Home Administration ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା

ଅନାଥ ପିଲାଙ୍କ ପାଇଁ ଏଣିକି ଶିଶୁ ସୁରକ୍ଷା ଯୋଜନା

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁ ହ୍ରାସ ପାଉଥିବାରୁ ଚଳିତ ମାସ ୧୫ ତାରିଖ ପରେ ପିତାମାତାଙ୍କୁ ହରାଇ ଅନାଥ ହେଉଥିବା ପିଲାମାନେ ଆଶୀର୍ବାଦ ଯୋଜନାରେ ସାମିଲ ବଦଳରେ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ ହେବେ । ରାଜ୍ୟ ଆଇସିଡିଏସ୍‍ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଜିଲ୍ଲାପାଳମାନଙ୍କୁ ଏହି ମର୍ମରେ ଆଜି ପତ୍ର ଲେଖିଛନ୍ତି ।

ଜିଲ୍ଲାପାଳମାନଙ୍କୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ କୋଭିଡ ମହାମାରୀ ସମୟରେ ରୋଜଗାରିଆ ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନଙ୍କ ମଙ୍ଗଳ ପାଇଁ ରାଜ୍ୟ ସରକାର ଆଶିର୍ବାଦ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଅନ୍ୟ ସହାୟତା ସହିତ ପିଲାମାନଙ୍କୁ ମାସିକ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି ।

ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ୨୦୨୦ ଏପ୍ରିଲ୍‍ ପହିଲାପରେ ପିତା ମାତାଙ୍କୁ ହରାଇ ଅନାଥ ହୋଇଯାଇଥିବା ପିଲାମାନେ ହିଁ ଏହି ଯୋଜନାରେ ସାମିଲ ହୋଇପାରିବେ । ତେବେ ଲକ୍ଷ୍ୟ କରାଯାଉଛି ଯେ ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଚଳିତ ମାସ ୧୫ ତାରିଖ ପରେ ମୃତ୍ୟୁବରଣ କରୁଥିବା ପିତା ମାତାଙ୍କ ଅନାଥ ପିଲାମାନଙ୍କୁ ଆଉ ଆଶୀର୍ବାଦ ଯୋଜନାରେ ସ୍ଥାନ ମିଳିବ ନାହିଁ । ଏହା ବଦଳରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଶିଶୁ ସୁରକ୍ଷା ଯୋଜନାରେ ସାମିଲ କରାଯିବ ।

ତେବେ ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ପିଲାମାନେ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ୧୮ ବର୍ଷ ପର୍ଯ୍ୟନ୍ତ ସରକାରୀ ସହାୟତା ପାଇ ପାରିବେ ।