Rajib Mantra For Investment
Bhubaneswar: While the investor’s mood is in a worried state as uncertainty over US President Donald Trump’s Trade War, Ace Financial Wizard, Rajib Sekhar Sahoo underscored the significance of choosing the SIP Route. Shri Sahoo advised for Systemic Investment Plan (SIP) route, while speaking about the risks of Equity-Based Schemes. Shri Saho was recently speaking in an Investors Awareness Program organized...
ଲାଭ ଆରମ୍ଭ କରିଛି ଗ୍ରିଡକୋ
ଭୁବନେଶ୍ୱର : ଲଗାତାର କ୍ଷତି ସହି ଚାଲିଥିବା ଗ୍ରିଡକୋ ପ୍ରଥମଥର ପାଇଁ ୨୦୨୩-୨୪ ବର୍ଷରେ ୨୬୦ କୋଟି ୪୪ଲକ୍ଷ ଟଙ୍କାର ଲାଭ କରିଛି । ଗ୍ରିଡ୍କୋର ଲାଭ କ୍ଷତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଗ୍ରିଡ୍କୋ ଲଗାତାର କ୍ଷତିସହି ଚାଲିଥିଲା । ୨୦୨୦-୨୧ ବର୍ଷରେ କ୍ଷତିପର ପରିମାଣ ସର୍ବାଧିକ ୧୩୮୨ କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୧୩୫୨ କୋଟି ୧୪ଲକ୍ଷ ଟଙ୍କା ଥିଲା ।...
ଲାଭ କରୁଛି ଟାଟା ପାୱାର
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ କମ୍ପାନୀ ନେଇଥିବା ଟାଟା ପାୱାର ଲାଭ କରିବାରେ ଲାଗିଛି । ପୂର୍ବରୁ ସେସୁ ହାତରେ ଏହା ଥିବାବେଳେ କ୍ଷତି ହେଉଥିଲା । ବିଦ୍ୟୁତ୍ ବିତରଣ କମ୍ପାନୀର ଲାଭ କ୍ଷତି ସଂକ୍ରାନ୍ତରେ ବିଜେଡି ବିଧାୟିକା ସୁବାସିନୀ ଜେନା ପଚାରିଥିବା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶକ୍ତି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଟାଟା ପାୱାରର ଟିପିସିଓଡିଏଲ୍ ୨୦୨୦ ଜୁନ୍ ପହିଲାରେ ବିତରଣ ଦାୟିତ୍ୱ ହାତକୁ ନେଇଥିବାବେଳେ ଅନ୍ୟ ତିନିଟି...
ସରକାରୀ ଚାକିରି ପାଇଁ ବୟସ ସୀମା ମାମଲା
ଭୁବନେଶ୍ୱର : ଖାଲି ପଡୁଥିବା ବିଭିନ୍ନ ପାହ୍ୟାର ସରକାରୀ ପଦ ପଦବୀଗୁଡ଼ିକ ପ୍ରତିବର୍ଷ ପୂରଣ କରାଯାଉନଥିବାରୁ ଅନେକ ଆଶାୟୀ ପ୍ରାର୍ଥୀଙ୍କ ବୟସ ଅତିକ୍ରମ କରିଯାଉଛି । ନିଯୁକ୍ତି ବିଜ୍ଞାପନ ପ୍ରକାଶ ସହିତ ଏଥିପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବାମାତ୍ରେ ବୟସାତିକ୍ରାନ୍ତ ଆଶାୟୀମାନେ ଆଇନ୍ ଅଦାଲତର ବାରମ୍ବାର ଦ୍ୱାରସ୍ଥ ହେବା ଫଳରେ ନିଯୁକ୍ତି ପ୍ରକ୍ରିୟା ବ୍ୟାହତ ହେଉଛି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ମୁତାବକ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ସରକାରୀ ଚାକିରିର ବିଭିନ୍ନ ବର୍ଗରେ ପ୍ରାୟ ୨ଲକ୍ଷ ୫ ହଜାର ପଦବୀ ଖାଲି...
କୃଷକ ପରିବାରର ଆୟ ଜାତୀୟ ସ୍ତରରେ ଅଧିକ
ଭୁବନେଶ୍ୱର : କୃଷକ ପରିବାରର ମାସିକ ହାରାହାରି ଆୟ ଜାତୀୟ ସ୍ତରରେ ଛଅ ବର୍ଷ ମଧ୍ୟରେ ୩୭୯୨ ଟଙ୍କା ବୃଦ୍ଧି ପାଇଥିବାବେଳେ ଓଡିଶାରେ ଏହା ବଢିଛି ମାତ୍ର ୧୩୬ ଟଙ୍କା । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦେଇଥିବା ତଥ୍ୟରୁ ଏହା ଜଣାଯାଇଛି । କୃଷିମନ୍ତ୍ରୀ ଉଳ୍ଲେଖ କରିଛନ୍ତି ଯେ ଜାତୀୟ ନମୂନା ସର୍ବେକ୍ଷଣ କାର୍ଯ୍ୟାଳୟ, କୃଷକ ପରିବାରର ମାସିକ ହାରାହାରି ଆୟ ଆକଳନ କରିଥାଏ । ୨୦୧୩ ମସହାରେ...
ରାଜ୍ୟରେ ୧୦ଲକ୍ଷରୁ ଅଧିକ ଏମଏସଏମଇ
ଭୁବନେଶ୍ୱର : ଚଳିବର୍ଷ ଫେବୃଆରୀ ସୁଦ୍ଧା ରାଜ୍ୟରେ ୧୦,୧୧,୧୪୧ ଟି ଏମଏସଏମଇ ଶିଳ୍ପାନୁଷ୍ଠାନ ଗଢି ଉଠି ଉଦ୍ୟମ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି । ଏହି ଶିଳ୍ପାନୁଷ୍ଠାନଗୁଡିକରେ ୭୮,୧୪,୫୮୯ ଜଣ ଆତ୍ମନିଯୁକ୍ତି ଓ ନିଯୁକ୍ତି ସୁଯୋଗ ପାଇଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ଯେ ପ୍ରତିଷ୍ଠା ହୋଇଥିବା ଏମଏସଏମଇ ମଧ୍ୟରୁ ସର୍ବାଧିକ ୧,୧୪,୩୩ଟି ଶିଳ୍ପସଂସ୍ଥା...
ଗତବର୍ଷ ଠାରୁ ଅଧିକ ଧାନ ସଂଗ୍ରହ
ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ସଂଗ୍ରହ ହୋଇଥିବା ଧାନ ପରିମାଣ ଗତବର୍ଷ ଉଭୟ ଖରିଫ ଓ ରବିରେ ହୋଇଥିବା ଧାନ ସଂଗ୍ରହ ପରିମାଣକୁ ଟପିଗଲାଣି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୩-୨୪ ଧାନ ସଂଗ୍ରହ ବର୍ଷରେ ଖରିଫ ଓ ରବି ଋତୁରେ ମୋଟ୍ ୭୦.୮୮ ଲକ୍ଷ ମେଟ୍ରିକ ଟନ୍ର ଧାନ ୧୫,୪୭୫ କୋଟି ଟଙ୍କାରେ...
ସମସ୍ତ ସୂତାକଳ ଓ ଲୁଗାକଳ ଅଚଳ
ଭୁବନେଶ୍ୱର : ରାଜ୍ୟରେ ସମବାୟ କ୍ଷେତ୍ରରେ ମୋଟ୍ ୭ଟି ସୂତାକଳ ପ୍ରତିଷ୍ଠା ହୋଇଥିବାବେଳେ ବର୍ତ୍ତମାନ ସେଥିରୁ ଗୋଟିଏ ହେଲେ କାର୍ଯ୍ୟକ୍ଷମ ସ୍ଥିତିରେ ନାହିଁ । ସେହିଭଳି ୮ଟି ଲୁଗାକଳ ମଧ୍ୟ ବନ୍ଦହୋଇ ଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି ଯେ ୭ଟି ସୂତାକଳ ଓ ୮ଟି ଲୁଗାକଳ କାର୍ଯ୍ୟକ୍ଷମ ନଥିବାବେଳେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ୫ଟି ସମବାୟ ଚିନିକଳ...
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଭୁବନେଶ୍ବର : ଖରାକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ । ତେବେ ସ୍କୁଲର ସମୟ ସାରଣୀ ପ୍ରକାଶ ପାଇନାହିଁ । ସ୍ଥିତିକୁ ଦେଖି ସପ୍ତାହେ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମାର୍ଚ୍ଚ ୨୭ରେ ପରୀକ୍ଷା ସରିବା ପରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ। ସକାଳ ୭ରୁ କ୍ଲାସ ହେବ।...
ସାଗରମାଳା ବୈଠକରେ ପ୍ରସ୍ତାବ ରଖିଲା ଓଡିଶା
ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ସାଗରମାଳା ଶୀର୍ଷକ କମିଟି (NSAC) ବୈଠକରେ ଓଡ଼ିଶା ଅଂଶଗ୍ରହଣ କରିଥିଲା। ମାନ୍ୟବର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଅଧ୍ୟକ୍ଷତାରେ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ଏବଂ ବରିଷ୍ଠ ଅଧିକାରୀମାନେ ଭାରତର ସାମୁଦ୍ରିକ କ୍ଷେତ୍ରର ଭବିଷ୍ୟତ ବିଷୟରେ ବିସ୍ତୃତ ଭାବରେ...










