ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଅଞ୍ଚଳରେ ରାସ୍ତା, ଡ୍ରେନେଜ, ଜଳଯୋଗାଣ ଭଳି ଭିତ୍ତିଭୂମିର ନିର୍ମାଣ କରିବ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) । ମୋଟ୍ ୯୦୦୦ ଏକର ଜମିରେ ବିଡ଼ିଏର ଟାଉନ ଛିଡା ହେବ। ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ରହିଛି ଏହି ଯୋଜନା। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ସଂପୃକ୍ତ ଅଞ୍ଚଳକୁ ଯାଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଟାଉନ ପ୍ଲାନ୍-୧ରେ ସହଜପୁର, ନରୋଗଦା, ଶିଯିପୂର, ପାଇକରାପୂର , ଟାଉନ ପ୍ଲାନ୍-୨ରେ ବିଜିପୁର, ତମାଣ୍ଡୋ, ଟାଉନ ପ୍ଲାନ୍-୩ରେ ପାଇକରାପୁର, ନୂଆଗାଁ, ଏବଂ ଟାଉନ ପ୍ଲାନ୍-୪ ରେ ଶ୍ୟାମସୁନ୍ଦରପୁର ଅର୍ଥାତ ନନ୍ଦନକାନନ ପାଖରେ ରହିଛି।
ଏହି ଟି ପି ଯୋଜନାରେ ୬୦/୪୦ ଅନୁପାତ ରେ ଏହି ପ୍ରକଳ୍ପକୁ ପୁରା କରିବ ବିଡ଼ିଏ। ସମୁଦାୟ ଜମିର ୬୦ ପ୍ରତିଶତ ଜମି ମୂଳ ମାଲିକଙ୍କୁ ଫେରାଇବ ବିଡ଼ିଏ। ଅବଶିଷ୍ଟ ୪୦ ପ୍ରତିଶତ ଜମିରେ ବିଡ଼ିଏ ରାସ୍ତା, ଡ୍ରେନ , ସ୍ୱେରେଜ୍ ଇତ୍ୟାଦି ତିଆରି କରିବ।ଏଭଳି ହେଲେ ଭୁବନେଶ୍ଵର ଉପକଣ୍ଠରେ ଜମି କିଣାବିକା ସହଜ ହେବ। ଫଳରେ ରାଜ୍ୟର ବିଭନ୍ନ ସ୍ଥାନରୁ ଆସି ଭୁବନେଶ୍ଵରରେ ଘର କରି ରହିବାକୁ ଚାହୁଁଥିବା ଲୋକଙ୍କ ସ୍ବପ୍ନ ସତ ହେବ ବୋଲି ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି l
ଦିନ ବଦଳିବା ସାଙ୍ଗକୁ ରାଜଧାନୀରେ ବଢୁଛି ଲୋକଙ୍କ ଭିଡ଼। ଏହାକୁ ଦୃଷ୍ଟିରେ ରଖି ରାଜଧାନୀର ପରିସୀମାକୁ ଆହୁରି ପରିବ୍ୟାପ୍ତ କରୁଛନ୍ତି ରାଜ୍ୟ ସରକାର l ମନ୍ତ୍ରୀ ଡଃ ମହାପାତ୍ର ଆଜି ଏହି ସବୁ ଅଞ୍ଚଳ ପରିଦର୍ଶନ କରିବା ସହିତ ବିଭାଗୀୟ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l

