Home Health ବଦଳିଲେ ଏସସିବିର ଡିନ ଓ ପ୍ରିନ୍ସିପାଲ

ବଦଳିଲେ ଏସସିବିର ଡିନ ଓ ପ୍ରିନ୍ସିପାଲ

ଭୁବନେଶ୍ୱର :  ଏସସିବି ମେଡିକାଲ କଲେଜରେ ଓ ହସ୍ପିଟାଲରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ ୪ଜଣଙ୍କ ଅଫିସରଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିବା ବେଳେ ଆଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିବା ୬ଜଣ ଡାକ୍ତରଙ୍କ ବଦଳି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲ କଲେଜ ଓ ହସ୍ପିଟାର ଡିନ ଓ ପ୍ରିନିସ୍ପିଲଙ୍କ ବଦଳି କରିଛନ୍ତି। ନୂଆ ଡିନ ଓ ପ୍ରିନ୍ସିପାଲ ହେଲେ ପ୍ରଫେସର ଡାକ୍ତର ପ୍ରତିଭା ପଣ୍ଡା। ସେ ପୂର୍ବରୁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ଓ ପ୍ରିନ୍ସିପାଲ ଥିଲେ।

କଟକ ଏସିସିବିର ଡିନ ଓ ପ୍ରିନ୍ସିପାଲ ଦାୟିତ୍ବରେ ଥିବା ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ କାର୍ଡିଓଥୋରାସିକ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗରେ ଖାଲିଥିବା ପ୍ରଫେସର ପଦବୀକୁ ବଦଳି କରାଯାଇଛି। ସେ ଏବେ ଅବଷ୍ଟେଟ୍ରିକ୍ସ ଓ ଗାଇନାକୋଲୋଜି ବିଭାଗରେ କାମ କରିବେ। ସେହିଭଳି ଏସସିବିର ଏଫଏମଟି ବିଭାଗର ପ୍ରଫେସର ଓ ଏଚଓଡି ଡାକ୍ତର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀଙ୍କୁ ମେଡିକାଲ କଲେଜ ଓ ହସ୍ପିଟାର ସୁପରଇନଟେଣ୍ଡଣ୍ଟ ଭାବେ ବଦଳୀ କରାଯାଇଛି। ଏସସିବି ଅର୍ଥୋପେଡିକ ବିଭାଗର ପ୍ରଫେସର ଓ ଏଚଓଡି ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ଓ ପ୍ରିନ୍ସିପାଲ ଭାବେ ବଦଳି କରାଯାଇଛି।

ସେହିଭଳି ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲର ଅର୍ଥୋପେଡିକ ବିଭାଗ ପ୍ରଫେସର ଡାକ୍ତର ସତ୍ୟଜିତ ରାୟଙ୍କୁ ଏସସିବି ଅର୍ଥୋପେଡିକ ବିଭାଗର ପ୍ରଫେସର ଭାବେ ବଦଳି କରାଯାଇଛି। ଏସସିବିକୁ ଡେପୁଟେସନରେ ଆସିଥିବା ବ୍ରହ୍ମପୁର ମେଡିକାଲ କଲେଜ ଓ ହସ୍ପିଟାଲର ଅର୍ଥୋପେଡିକ ବିଭାଗର ସହକାରୀ ପ୍ରଫେସର ଡାକ୍ତର ତାପସ କୁମାର ପାଣିଗ୍ରାହୀଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଓ ହସ୍ପିଟାଲକୁ ସହକାରୀ ପ୍ରଫେସର ଭାବେ ବଦଳି କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଦୁର୍ଗାମାଧବ ଶତପଥୀଙ୍କୁ ଡିଏମଇଟି ଭାବେ ନିଯୁକ୍ତି ଦେଇଥିଲେ ଏବଂ ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ରଙ୍କୁ ପିଜଆଇଏମଇଆର ଭୁବନେଶ୍ବରର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିଲା।