Home General ଫେବୃଆରୀ ୨ରୁ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ଫେବୃଆରୀ ୨ରୁ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫେବୃଆରୀ ୨ ରୁ ୭ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ। ଫେବୃଆରୀ ୨ ତାରିଖ ସନ୍ଧ୍ୟାରେ ସେ ଭୁବନେଶ୍ୱରରେ ପହଞ୍ଚିବେ।

ଫେବୃଆରୀ ୩ ତାରିଖରେ ରାଷ୍ଟ୍ରପତି ବାଲେଶ୍ୱରରେ ଫକିର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏବଂ ଏହାର ନବନିର୍ମିତ ଅଡିଟୋରିୟମକୁ ଉଦଘାଟନ କରିବେ।

ଫେବୃଆରୀ ୪ ତାରିଖରେ ରାଷ୍ଟ୍ରପତି ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ଏବଂ ରାଇରଙ୍ଗପୁରର ମାହୁଲଦିହା ସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବେ। ସେ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ ପ୍ରକଳ୍ପ, ବିଭିନ୍ନ ସିଏସଆର ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ୱବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଫେବୃଆରୀ ୬ ତାରିଖରେ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ। ସେ ଭୁବନେଶ୍ୱରରେ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ବ୍ଲାକ୍ ସ୍ୱାନ୍ ସମ୍ମିଟ୍, ଇଣ୍ଡିଆ’ ରେ ମଧ୍ୟ ଯୋଗଦେବେ।

ଫେବୃଆରୀ ୭ ତାରିଖରେ ରାଷ୍ଟ୍ରପତି ଛତିଶଗଡ଼ର ଜଗଦଲପୁରରେ ‘ବସ୍ତର ପାଣ୍ଡୁମ ୨୦୨୬’ ମହୋତ୍ସବର ଉଦଘାଟନ କରିବେ।