ଅନିମେଶଙ୍କୁ ଓଡ଼ିଶା କ୍ୟାଡର
ଭୁବନେଶ୍ବର : ୨୦୨୩ ବ୍ୟାଚ୍ ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର। ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଥିଲେ ଅନିମେଶ। ଠିକ୍ ସେହିପରି ୨୪ ତମ ସ୍ଥାନରେ ଥିବା ପ୍ରଜ୍ଞାନନ୍ଦନ ଗିରିଙ୍କୁ ମଧ୍ୟ ଓଡ଼ିଶା କ୍ୟାଡର ମିଳିଛି। ୪୦୯ ତମ ସ୍ଥାନରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ତମ ସ୍ଥାନରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର ମିଳିଥିବାବେଳେ ୫୪ ତମ ସ୍ଥାନରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ୬୮ ତମ ସ୍ଥାନରେ ଥିବା...
ଓଡ଼ିଶା ମାଷ୍ଟରସ୍ ୨୦୨୪ ଉଦ୍ଯାପିତ
କଟକ : ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ମାଷ୍ଟରସ୍ ୨୦୨୪ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟର ଆଜି ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଆଜିର ଉଦ୍ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ଠାରେ ଉପସ୍ଥିତ ରହି ଭାରତର ବ୍ୟାଡ଼ମିଣ୍ଟନ ଖେଳାଳୀ ରିତ୍ଵିକ ସଞ୍ଜୀବୀ ସତୀଶ କୁମାର ଓ ଟି.ମନେପଲ୍ଲୀ ମଧ୍ୟରେ ଅନୁଷ୍ଠିତ ହୋଇଥିବା ମ୍ୟାଚ ଦେଖିବା ସହ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର...
ବିକଶିତ ଓଡିଶା ପାଇଁ ୩ଲକ୍ଷରୁ ଅଧିକ ମତ
ଭୁବନେଶ୍ବର : ଓଡିଶା ଭିଜନ-୨୦୩୬ ଓ ୨୦୪୭ ଗଠନ ପାଇଁ ରେକର୍ଡ ୩ ଲକ୍ଷ ଲୋକକଙ୍କ ମତାମତ ହସ୍ତଗତ ହୋଇଛି। ଲୋକଙ୍କ ମତାମତ ଆଧାରରେ ବିକଶିତ ଓଡିଶା ଓ ବିକଶିତ ଭାରତ ଗଠନରେ ସାଧାରଣ ଲୋକଙ୍କ ମତାମତ ନେଇ ଭିଜନ ପ୍ରସ୍ତୁତ କରିବାରେ ଏହା ଏକ ମାଇଲଖୁଣ୍ଟ।ରାଜ୍ୟର ବିକାଶରେ ଏତେ ସଂଖ୍ୟକ ଲୋକଙ୍କ ସମୁହ ଯୋଗଦାନ ବିକଶିତ ଓଡିଶା ଗଠନ ଦିଗରେ ଏକ ବଡ ପଦକ୍ଷେପ ହୋଇଥିବା ବେଳେ ଲୋକଙ୍କ ଭାଗିଦାରୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଇ-ମେଲ, ହ୍ବାର୍ଟଆସ,...
ବିନା କାମରେ ପାଉଣା ନେଉଛନ୍ତି
ଭୁବନେଶ୍ୱର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ନକରି ଅତିଥି ଅଧ୍ୟାପକମାନଙ୍କ ମାଧ୍ୟମରେ ଯେଉଁ କାମଚଳା ପଦକ୍ଷେପ ଚାଲିଛି ସେଥିରେ ଛାତ୍ରଛାତ୍ରୀ ଓ ଗବେଷକମାନେ ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ଅଳ୍ପ କେତେଜଣ ଅତିଥି ଅଧ୍ୟାପକଙ୍କୁ ଛାଡିଦେଲେ ଅଧିକାଂଶ ଏହି ନିଯୁକ୍ତିକୁ ଥଇଥାନକେନ୍ଦ୍ର ଭାବେ ଗ୍ରହଣ କରିନେଇଥିବାରୁ ପିଲାଙ୍କ ପାଠପଢା ଉପରେ ସେମାନେ ଗୁରୁତ୍ୱ ଦେଉନାହାନ୍ତି ବୋଲି ଖୋଦ ରାଜଧାନୀରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଖୋଲା ଅଭିଯୋଗ କରୁଛନ୍ତି । ଅନେକ ଅତିଥି ଅଧ୍ୟାପକ ଓ ଅଧ୍ୟାପିକା ବରିଷ୍ଠ...
ଅନ୍ୟ ଚାଷପାଇଁ କାଳ ହେଲାଣି ଚାଉଳ ଉତ୍ପାଦନ
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଢେର ଅଧିକ ଚାଉଳ ଉତ୍ପାଦନ ଏବେ ଅନ୍ୟ ଚାଷପାଇଁ କାଳ ହୋଇଛି । ଧାନ ଚାଷ କରୁଥିବାବେଳେ ଚାଷୀମାନେ ସରକାରଙ୍କୁ ଧାନ ବିକି ତତ୍କାଳ ଅର୍ଥ ପାଇଯାଉଥିବାରୁ ଅନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଉଛି । ରାଜ୍ୟର ଆଗଧାଡିର ଚାଷୀମାନେ କହିଛନ୍ତି ଯେ ସରକାର ଯେଭଳି ଧାନ ବିକ୍ରିକରି ଚାଷୀଙ୍କୁ ୪୮ଘଣ୍ଟା ମଧ୍ୟରେ ଅର୍ଥ ପ୍ରଦାନ କରୁଛନ୍ତି ଅନ୍ୟ ଫସଲ କ୍ଷେତ୍ରରେ ତାହା ହେଉନାହିଁ । ବିଶେଷକରି ଡାଲି ଜାତୀୟ...
ଆରଆଇଡିଏଫ ଖର୍ଚ୍ଚର ସମୀକ୍ଷା
ଭୁବନେଶ୍ୱର : ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି (ଆରଆଇଡିଏଫ) ଉଚ୍ଚ କ୍ଷମତାସମ୍ପନ୍ନ ରାଜ୍ୟସ୍ତରୀୟ କମିଟିର ଦ୍ଵିତୀୟ ବୈଠକ ଗତକାଲି ଶୁକ୍ରବାର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟରେ ଆରଆଇଡିଏଫପାଣ୍ଠି ସହାୟତାରେ ଜଳସମ୍ପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଏବଂ ସଂପୃକ୍ତ ବିଭାଗ ଅଧିନସ୍ଥ କାର୍ଯ୍ୟକାରୀ ସଂସ୍ଥା, ନିଗମ ଆଦି ଜରିଆରେ...
Enf Vigil On Borders
Bhubaneswar: To ensure that no outside paddy transport into Odisha for sale, the State Government has deployed 40 enforcement teams in 9 districts to keep a tight watch on goods vehicles. The registered farmers are being provided Rs 2,300 as minimum price of paddy per quintal and Rs 800 as input assistance. The government has taken strict measures to ensure that...
ଭାରତରେ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି
ନୂଆଦିଲ୍ଲୀ : ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି । ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ବୋଲି ଶନିବାର “ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ – ୨୦୨୪”ର ଉଦଘାଟନୀ ଅଧିବେଶନରେବିଦ୍ୟାଳୟରଶିକ୍ଷାବିତ୍ ସମୂହ ଓ ବୁଦ୍ଧିଜୀବୀ ମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
ସମରେ ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଶନିବାର ଦିନ ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍’ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ‘ପ୍ରଥମ ସୋଆ ରେନାଲ୍ ସିମ୍ପୋସିୟମ୍’ (ଏସ୍ଆର୍ଏସ୍) ର ପ୍ରସଙ୍ଗ ରହିଥିଲା ‘କମ୍ପ୍ରେହେନ୍ସିଭ୍ ଅପ୍ଡେଟ୍ସ ଇନ୍ ନେଫ୍ରୋଲୋଜି’ । ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ଼ନୀ ଜନିତ ସମସ୍ୟା ଥିବା...
ବନ୍ଧକମୁକ୍ତ କୃଷି ଋଣ ସୀମା ୨ ଲକ୍ଷ
ନୂଆଦିଲ୍ଲୀ : କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି...










