Home General ଅଗ୍ନି -୪ର ସଫଳ ପରୀକ୍ଷଣ

ଅଗ୍ନି -୪ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଓଡ଼ିଶାର ଏପିଜେ ଅବଦୁଲ କାଲାମ ଦ୍ବୀପରୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି । ସୋମବାର ସନ୍ଧ୍ୟା ପ୍ରାୟ  ସାଢ଼େ ସାତଟା ସମୟରେ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଇଥିଲା ।

ରଣନୈତିକ ବାହିନୀ କମାଣ୍ଡ ଅଧୀନରେ ବ୍ୟବହାରକାରୀଙ୍କ ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଏହି କ୍ଷେପଣାସ୍ତ୍ରର ଏକ ନିୟମିତ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣ ଆଶାନୁରୂପ ସଫଳତା ହାସଲ କରିଥିଲା ।

ଏହି କ୍ଷେପଣାସ୍ତ୍ର ଉତକ୍ଷେପଣର ସମସ୍ତ ପରିଚାଳନାଗତ ମାପଦଣ୍ଡ ସହିତ ପ୍ରଣାଳୀର ବିଶ୍ବସନୀୟତାକୁ ପ୍ରମାଣିତ କରିଥିଲା । ‘ଭରସାଯୋଗ୍ୟ ସର୍ବନିମ୍ନ ପ୍ରତିରକ୍ଷା’ କ୍ଷମତା ଧାରଣ ପାଇଁ ଭାରତର ନୀତିକୁ ଏହି ସଫଳ ପରୀକ୍ଷଣ ପୁନଃ ସୁନିଶ୍ଚିତ କରିଛି ।