Home Culture ଛତିଶଗଡରେ ଉତ୍କଳ ଦିବସ ପାଳିତ

ଛତିଶଗଡରେ ଉତ୍କଳ ଦିବସ ପାଳିତ

ରାୟଗଡ :  ଛତିଶଗଡ ରାଜ୍ୟ ର ରାୟଗଡ ଠାରେ  ଉତ୍କଳ ସେବା ସମିତି ପକ୍ଷ ରୁ  ବାବା ପ୍ରିୟଦର୍ଶୀ ରାମ ଅଡିଟରୀୟମ ପଞ୍ଜରୀ ପ୍ଲାଣ୍ଟ ଠାରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ସମ୍ମାନିତ ଅତିଥି ଭାବ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ରାୟପୁର ଉତ୍ତର  ବିଧାୟକ ପୁରନ୍ଦର ମିଶ୍ର, ରାଇଗଡ଼ ର ମେଜର ଜିଧାନ ଚୌହାନ ଯୋଗଦାନ କରିଥିଲେ ।

ଉତ୍କଳ ସାଂସ୍କୃତିକ ସେବା ସମିତି ର ଅଧକ୍ଷ ପ୍ରକାଶ ମିଶ୍ର ଅଧକ୍ଷତା ରେ କାର୍ଯ୍ୟକ୍ରମ ଟି ପରିଚାଳିତ ହୋଇଥିବା ବେଳେ ସମ୍ପାଦକ ପ୍ରତାପ ରାଉତ ସହଯୋଗ କରିଥିଲେ । ଏହି ଉତ୍କଳ ଦିବସ ପାଳନ ଅବସରରେ ଅତିଥି ମାନେ ନିଜ ନିଜର ମତ ରଖିଥିବା ବେଳେ ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ ଯେ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କୁ  ଓଡ଼ିଆ ଭାଗବତକୁ ଛତିଶଗଡି ଭାଷା ରେ ଅନୁବାଦ କରି ଶ୍ରୀମତୀ ବ୍ୟାସ ଷଡ଼ଙ୍ଗୀ ଓ ଡ଼ଃ ସୁଚିତ୍ରା ତ୍ରିପାଠୀ ପ୍ରଦାନ କରିଥିବାରୁ ଏହା ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସବୁଦିନ ମନେ ରହିବ ।

 ଏହା ସହିତ ମଧୁସୂଦନ ଦାସ, ଫକୀର ମୋହନ ସେନାପତି ଆଦି ଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆଜି ଓଡିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ରେ ପରିଣତ ହୋଇ ପାରିଛି ବୋଲି ସେ କହିଛନ୍ତି । ଓଡିଶା ଓ ଛତିଶଗଡ ମଧ୍ୟ ରେ  ଥିବା ଅନ୍ତରଙ୍ଗ ସମ୍ପର୍କ ସମ୍ପର୍କ ଅତି ନିବିଡ଼ ବୋଲି କହିଥିଲେ । ଏହା ସହିତ ଅଶୋକଙ୍କ ପରି ମହାନ ସମ୍ରାଟ ଚଣ୍ଡାଶୋକ ରୁ ଧର୍ମାଶୋକ ଏହି ଓଡିଶା ମାଟି ରେ ହିଁ ପରିଣତ ହୋଇ ପାରିଥିଲେ । ପ୍ରଭୁ ଜଗନ୍ନାଥ ଆଜି ସାରା ବିଶ୍ୱ ରେ ପୂଜନୀୟ ଏବଂ ଏହି ମାଟି ର ଜଣେ ଝିଅ ଆଜି ସାରା ଭାରତ ବର୍ଷ ର ସର୍ବୋଚ୍ଚ ଶାସନକର୍ତ୍ତା ଭାବ ରେ ବିଦ୍ୟମାନ ବୋଲି ବିଧାୟକ ତ୍ରିପାଠୀ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ରେ ଓଡିଶା ସହିତ ଛତିଶଗଡ ରାଜ୍ୟ ର ବହୁ ବିଦ୍ୱାନ, ଗୁଣି, ସମାଜସେବୀ ଯୋଗଦାନ କରିଥିଲେ ।