Home General UPI / BHIM ରେ ଟିକେଟ୍ କଲେ ୫% ରିହାତି

UPI / BHIM ରେ ଟିକେଟ୍ କଲେ ୫% ରିହାତି

ଭୁବନେଶ୍ୱର : ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଅଧୀନରେ ଲୋକଙ୍କୁ ଡିଜିଟାଲ୍ ସଶକ୍ତିକରଣ କରିବା ଏବଂ ଡିଜିଟାଲ୍ ପ୍ରୟୋଗକୁ ଲୋକପ୍ରିୟ କରାଇବା ପାଇଁ ରେଳ ମନ୍ତ୍ରଣାଳୟ BHIM ଆପ୍ଲିକେସନ ସମେତ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ ବ୍ୟବହାର କରି ଟିକେଟ୍ କ୍ରୟ ଉପରେ % ରିହାତି ପ୍ରଦାନ କରୁଛି |

କମ୍ପୁଟରୀକୃତ ଯାତ୍ରୀ ସଂରକ୍ଷଣ କେନ୍ଦ୍ରରୁ ଟିକେଟ କ୍ରୟ ଉପରେ ଏହି ରିହାତି ଉପଲବ୍ଧ | ଏକ ଶତ ଟଙ୍କା କିମ୍ବା ତଦୁର୍ଦ୍ଧ ମୂଲ୍ୟ ଉପରେ ଟିକେଟ୍ ବୁକ ପାଇଁ ଏହି ରିହାତି ପ୍ରଯୁଜ୍ୟ ହେବ | ତେବେ ପ୍ରତି ଟିକେଟ ଉପରେ ସର୍ବାଧିକ ୫୦ ଟଙ୍କା  ରିହାତି ମିଳିବ |

ଏହିପରି ରିହାତି କେବଳ ସଂରକ୍ଷଣ କାଉଣ୍ଟରରେ ପ୍ରଥମ ସଂରକ୍ଷଣ ଚାର୍ଟ ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ | ପ୍ରଥମ ଚାର୍ଟ ପ୍ରସ୍ତୁତି ପରେ, ଏହି ରିହାତି ପ୍ରଯୁଜ୍ୟ ହେବ ନାହିଁ |

ଯାତ୍ରୀମାନଙ୍କୁ ସଂରକ୍ଷଣ / ବୁକିଂ କାଉଣ୍ଟର ଠାରେ ଟିକେଟ୍ ବୁକ୍ କରୁଥିବାବେଳେ ଯାତ୍ରୀ ମାନେ ଏହି ସୁବିଧା ପାଇବାପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଅଛି |