ନାଇପର ପ୍ରତିଷ୍ଠା ପାଇଁ ଅନୁରୋଧ
ଭୁବନେଶ୍ୱର : ଓଡ଼ିଶାରେ ଏକ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (ନାଇପର) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାରେ ନାଇପର୍ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ଏହି ପଦକ୍ଷେପ ପୂର୍ବ ଭାରତରେ ଔଷଧ ଏବଂ ବାୟୋଟେକ୍ କ୍ଷେତ୍ରର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ...
୧୦ବର୍ଷରେ ୮୫୭ ହାତୀ ମୃତ୍ୟୁ
ଭୁବନେଶ୍ୱର : ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୮୫୭ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧି ରୋଗରେ ପଡି ମରିଥିବା ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ବିଜେପି ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ହାତୀ ସଂକ୍ରାନ୍ତରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବିଗତ ୧୦ବର୍ଷରେ ମୃତ୍ୟୁବରଣ କରିଥିବା ୮୫୭ଟି ହାତୀ ମଧ୍ୟରୁ ସର୍ବାଧିକ ୩୦୭ଟି ହାତୀ ରୋଗରେ ପଡି ମରିଥିବାବେଳେ ୨୨୯ଟି ହାତୀ ପ୍ରାକୃତିକ...
ବିଧାନ ପରିଷଦ ଆଶାୟୀ ହାଲିଆ
ଭୁବନେଶ୍ୱର : ଦେଶର ବହୁ ରାଜ୍ୟରେ ବିଧାନ ପରିଷଦ ରହିଥିବାବେଳେ ରାଜ୍ୟ ବିଧାନସଭାର ସଙ୍କଳ୍ପ ସତ୍ୱେ ଓଡିଶା ରାଜ୍ୟ ବିଧାନ ପରିଷଦ କିନ୍ତୁ ଗଢାଯାଇ ପାରୁନାହିଁ । ବିଧାନ ପରିଷଦ କେବେ ଗଢାଯିବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବରେ କିଛି ସମୟସୀମା ଦେଇପାରୁନଥିବାବେଳେ ପରିଷଦର ସଦସ୍ୟ ହୋଇ ମନ୍ତ୍ରୀ ହେବାଲାଗି କିନ୍ତୁ ପ୍ରାୟ ସାତବର୍ଷ ଧରି ଅନେକ ଲୋକ ସ୍ୱପ୍ନ ଦେଖି ଦେଖି ହାଲିଆ ହୋଇଗଲେଣି । ପ୍ରାୟ ତିନି ବର୍ଷ ଧରି ବିଧାନ ପରିଷଦ ଘେନି ରାଜନୈତିକ ଚର୍ଚ୍ଚା ଚାଲିବାପରେ ଏ...
ONOS Boosts OA Journals
New Delhi: One Nation One Subscription (ONOS) scheme, with a budget of Rs. 6000 Crore for a period of three years i.e. 2025-2027, is a centrally negotiated and centrally funded National Consortium for electronic journal subscriptions.ONOS will also provide central funding support of Rs. 150 Crore per year for beneficiary authors to publish in selected good quality Open Access...
Bhandra Repair From 17 DEC
Puri: The Archaeological Survey of India (ASI) will start the repair and conservation work on the Ratna Bhandar of the Sri Jagannath Temple from December 17. This decision was taken during the meeting of the Chhatisha Nijog, the apex body of the temple servitor association, held in Puri today. Sri Jagannath Temple’s Chief Administrator, Dr Arabinda Padhee said that preliminary work...
ୱେଭ୍ସ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ସଚେତନତା
ଭୁବନେଶ୍ୱର:ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ଆଇଆଇଟି ଭୁବନେଶ୍ୱର ପରିସରରେ ୱାର୍ଲ୍ଡ ଅଡିଓ ଭିଜୁଆଲ ଏଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍ (ୱେଭ୍ସ) ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ରୋଡ ଶୋ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଯୋଗଦେଇ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର କହିଛନ୍ତି, ଭାରତ...
କଟକରୁ ୧୮୦୦ କିଲୋ ପଲିଥିନ୍ ଜବତ
ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ୪ତାରିଖ ସୁଦ୍ଧା କେବଳ କଟକ ଜିଲ୍ଲାରୁ ୧୮୦୦ କେଜି ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ହେଲାଣି । ଝାରସୁଗୁଡା ଜିଲ୍ଲାରେ ଏହି ପରିମାଣ ୧୫୦ କେଜି ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ପ୍ରଥମେ ୨୦୧୮ ସେପ୍ଟେମ୍ବର ୨୯ ତାରିଖ ଠାରୁ ଓ ପରବର୍ତ୍ତୀ...
ଉଦ୍ଧାର ହେଲେଣି ୩୫୭ ଜଣ କିଶୋର
ଭୁବନେଶ୍ୱର : ସଂଶୋଧିତ ଆଇନ୍ - ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ୍, ୧୯୮୬ ରେ ୧୫ ରୁ ୧୮ ବର୍ଷ ବୟସର ୩୫୭ ଜଣ କିଶୋର ଶ୍ରମିକ ବିଭିନ୍ନ ଜିଲ୍ଲାରେ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସର୍ବାଧିକ ୭୭ଜଣ ଖୋରଧା ଜିଲ୍ଲାରୁ ଉଦ୍ଧାର ହୋଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି...
ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ବର୍ତ୍ତମାନ ବିଭିନ୍ନ ବ୍ଲକରେ କାର୍ଯ୍ୟ କରୁଥିବା ଓ ପୂର୍ବରୁ କାର୍ଯ୍ୟ କରିଥିବା ୧୧୭ଜଣ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ମନ୍ତ୍ରୀ କହିଛନ୍ତି ଯେ ୧୧୭ଜଣ ବିଡିଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ୨୦୧୪ରୁ ୨୦୨୪ ମଧ୍ୟରେ ୩୪ ଜଣ ବିଡିଓଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି । ଏଥି ସହିତ...
ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ଟାସ୍କ ଫୋର୍ସ
ଭୁବନେଶ୍ୱର : ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ...










