Home Education ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ

ସୋଆର ସବୁ କ୍ୟାମ୍ପସ ହେବ ସବୁଜ କ୍ୟାମ୍ପସ

ଭୁବନେଶ୍ୱର : ପରିବେଶ ପ୍ରଦୁଷଣ ଓ ଏହାର ସୁରକ୍ଷା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଏହାର ସନ୍ତୁଳନ ଲାଗି ବୃକ୍ଷରୋପଣ ସମସ୍ତଙ୍କର ଦାୟିତ୍ୱ ରହିବା ଉଚିତ୍ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ଶୁକ୍ରବାର ସୋଆ କ୍ୟାମ୍ପସ – ୪ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିବା ବେଳେ ବିଶ୍ୱବିଦ୍ୟାଳୟର ସବୁକ୍ୟାମ୍ପସକୁ ସବୁଜ କ୍ୟାମ୍ପସ କରାଯିବ ବୋଲି କୁଳପତି ପ୍ରଫେସର ନନ୍ଦ କହିଛନ୍ତି ।

ସୋଆ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌), ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସ ଆଣ୍ଡ ଆନିମଲ ହଜବ୍ୟାଣ୍ଡରି (ଆଇଭିଏସ୍‌ଏଏଚ୍‌) ଏବଂ ଆଇନ ମହାବିଦ୍ୟାଳୟ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ର ମିଳିତ ଆନୁକୂଲ୍ୟରେ ଏହି ବିଶାଳା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି ଅବସରରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ କହିଥିଲେ ଯେ ପରିବେଶର ସୁରକ୍ଷା ନିମନ୍ତେ ଏହି ମହତ୍ କାର୍ଯ୍ୟର ଆୟୋଜନ କରାଯାଇଥିବା ବେଳେ ବଉଳ, ସୁନାରୀ, କାଂଚନ, ଅର୍ଜୁନ, ପିସ୍ତାବାଦାମ, ଜାମ୍ମୁ, ବାହାଡା, କୃଷ୍ଣଚୂଡ଼ା ଓ ବଡ଼ ଚାକୁଣ୍ଡା ଭଳି ୧୨ ପ୍ରକାରର ୫୦୦ଟି ବୃକ୍ଷ ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର ବରିଷ୍ଠ ପଦାଧିକାରୀ, ଅଧ୍ୟାପକ-ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।