Home General ଲୋକସଭା ସ୍ତରୀୟ ଦାୟିତ୍ୱ ବାଣ୍ଟିଲା କଂଗ୍ରେସ

ଲୋକସଭା ସ୍ତରୀୟ ଦାୟିତ୍ୱ ବାଣ୍ଟିଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗକୁ ସୁଦୃଢ଼ ଓ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଲୋକସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦାୟିତ୍ୱ ନିମ୍ନମତେ ବଣ୍ଟନ କରାଯାଇଅଛି । ବୋଲି ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଭାରୀ ଶ୍ରୀଯୁକ୍ତ ରାମଲାଲ ସୁନାନୀ ଓ ସହ ପ୍ରଭାରୀ ଶ୍ରୀ ହୁତାସନ ନାୟକ, ନବରଙ୍ଗପୁର ଲୋକସଭା ପାଇଁ ପ୍ରଭାରୀ ଆଇନଜୀବି ଚିତ୍ତ ରଞ୍ଜନ ନିଆଲ ଓ ସହ ପ୍ରଭାରୀ ଶ୍ରୀ କାର୍ତ୍ତିକ ନାଗ, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ପ୍ରଭାରୀ ଆଇନଜୀବି ହିରାସିଂ ମଣ୍ଡଳ ଓ ସହ ପ୍ରଭାରୀ ଆଇନଜୀବି ଅର୍ଜ୍ଜୁନ ମୁଗ୍ରୀ, ଓମ ପ୍ରକାଶ କୁମ୍ଭାର, ପ୍ରଦୀପ ମହାନନ୍ଦ, ବିଦ୍ୟାଚରଣ ସୁନା ଓ ଗଣେଶ ସୁହେଲା, ପୁରୀ ଲୋକସଭା ପାଇଁ ପ୍ରଭାରୀ ଶ୍ରୀ ଆଶିଷ କୁମାର ମଲ୍ଲିକ ଓ ସହପ୍ରଭାରୀ ଶ୍ରୀ ବିକାଶ ଦାସଙ୍କୁ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ୱର ଲୋକସଭା ପାଇଁ ଆଇନଜୀବି ଅଶୋକ ନାୟକ ଓ ସହ ପ୍ରଭାରୀ ଭାବେ ଆଇନଜୀବି ବସନ୍ତ ନାୟକ, ତ୍ରିନାଥ ମଲ୍ଲିକ, ସୁଶ୍ରୀ ନଳିନୀ ବେହେରା, ରଞ୍ଜନ ଭୋଇ, ସୁକାନ୍ତ ତିଆଡ଼ି, କନ୍ଧମାଳ ଲୋକସଭା ପାଇଁ ପ୍ରଭାରୀ ଆଇନଜୀବି ଭୋକାଲି ସେଠୀ ଓ ସହ ପ୍ରଭାରୀ ଶ୍ରୀ ନେତ୍ରାନନ୍ଦ ଦିପ ଓ ସଂକୁନା କହଁର, କେନ୍ଦ୍ରାପଡ଼ା ଲୋକସଭା ଓ ଯାଜପୁର ଲୋକସଭା ପାଇଁ ପ୍ରଭାରୀ ଶ୍ରୀ ତାପସ ସେଠୀ ଓ ସହ ପ୍ରଭାରୀ ଆଇନଜୀବି ସଂଜୟ ମଲ୍ଲିକ, ଦେବାଶିଷ ମଲ୍ଲିକ, ଶ୍ରୀବତ୍ସ ମଲ୍ଲିକ, ବାବୁଲି ମଲ୍ଲିକ, ଶ୍ରୀ ପ୍ରମୋଦ ମଲ୍ଲିକ, ଶ୍ରୀ ଦୀଲ୍ଲିପ ମଲ୍ଲିକ, କଟକ ଲୋକସଭା ପାଇଁ ପ୍ରଭାରୀ ଶ୍ରୀମତୀ ଜାନକୀ ମଲ୍ଲିକ ଓ ସହପ୍ରଭାରୀ ଭାବେ ଶ୍ରୀ ମୂରଲୀଧର ସେଠୀ, ଶ୍ରୀ ନିରଞ୍ଜନ ମଲ୍ଲିକ, ଶ୍ରୀ ପ୍ରତାପ ତାଣ୍ଡି, ଶ୍ରୀ ମଣ୍ଟୁ ମଲ୍ଲିକ, ଜଗତସିଂହପୁର ଲୋକସଭା ପାଇଁ ପ୍ରଭାରୀ ଶ୍ରୀଯୁକ୍ତ ରାଜକିଶୋର ବେହେରା ଓ ସହପ୍ରଭାରୀ ଭାବେ ଆଇନଜୀବି ଅନିଲ ନାୟକ, ଆଇନଜୀବି ମହେନ୍ଦ୍ର ଦଳାଇ, ଶ୍ରୀଯୁକ୍ତ ଦେବବ୍ରତ ବେହେରା ଓ ଶ୍ରୀ ଉପେନ୍ଦ୍ର ବେହେରାଙ୍କୁ ନିଯୁକ୍ତ କରାଯାଇଛି ।

 ଭଦ୍ରକ ଓ ବାଲେଶ୍ୱର ଲୋକସଭା ପାଇଁ ପ୍ରଭାରୀ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ପାତ୍ର ଓ ସହ ପ୍ରଭାରୀ ଶ୍ରୀ ସୁବ୍ରତ ଧଡ଼ା, ଶ୍ରୀ ହରିହର ମଣ୍ଡଳ, ଶ୍ରୀ ନିମାଇଁ ଜେନା, ଶ୍ରୀ ସଶିକାନ୍ତ ଜେନା, ଶ୍ରୀ ରଞ୍ଜନ ଜେନା, ସୁନ୍ଦରଗଡ଼ ଲୋକସଭା ପାଇଁ ପ୍ରଭାରୀ ଶ୍ରୀ ରଞ୍ଜନ ସେଠୀ ଓ ସହ ପ୍ରଭାରୀ ଭାବେ ଶ୍ରୀ ସନାତନ ମହାନନ୍ଦ ଓ ଶ୍ରୀମତୀ ସୀମା କୁମ୍ଭାର, ମୟୁରଭଞ୍ଜ ଲୋକସଭା ପାଇଁ ପ୍ରଭାରୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଦର୍ଶନ ଜେନା ଓ ସହ ପ୍ରଭାରୀ କ୍ଷୀରୋଦ ପାତ୍ର, ଶୁଭକର ମୁଖୀ ଓ ରଘୁନାଥ ପାତ୍ର, ଢ଼େଙ୍କାନାଳ ଲୋକସଭା ପାଇଁ ପ୍ରଭାରୀ ଶ୍ରୀମତୀ ଏଲ ମାଣିକ ପ୍ରଭା ଓ ସହପ୍ରଭାରୀ ଭାବେ ଉମାକାନ୍ତ ମଲ୍ଲିକ, ସମ୍ବଲପୁର ଲୋକସଭା ପାଇଁ ପ୍ରଭାରୀ ଶ୍ରୀ ଗଜେନ୍ଦ୍ର ତନ୍ତୀ ଓ ସହପ୍ରଭାରୀ ଭାବେ ଶ୍ରୀ ଗୋବିନ୍ଦ ନାୟକ, ଆଇନଜୀବି ସୁରେଶ ମହାନନ୍ଦ, ଶ୍ରୀ ରତି କୁମ୍ଭାର, ଶ୍ରୀମତୀ ସୁନିତା ବାଗ ନିଯୁକ୍ତ ହୋଇଛନ୍ତି ।

 କେନ୍ଦୁଝର ଲୋକସଭା ପାଇଁ  ପ୍ରଭାରୀ ଶ୍ରୀଯୁକ୍ତ ସୁଦର୍ଶନ ଜେନା(ଭୋଗରାଇ) ଓ ସହପ୍ରଭାରୀ ଭାବେ ଶ୍ରୀ ରାଜେନ୍ଦ୍ର କୁମାର ଜେନା, ସଦ୍ଧେଶ୍ୱର ସେଠୀ, ବରଗଡ଼ ଲୋକସଭା ପାଇଁ ପ୍ରଭାରୀ ଆଇନଜୀବି ଲକ୍ଷ୍ମଣ ଭରାସାଗର ଓ ସହ ପ୍ରଭାରୀ ସତ୍ୟନାରାୟଣ ସେନାପତି ଓ ଶ୍ରୀ ତାପସ କୁମାର, ଆସ୍କା ଓ ବ୍ରହ୍ମପୁର ଲୋକସଭା ପାଇଁ ପ୍ରଭାରୀ ଶ୍ରୀଯୁକ୍ତ ଭାଗିରଥି ବେହେରା ଓ ସହପ୍ରଭାରୀ ଭାବେ ଶ୍ରୀଯୁକ୍ତ ମୂରଲୀଧର ସେଠୀ, ଶ୍ରୀ ବେଦଦତ୍ତ ଭୋଇ, ଶ୍ରୀଯୁକ୍ତ ବସନ୍ତ ସେଠୀ, ଶ୍ରୀ ରଘୁନାଥ ପାତ୍ର ନିଯୁକ୍ତ ପାଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପାଲ ଗୌତମଙ୍କ ପରାମର୍ଶ ଅନୁଯାୟୀ ଏହି ପ୍ରଭାରୀ ଓ ସହପ୍ରଭାରୀ ମାନେ ନିଜ ନିଜ ଅଞ୍ଚଳରେ ପଞ୍ଚାୟତ ସ୍ତରକୁ ଯାଇ କଂଗ୍ରେସ ଦଳର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବେ ଓ ଅଗାମୀ ନିର୍ବାଚନ ଗୁଡ଼ିକରେ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନେବ ବୋଲି ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମଲ୍ଲିକ ଆଶା ପ୍ରକାଶ କରିଅଛନ୍ତି ।