ନୂଆଦିଲ୍ଲୀ : ଓଡିଶାର ବ୍ରହ୍ମପୁର ଓ ବାଲେଶ୍ବର ଜିଲ୍ଲାରେ ଦୁଇଟି ଇଏସଆଇ ହସ୍ପିଟାଲ ଖୋଲିବ। ଆଜି କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଘୋଷଣା କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ କର୍ମଚାରୀ ରାଜ୍ୟ ବୀମା ନିଗମର ୧୯୭ ତମ ବୈଠକରେ କର୍ମଚାରୀଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଥିଲେ।
ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡିଶା ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଇଏସଆଇ ହସ୍ପିଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ରହ୍ମପୁରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇ ହସ୍ପିଟାଲ ଖୋଲିବ। ଏଥିପାଇଁ ୫ ଏକର ଜମି ଅଧିଗ୍ରହଣ କରାଯିବ।
ସେହିଭଳି ବାଲେଶ୍ବରରେ ମଧ୍ୟ ଏକ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲିବ ଏବଂ ଭବିଷ୍ୟତରେ ଏହାକୁ ୧୫୦ ଶଯ୍ୟାକୁ ଉନ୍ନିତ କରାଯିବ। ଏଥିସହିତ ସବୁ ଇଏସଆଇ କାର୍ଡଧାରୀଙ୍କୁ ଏମଏସ, ଟାଟା ମେମୋରିଆଲ ହସ୍ପିଟାଲ ଓ ଇନଷ୍ଟିଚ୍ୟୁଟ ଅଫ ଲିଭର ଆଣ୍ଡ ବାଇଲାରୀ ସାଇନ୍ସ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବା ନେଇ ଆବଶ୍ୟକ ପଦକ୍ଷେପ ନେତାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

