Home News in Odia ଅଢେଇ ହଜାର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ

ଅଢେଇ ହଜାର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ

ଭୁବନେଶ୍ୱର : ଅଢେଇ ହଜାର ଯୁବକ ତିନି ବର୍ଷ ମଧ୍ୟରେ ପୂର୍ବତଟ ରେଳପଥରେ ରେଳ ଦକ୍ଷତା ବିକାଶ ଯୋଜନା ମାଧ୍ୟମରେ ମାଗଣା ଟ୍ରେନିଂ ନେବେ | ପ୍ରଧାନମନ୍ତ୍ରୀଙ୍କ ଦକ୍ଷତା ବିକାଶ ଯୋଜନା ଅଧୀନରେ ପୂର୍ବ ତଟ ରେଳପଥ ରେଳ ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିଛି।

ସର୍ବନିମ୍ନ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା 18 ରୁ 35 ବର୍ଷ ବୟସର ପ୍ରାୟ 2500 ଯୁବକଙ୍କୁ ପୂର୍ବ ତଟ ରେଳପଥରେ ତିନି ବର୍ଷ ମଧ୍ୟରେ ମାଗଣା ତାଲିମ ଦିଆଯିବ |

ବିଶାଖାପାଟନମ ଡିଜେଲ ଲୋକୋ ଶେଡ, ଅନୁଗୁଳ ଓ ବିଶାଖାପାଟନମ ସ୍ଥିତ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ୱରରେ ଥିବା ରେଳବାଇ ସଵାରୀ ଡ଼ବା ମରାମତି କର୍ମଶାଳାରେ ୱେଲଡିଂ, ଇଲେକ୍ଟ୍ରିସିଆନ ଏବଂ ଫିଟର ଟ୍ରେଡ଼ ମାନଙ୍କରେ ଏହି ତାଲିମ ଦିଆଯିବ |

ଏହି ତାଲିମ ତିନି ସପ୍ତାହରେ 100 ଘଣ୍ଟା ମଧ୍ୟରେ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପାଇଁ ଧାର୍ଯ୍ୟ କରାଯାଇଅଛି | ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୪ ଘଟିକା ପାର୍ଯ୍ୟନ୍ତ ଏବଂ ଶନିବାର ଦିନମାନଙ୍କରେ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ କ୍ଲାସ୍ / ପ୍ରାକ୍ଟିକାଲ୍ ଟ୍ରେନିଂ ପ୍ରଦାନ କରାଯିବ |

ଏହି ବିଷୟରେ ସବିଶେଷ ତଥ୍ୟ ପାଇଁ ପୂର୍ବ ତଟ ରେଳପଥ ୱେବସାଇଟ୍ ତଥା ସମ୍ପୃକ୍ତ ତାଲିମ କେନ୍ଦ୍ରରେ ଯୋଗାଯୋଗ କରିହେବ କିମ୍ବା ନିମ୍ନଲିଖିତ ଲିଙ୍କରେ ଆଶାୟୀ ପ୍ରାର୍ଥୀମାନେ ଅନୁକରଣ ଏବଂ ଡାଉନଲୋଡ୍ କରିପାରିବେ – https://eastcoastrail.indianrailways.gov.in/ticker/1629100216984 ଟ୍ରେନିଂ% 20RKVY.pdf

ବିଶାଖାପାଟନମ୍ ଏବଂ ଅନୁଗୁଳରେ ଇଲେକ୍ଟ୍ରିକାଲ ଲୋକୋ ଶେଡ୍ ପାଇଁ ଆବେଦନ ଦାଖଲ ଶେଷ ତାରିଖ  31 ଅଗଷ୍ଟ 2021 ଥିବାବେଳେ ବିଶାଖାପାଟନମ୍ ଡିଜେଲ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ୱର ସଵାରୀ ଡ଼ବା ମରାମତି କର୍ମଶାଳା ପାଇଁ 3 ସେପ୍ଟେମ୍ବର, ୨୦୧୧ ତାରିଖ ଧାର୍ଯ୍ୟ କରାଯାଇଅଛି |