Home News in Odia ଆଇପିଏସ ସ୍ତରରେ ପଦୋନ୍ନତି

ଆଇପିଏସ ସ୍ତରରେ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟରେ ବରିଷ୍ଠ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ମିଳିଛି। ୨୦୦୧ ବ୍ୟାଚର ଆଇପିଏସ ସାଇନି ଏସ.ଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। କେନ୍ଦ୍ରୀୟ ଡେପୁଟେସନରେ ଥିବା ୨୦୦୧ ବ୍ୟାଚର ଡକ୍ଟର ସୁର୍ୟା ଥଙ୍କାପନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

୨୦୦୮ ବ୍ୟାଚର ଆଇପିଏସ ସତ୍ୟଜିତ ନାୟକ ଓ ଉମାଶଙ୍କର ଦାଶଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରକାଶ ଆରଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ୨୦୧୨ ବ୍ୟାଚର ଆଇପିଏସ ମାଡକର ସନ୍ଦୀପ ସମ୍ପଦ ଓ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଧାଂଶୁ ଶେଖର ମିଶ୍ରଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।

୨୦୧୩ ବ୍ୟାଚର ଜଗମୋହନ ମୀନା, ପରମାର ସ୍ମିଥ ପି. ଓ ମୁକେଶ କୁମାର ଭାମୋଙ୍କ ସହ କେନ୍ଦ୍ରୀୟ ଡେପୁଟେସନରେ ଥିବା ରାହୁଲ ପିଆର, ଅନୁପମା ଜେମସ ଓ ଏଲ.ଦିବ୍ୟା ଭିଙ୍କୁ ପେ-ମାଟ୍ରିକ୍ସ ଲେବୁଲ ୧୩କୁ ଉନ୍ନିତ ହୋଇଛନ୍ତି।  ୨୦୧୭ ବ୍ୟାଚର ସ୍ବାଥି ଏସ.କୁମାର, ସିଦ୍ଧାର୍ଥ କଟ୍ଟାରିଆ ଓ ପ୍ରହଲ୍ଲାଦ ସାହାଇ ମୀନାଙ୍କୁ ପେ-ମାଟ୍ରିକ୍ସ ଲେବୁଲ ୧୨କୁ ପଦୋନ୍ନତି ଦିଆଯାଇଛି।