ଭୁବନେଶ୍ୱର : ଉପକୂଳବର୍ତୀ ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉପକୂଳବର୍ତୀ ପଶ୍ଚିମବଙ୍ଗ ଓ ଉତର ଉପକୂଳ ଓଡ଼ିଶା ଅଂଚଳରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସୋଆ(ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ।
ସିଇସି କହିଛି ଯେ, ପାଣିପାଗ ପ୍ରଭାବରେ ଜୁଲାଇ ୨୫ରୁ ୨୮ ତାରିଖ ମଧ୍ୟରେ ରାଜ୍ୟର ଉତର ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
ଏହାର ପ୍ରଭାବରେ ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଏବଂ ମହାନଦୀର ଅବବାହିକା ଅଂଚଳରେ ମଧ୍ୟ ଉଲ୍ଲେଖନୀୟ ବର୍ଷା ହେବାର ସମ୍ଭାବନା ରହିଛି ।

