Home Health ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ଡାଟା ଆସିଲା

ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ଡାଟା ଆସିଲା

କରୋନା ଟୀକା ପ୍ରଦାନ ଲାଗି ସ୍ୱାସ୍ଥ୍ୟ ସେବା କର୍ମୀ (ଏଚ୍‍ସିଡବ୍ଲ୍ୟୁ)ଙ୍କ ଡାଟାବେସ୍ ପ୍ରସ୍ତୁତି ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବାବେଳେ ଏମାନଙ୍କର ୯୮ ପ୍ରତିଶତ ତଥ୍ୟ ଉପଲବ୍ଧ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଦର୍ଶାଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଆଜି ପର୍ଯ୍ୟନ୍ତ ଉପଲବ୍ଧ ତଥ୍ୟ ଉପରେ ସଂକ୍ରାନ୍ତରେ ସୂଚନା ଦେଇ କହିଛନ୍ତି ଯେ ପ୍ରାୟ ୩,୦୨,୭୦୮ ଏଚ୍‍ସିଡବ୍ଲ୍ୟୁଙ୍କ ମଧ୍ୟରୁ ୨,୯୫,୩୪୯ଙ୍କର ତଥ୍ୟ ଉପଲବ୍ଧ ହୋଇଛି ଯାହା କି ୯୮ ପ୍ରତିଶତ ଅଟେ ।

ଭାରତ ସରକାର ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଶାସନକୁ ସୂଚୀତ କରିବା ପରେ କୋଭିଡ-୧୯ ଟିକା ଉପଲବ୍ଧ ପାଇଁ ଓଡିଶା ସରକାର ରାଜ୍ୟରେ ସ୍ୱାସ୍ଥ୍ୟ ସେବା କର୍ମ•ରୀଙ୍କ ଡାଟା ବେସ୍ ସୃଷ୍ଟି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏଚ୍‍ସିଡବ୍ଲ୍ୟୁ ଡାଟା ଉପରେ ବିସ୍ତୃତ ରିପୋର୍ଟ ବର୍ତ୍ତମାନ ନଜର ରଖାଯାଉଛି ଏବଂ ଏହା ପ୍ରସ୍ତୁତି •ଲିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସର୍ବଶେଷ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୩୬୩୮ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଉପଲବ୍ଧ ଅଛି, ସେଥିମଧ୍ୟରୁ ୩୪୬୩ ଟି ସେମାନଙ୍କ ବିବରଣୀ ଦାଖଲ କରିଛନ୍ତି, ଯାହା କି ୯୪ ପ୍ରତିଶତ ଅଟେ ।

୩୦ ଟି ଜିଲ୍ଲା ମଧ୍ୟରୁ ଅନୁଗୁଳ, ବରଗଡ, ଦେଓଗଡ, କେନ୍ଦ୍ରାପଡା, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ସୋନପୁର ଏବଂ ସୁନ୍ଦରଗଡ ସ୍ୱାସ୍ଥ୍ୟ ସେବା ତଥା ସ୍ୱାସ୍ଥ୍ୟ ସେବା କର୍ମ•ରୀଙ୍କ ଉପରେ ଶତ ପ୍ରତିଶତ ତଥ୍ୟ ଦାଖଲ କରିବାରେ ସକ୍ଷମ ହୋଇଛନ୍ତି ।

୧୭ ଟି ଜିଲ୍ଲା ଏଚ୍‍ସିଡବ୍ଲ୍ୟୁ ଉପରେ ସମସ୍ତ ତଥ୍ୟ ପଠାଇଥିବାବେଳେ ୧୯ ଟି ଜିଲ୍ଲାରେ ଉପଲବ୍ଧ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ସମସ୍ତ ତଥ୍ୟ ପଠାଇଛନ୍ତି ।

ତଦନୁସାରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତୁରନ୍ତ ସମସ୍ତ ବିବରଣୀ ପ୍ରଦାନ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ଯାହା ଦ୍ୱାରା ଏହା ଉଭୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବଂ ଏଚ୍‍ସିଡବ୍ଲ୍ୟୁ ଉପରେ ନିର୍ଭୁଲ ଡାଟାବେସ୍ ସଂଗ୍ରହ ହୋଇପାରିବ ।

ଏହା ପୂର୍ବରୁ ଭାରତ ସରକାର ଯୋଗାଯୋଗ କରିଥିଲେ ଯେ କୋଭିଡ-୧୯ ଟିକା ଖୁବ ଶୀଘ୍ର ଉପଲବ୍ଧ ହେବ ତେଣୁ ଉଭୟ ସରକାରୀ ଏବଂ ବେସରକାରୀ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଡାଟା ପ୍ରସ୍ତୁତି ଆବଶ୍ୟକ ।

କୋଭିଡ-୧୯ ଟୀକାକରଣ ହିତାଧିକାରୀ ପରି•ଳନା ସିଷ୍ଟମ (ସିଭିବିଏମ୍‍ଏସ୍‍) ରେ ସ୍ୱାସ୍ଥ୍ୟ ସେବା କର୍ମ•ରୀଙ୍କ ସମସ୍ତ ବିବରଣୀ ସମାନ ଭାବରେ ଅପଲୋଡ୍ ହେବ । ତଦନୁଯାୟୀ ସିଡିପିଓଙ୍କ ସହିତ ସମସ୍ତ ଅଙ୍ଗନବାଡି କର୍ମୀ, ଅଙ୍ଗନୱାଡି ହେଲପର ଏବଂ ସୁପରଭାଇଜରଙ୍କ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରିବାକୁ ମହିଳା ଏବଂ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମସ୍ତ ଜିଲ୍ଲା ଆଇସିଡିଏସ୍ ଟିମ୍ ୨୫ ଅକ୍ଟୋବର ସୁଦ୍ଧା ଜିଲ୍ଲା ତଥା ବ୍ଲକ ଅଧିକାରୀଙ୍କ ପରାମର୍ଶ କ୍ରମେ ଡାଟା ଆଧାରରେ ଏଚ୍‍ସିଡବ୍ଲ୍ୟୁ ସହିତ ଉପରୋକ୍ତ ସିଡିପିଓ ହେଲପର ଏବଂ ସୁପରଭାଇଜରଙ୍କ ସବିଶେଷ ତଥ୍ୟ ନାମ ଲେଖାଇବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିଭଳି ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଅ।ଇଏମ୍ଏ), ଓଡିଶା ରାଜ୍ୟ ଶାଖା, ଆୟୁଷ ଆସୋସିଏସନ୍, ନର୍ସିଂ ଅସୋସିଏସନ୍ ଓଡିଶା ଶାଖା, ସମସ୍ତ ପାରାମେଡିକ୍ ୱାର୍କର୍ସ ଅସୋସିଏସନ୍ ଏବଂ ଓଡିଶାର ଘରୋଇ ହସ୍ପିଟାଲ୍ ମାଲିକ ସଂଘର ସଭାପତିଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା ।

ଫଳରେ ଅସୋସିଏସନ୍ ଗୁଡିକ ସେମାନଙ୍କର ସଦସ୍ୟମାନଙ୍କୁ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର୍, ସିଡିଏମ୍ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ସହିତ ଯୋଗାଯୋଗ କରି ୨୯ ଅକ୍ଟୋବର ସୁଦ୍ଧା ସମସ୍ତ କର୍ମଚାରୀଙ୍କୁ ଡାଟା ଆଧାରରେ ନାମ ଅପଲୋଡ ପାଇଁ କୁହାଯାଇଥିଲା ।