ଭୁବନେଶ୍ୱର : କ୍ରସ ଭୋଟିଂ ଓ ଦଳ ନିଷ୍ପତ୍ତି ବିରୋଧରେ କାର୍ଯ୍ୟ କରିଥିବାରୁ ଆସନ୍ତା ୨୭ ତାରିଖରେ ଆଠ ନିଲମ୍ବିତ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବ ବିଜେଡି। ଦଳର ନିଷ୍ପତ୍ତି ବିରୋଧରେ ରାଜ୍ୟସଭାରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିବାରୁ ଏହି ଦାବି କରାଯିବ ।
ସୂଚନାଯୋଗ୍ୟ ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ।
ପରେ ରାଜ୍ୟସଭାରେ ଦଳ ନିଷ୍ପତ୍ତିର ଅବମାନନା କରିଥିବା ଅଭିଯୋଗରେ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ବସ୍ତା ବିଧାୟିକା ସୁବାସୀନି ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ଜୟଦେବ ବିଧାୟକ ନବ ମଲ୍ଲିକଙ୍କୁ ଦଳ ନିଲମ୍ବନ କରିଥିଲା । ଏବେ ଏହି ବିଧାୟକମାନଙ୍କର ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ ଦାବି କରିବ ବିଜେଡି।

