ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷରେ ବିଭିନ୍ନ ବିଭାଗ ପାଇଁ ହୋଇଥିବା ବ୍ୟୟବରାଦ ଉପରେ ଖର୍ଚ୍ଚର ହିସାବ ନେଲେ ମୁଖ୍ୟ ଶାସନ ସଚିବ। ନିର୍ଦ୍ଧାରିତ ସମୟ ଅନୁସାରେ ବଜେଟ ଅନୁମୋଦିତ ଖର୍ଚ୍ଚ କରିବା ସହ ଆସନ୍ତା ଆର୍ଥିକ ବର୍ଷ ପାଇଁ ଯୋଜନା ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଆଲୋଚନା ହୋଇଛି।
ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ସାଧାରଣ ପ୍ରଶ।ସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ବିଭିନ୍ନ ବିଭାଗର ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ ଅନୁମୋଦନ ଅନୁସାରେ ୨୦୨୬ ଜ।ନୁଆରୀ ୩୧ ସୁଦ୍ଧ। ହୋଇଥିବ। ଖର୍ଚ୍ଚ ଓ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା। କୃଷି, ମତ୍ସ୍ୟ ଓ ପ୍ରାଣୀପାଳନ, ସମବାୟ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶକ୍ତି ଓ ସାମାଜିକ କ୍ଷେତ୍ରରେ ଗତ ବର୍ଷ ଏହି ସମୟ ମଧ୍ୟରେ ହୋଇଥିବ। ଖର୍ଚ୍ଚ ତୁଳନାରେ ଚଳିତ ବର୍ଷ ଖର୍ଚ୍ଚ ହାର ଅଧିକ ରହିଛି। ଚଳିତ ଆର୍ଥିକ ବର୍ଷ ସରିବାକୁ ୨ ମାସ ଥିବାରୁ ଏହା ଭିତରେ କାର୍ଯ୍ୟ ତ୍ୱର।ନ୍ୱିତ କରି ଖର୍ଚ୍ଚ ବୃଦ୍ଧି କରିବା ସହ ରାଜସ୍ୱ ସଂଗ୍ରହ ତ୍ବରାନ୍ବିତ କରିବାକୁ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।
ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ୧୫ କାର୍ଯ୍ୟସୂଚୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ତଥା ଦୁର୍ନୀତିଗସ୍ତ, ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ଦୁଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ସଚିବ ଚେତାଇ ଦେଇଛନ୍ତି। ଏ ସମ୍ପର୍କିତ ରିପୋର୍ଟ ଆସନ୍ତା ମାସରେ ଉପସ୍ଥାପନ କରିହାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକୁ ଅଧିକ ଦକ୍ଷ ଏବଂ ଉତ୍ତରଦାୟୀ କରିବା ପାଇଁ ବିଭାଗଗୁଡିକରେ ମିଶନ କର୍ମଯୋଗୀ ଆଇ-ଜିଓଟି ପ୍ଲାଟଫର୍ମରେ ଅଧିକାରୀ ଓ କର୍ମଚାରୀମାନଙ୍କର ପ୍ରଶିକ୍ଷଣ ସଂପର୍କରେ ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ବ୍ୟବହାର ସହିତ ଯେଉଁ ସବୁ ବିଭାଗର ଓ୍ୱେବ୍ ସାଇଟ ଇଂରାଜୀ ଭାଷାରେ ରହିଛି, ଏବଂ ଏପର୍ଯ୍ୟନ୍ତ ଓଡ଼ିଆ ଭାଷାରେ କରାଯାଇନାହିଁ, ତାକୁ ନିୟମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେନ୍ଦ୍ର ବଜେଟ ଆଗତ ହୋଇଥିବାରୁ ଭିଜନ ଓଡିଶା-ବିକଶିତ ଓଡିଶାକୁ ଦୃଷ୍ଟିରେ ରଖି ସଚିବମାନେ ରାଜ୍ୟ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

