Home Energy ଚା’ ଖଟିରେ ବିଜୁଳି ବିଭାଗକୁ ଗାଳି

ଚା’ ଖଟିରେ ବିଜୁଳି ବିଭାଗକୁ ଗାଳି

ଭୁବନେଶ୍ୱର : ସାଧାରଣ ବିଜୁଳି ଉପଭୋକ୍ତାଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ରାଶି ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ହେଉ l ଓଡ଼ିଶା ଅଗ୍ରଣୀ ବିଜୁଳି ଉତ୍ପାଦନକାରି ରାଜ୍ୟ ମାତ୍ର ଖାଉଟି ୟୁନିଟ ପିଛା ଅଧିକ ଶୁକ୍ଳ କାହିଁକି ଦେଉଛି l ରାଜ୍ୟର ମୋଟ ବିଦ୍ୟୁତର ମାତ୍ର ଦୁଇ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟବହୃତ ହୋଇ ଥାଏ l ତାହା ଛାଡ଼ ନେଇ କାହିଁକି ସରକାର ନିଷ୍ପତ୍ତି ନେଉ ନାହାନ୍ତି l

ରାଜ୍ୟର ଉପଭୋକ୍ତା ମାନେ ମାତ୍ର ୭ ରୁ ୮ % ବିଦ୍ୟୁତ ବ୍ୟବହାର କରୁଛନ୍ତି l ମାତ୍ର ସେମାନେ ମହଙ୍ଗା ମାଡ଼ ର ଶିକାର ହେଉଛନ୍ତି l ଅପରପକ୍ଷରେ ଶିଳ୍ପ ସଂସ୍ଥା ମାନେ ମୋଟ ଉପଲବ୍ଧ ବିଦ୍ୟୁତର ୯୦% ବ୍ୟବହାର କରୁଛନ୍ତି l ଏହି ବାବଦରେ ସେମାନେ ୮୦,୦୦୦ ରୁ ୧ ଲକ୍ଷ କୋଟି ଯାଏଁ ଛାଡ଼ ପାଉଛନ୍ତି l ତେଣୁ ଓଡ଼ିଶାରେ ସାଧାରଣ ଉପଭୋକ୍ତାଙ୍କୁ ମାସିକ ୩୦୦ ୟୁନିଟ ଓ କୃଷି କ୍ଷେତ୍ରକୁ ସମ୍ପୂର୍ଣ୍ଣ ବିଜୁଳି ଦେୟ ଛାଡ଼ କରାଯାଉ l ଚା ଖଟିରେ ବିଜୁଳି ଚର୍ଚ୍ଚା ଆଲୋଚନାରେ ଅଂଶ ଗ୍ରହଣ କରି ବୁଦ୍ଧିଜୀବୀ, ଉପଭୋକ୍ତା, ରାଜନୈତିକ ବ୍ୟକ୍ତି ବିଶେଷ, ଶକ୍ତି ବିଶେଷଜ୍ଞ ପ୍ରମୁଖ ମତ ରଖିଥିଲେ l

 ଏହି କାର୍ଯ୍ୟକ୍ରମଟିକୁ ପଲଟିକାଲ ଥିଙ୍କର୍ସ ଫୋରମ ଓ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଆବାହକ ଚିଦାନନ୍ଦ ଜେନା, ଅକ୍ଷୟ ମଲ୍ଲିକ ଏବଂ ଉପଭୋକ୍ତା ମହାସଂଘ ପକ୍ଷରୁ ପଞ୍ଚାନନ କାନୁନଗୋ ପରିଚାଳନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ସିପିଆଇ ନେତା ଆଶିଷ କାନୁନଗୋ, ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ, ସିପିଆଇଏମଏଲ ନେତା ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଆମ ଆଦମୀ ପାର୍ଟି ନେତା ସନ୍ଦୀପ୍ତ ଦାସ, ଶ୍ରମିକ ନେତା କିଶୋର ଜେନା ଓ ମହେନ୍ଦ୍ର ପରିଡ଼ା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ନଗେନ୍ଦ୍ର ପ୍ରଧାନ, ଜଗନ୍ନାଥ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ, କେ. ରବି ଓ କେଦାର ମିଶ୍ର, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରି ନିଜର ମତ ରଖିଥିଲେ l ସଭାରେ ବିଭିନ୍ନ ତଥ୍ୟ ଗତ ଉପସ୍ଥାପନା କରିଥିଲେ ରବି ରାଜନ l ଶେଷରେ ବଦ୍ରୀନାଥ ଜେନା ଧନ୍ୟବାଦ ଦେଇଥିଲେ l

ଆଗାମୀ ଦିନରେ କଂଗ୍ରେସ ଦଳ ଏହାକୁ ଅଧିକ ବ୍ୟାପକ କରିବ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଥିଲେ l ସେହିପରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ, ଦେଶର ଅଧିକାଂଶ ରାଜ୍ୟ ସରକାର କୃଷି ପାଇଁ   ସାଧାରଣ  ଉପଭୋକ୍ତାଙ୍କ ପାଇଁ ମାଗଣା ବିଜୁଳି ଯୋଗାଇ ଦେଉଛନ୍ତି l ଓଡ଼ିଶାରେ ୩୦୦ ୟୁନିଟ୍ ବିଜୁଳି ଦେୟ ଛାଡ଼ ଦାବି ଦୀର୍ଘଦିନ ଧରି ବର୍ଷ ଧରି କରି ଆସୁଛି l ଦେଶରେ ବିଭିନ୍ନ ରାଜ୍ୟ ବିଜୁଳିରେ ରିହାତି ପାଇଁ ପ୍ରତି ବର୍ଷ ହଜାର ହଜାର କୋଟି ଟଙ୍କା ସବସିଡ଼ି ପ୍ରଦାନ ଦେଲା ବେଳେ  ଓଡ଼ିଶାରେ କାହିଁକି ‘ ‘ଟଙ୍କା ଟିଏ’ ବି ସବ୍‌ସିଡ଼ ମିଳୁ ନାହିଁ ? ଓଡ଼ିଶା ବିଜୁଳି ଉତ୍ପାଦନରେ ବହୁ ଆଗରେ। ଅନ୍ୟ ରାଜ୍ୟ ଅପେକ୍ଷା । ଆମ ବିଜୁଳି ଉତ୍ପାଦନ ଖର୍ଚ୍ଚ କମ୍ କିନ୍ତୁ ଓଡ଼ିଶାର ଉପଭୋକ୍ତା କାହିଁକି ୟୁନିଟ୍ ପିଛା ଅଧୂକ ପଇସା ଦେବେ ? କୃଷି ପାଇଁ ଦେଶର ଅଧିକାଂଶ ରାଜ୍ୟ ହାରାହାରି ୩୦% ବିଜୁଳି ବ୍ୟବହାର କଲାବେଳେ ଆମ ରାଜ୍ୟରେ ମାତ୍ର ୨% ବିଜୁଳି ବ୍ୟବହାର କରାଯାଉଛି । କିପରି ଆମ ରାଜ୍ୟ ଆଗକୁ ଯିବ ବୋଲି ଶ୍ରୀ ଜେନା କହିଥିଲେ l