Home News in Odia ବଂଶଧାରା ନଦୀ ଜଳବଣ୍ଟନ ନିଷ୍ପତ୍ତି ଓଡ଼ିଶା ବିରୋଧି

ବଂଶଧାରା ନଦୀ ଜଳବଣ୍ଟନ ନିଷ୍ପତ୍ତି ଓଡ଼ିଶା ବିରୋଧି

ଭୁବନେଶ୍ୱର : ବଂଶଧାରା ନଦୀ ଜଳବଣ୍ଟନରେ ଓଡ଼ିଶା ଏବଂ ଆନ୍ଧ୍ରର ୫୦:୫୦ ପରିମାଣର ବଣ୍ଟନ ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନିପତି କହିଛନ୍ତି । ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାର୍ଥର ପରିପନ୍ଥି ବୋଲି ସେ ଅଭିଯୋଗ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଓଡ଼ିଶା ବିରୋଧି ମନୋଭାବ ଏଥିରେ ସ୍ପଷ୍ଟ ପ୍ରକଟିତ ହେଉଛି । ଏଭଳି ଓଡିଶା ସ୍ୱାର୍ଥ ବିରୋଧି ନିଷ୍ପତ୍ତିକୁ ଓଡ଼ିଶାରୁ ସଂସଦକୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ପ୍ରତିବାଦ କରିନାହାନ୍ତି । ଏପରିକି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ବିଜେପି ଦଳ ପକ୍ଷରୁ ଏହାକୁ ନାପସନ୍ଦ କରାଯାଇନାହିଁ । ସୁତରାଂ ବିଜେପି ଦଳର ସ୍ୱାର୍ଥ ଏବଂ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁଙ୍କୁ ଦୃଷ୍ଟିକରଣ କରିବା ପାଇଁ ଓଡ଼ିଶାର ସ୍ୱାର୍ଥକୁ ବଳି ଦିଆଯାଇଛି । ଏହାକୁ ଓଡ଼ିଶାର ନାଗରିକ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ବାହିନିପତି କହିଛନ୍ତି ।

ଗତ ମାର୍ଚ୍ଚ ୩୦, ୨୦୨୬ରେ ଟ୍ରିବୁନାଲର ଏହି ରାୟ ଏକ ଓଡ଼ିଶା ବିରୋଧି ରାୟ । ୨୦୧୦ ମସିହାରେ ବସୁନ୍ଧରା ଜଳ ବିବାଦ ଟ୍ରିବୁନାଲ ପ୍ରତିଷ୍ଠା ହେଲା । ଆନ୍ଧ୍ର ପ୍ରଦେଶ ନେରେଡି ବ୍ୟରେଜ୍ ନିର୍ମାଣ କରି ଜଳ ଯୋଗାଣ ପାଇଁ ସ୍ଥିର କରିଛି । ନେରେଡ୍ ବ୍ୟାରେଜ୍ ନିର୍ମାଣ ହେଲେ ଏବଂ କାଟ୍ରାଗଡ ସାଇଡ୍ ଓୟାର୍ ନିର୍ମାଣ ହେଲେ ଓଡ଼ିଶାରେ ନଦୀ ଶଯ୍ୟାର ଜଳ ଏବଂ ଭୂତଳ ଜଳକୁ ପ୍ରଭାବିତ କରିବ ଏବଂ ପଛୁଆ ଅଞ୍ଚଳରେ ଜଳାଭାବ ଦେଖାଦେବା ସହ ଚାଷକୁ ମଧ୍ୟ ଭୟଙ୍କର ପ୍ରଭାବ ଦେଖାଦେବ । 

ବଂଶଧାରା ନଦୀର ଉତ୍ସସ୍ଥଳ ହେଉଛି ନିୟମଗିରୀ ଏବଂ ଏହାର ସମୁଦାୟ ୧୦୮୩୦ ବ.ଗ. କି.ମି. କ୍ୟାଚମେଣ୍ଟ ଏରିଆରୁ ଓଡ଼ିଶାରେ ୮୦୧୫ ବର୍ଗ କି.ମି. ରହିଛି ଏବଂ ଆନ୍ଧ୍ରରେ ୨୮୧୫ ବର୍ଗ କି.ମି ରହିଛି । ତେବେ କେଉଁ ନ୍ୟାୟରେ ଏହି ଜଳବଣ୍ଣନ ୫୦: ୫୦ ପରିମାଣରେ କରାଯାଇଛି ତାହା ଆଜି ଓଡ଼ିଶାବାସୀଙ୍କ ପ୍ରଶ୍ନ । ରାୟଗଡା ଏବଂ ଗଜପତି ଜିଲ୍ଲାର ଚାଷୀ ଏଥିରେ କ୍ଷତିଗ୍ରସ୍ତ ହେବେ । ଓଡ଼ିଶାର ୧୦୬ ଏକର ଜମି ଆନ୍ଧ୍ରକୁ ହସ୍ତାନ୍ଦର କରାଯିବା ପାଇଁ ଏଥିରେ କୁହାଯାଇଛି । ରାୟଗଡା ଏବଂ ଗତପତି ଜିଲ୍ଲାରେ ପ୍ରବଳ ବନ୍ୟା ଏହି ପ୍ରକଳ୍ପ ଯୋଗୁ ସୃଷ୍ଟି ହେବ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ଆନ୍ଧ୍ର ସରକାରଙ୍କୁ ନେରେଡି ବ୍ୟାରେଜ ନିର୍ମାଣ ପାଇଁ ଅନୁମତ ଦିଆଯାଇଛି । ଟ୍ରିବୁନାଲ ନିଷ୍ପତ୍ତି କରିଛି ଯେ ଏହି ନଦୀର ଗୋଟା ବ୍ୟାରେଜରେ ଗଚ୍ଛିତ ୧୧୫ ଟିଏମସି ଜଳକୁ ଅଧା ଅଧା ପରିମାଣରେ ଆନ୍ଧ୍ର ଓ ଓଡ଼ିଶା ନେଇପାରିବେ । ଅନ୍ଧ୍ର ସରକାର ଆସନ୍ତା ଜୁନ୍ ୧, ୨୦୨୬ ତାରିଖ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କାଟ୍ରାଗଡ ସାଇଡ୍ ଓୟାର ଠାରୁ ପାଇବେ ବୋଲି ମଧ୍ୟ ଅନୁମତି ଦିଆଗଲା ।

ବଂଶଧରା ନଦୀ କଳାହାଣ୍ଡି, ରାୟଗଡା ଓ ଗଜପତି ଜିଲ୍ଲାର ଚାଷୀଙ୍କ ପାଇଁ ଏକ ଲାଇଫ୍ ଲାଇନ୍ । ବର୍ଷାଋତୁ ଛାଡି ଥିଲେ ଅନ୍ୟ ସମୟରେ ବଂଶଧାରା ଶୁଖିଲା ପଡିଛି । ସବୁ ପାଣି ଆନ୍ଧ୍ରକୁ ବହିଯାଉଥିବାରୁ ୩ଟି ପ୍ରକଳ୍ପ କରି ଆନ୍ଧ୍ର ଏହାର ଫାଇଦା ନେବ ।

ସୁତରାଂ ଓଡିଶା ସରକାର ଓ ବିଜେପି ଦଳ ବଂଶଧାରା ଜଳ ବଣ୍ଟନର ନିଷ୍ପତ୍ତିକୁ ସମର୍ଥନ ଦେଉଛି । ମାତ୍ର କଂଗ୍ରେସ ଦଳ ଏହାକୁ ସଂପୂର୍ଣ୍ଣ ବିରୋଧ କରିବା ସହ ଏହା ସଂପୂର୍ଣ୍ଣ ଓଡ଼ିଶା ଚାଷୀମାରଣ ନିଷ୍କତ୍ତି ବୋଲି ଘୋଷଣା କରୁଛି । କେବଳ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବା ପାଇଁ ଏହା ଉଦ୍ଦିଷ୍ଟ ଏବଂ ଆମ ବିଜେପିଦଳର ନେତୃତ୍ୱ ଏ ପ୍ରସଙ୍ଗରେ ମୁହଁରେ ତୁଣ୍ଡିବାନ୍ଧି ବସିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ପିସିସି ଉପସଭାପତି ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଅମ୍ରିତା ଦାସ ଅଂଶ ଗ୍ରହଣ କରିଥିଲେ ।