଇନରେ ବିବାହ ପଞ୍ଜିକରଣ

ଅନ୍‍ଲାଇନରେ ବିବାହ ପଞ୍ଜିକରଣ

ଭୁବନେଶ୍ୱର : ଏଣିକି ନିଜ ଘରେ ବସି  ଲୋକେ ଅନ୍‍ ଲାଇନ୍‍ ମାଧ୍ୟମରେ ବିବାହ ପଞ୍ଜିକରଣ କରିପାରିବେ । ଜନସାଧାରଣଙ୍କ ସୁବିଧା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଅନୁଯାୟୀ ରାଜ୍ୟ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଯୋଜନା ଆରମ୍ଭ ହୋଇଛି । 

ତଦନୁଯାୟୀ ଜନସାଧାରଣ  ଅନଲାଇନ ମାଧ୍ୟମରେ ଆଇ.ଜି.ଆର ପୋର୍ଟାଲରେ ସ୍ୱତନ୍ତ୍ର ବିବାହ ଆଇନ ୧୯୫୪ ମୁତାବକ ସେମାନଙ୍କର ବିବାହ ପଞ୍ଜୀକରଣ ଆବେଦନ ଓ ପ୍ରାପ୍ତି (https://igrodisha.gov.in) କରିପାରିରବ । ଏଥିପାଇଁ ସମସ୍ତ ସରକାରୀ ଦେୟ ଏବଂ ସେବା ଦେୟ ଓଡିଶା ଟ୍ରେଜେରୀ ପୋର୍ଟାଲରେ  S.B.I e-PAY ମାଧ୍ୟମରେ ପଇଠ କରିପାରିବେ I COVID-19 ମହାମାରୀ ଭଳି ସମୟରେ ମଧ୍ୟ ଜନସାଧାରଣ ନିଜ ଘରର ବସି ଅନଲାଇନ ମାଧ୍ୟମରେ ଏହି ସୁବିଧା ପ୍ରାପ୍ତ କରିପାରିବେ I

ଜନସାଧାରଣ ଏ ବିଷୟରେ ଆବେଦନର ସବିରଶଷ ପ୍ରଣାଳୀ ଆଇ.ଜି.ଆର ପୋର୍ଟାଲ (https://igrodisha.gov.in/pdf/MRGProcessFlow.pdf) ୱେବଲିଙ୍କ୍‍ ମାଧ୍ୟମରେ ପାଇପାରିବେ I