Home Assembly ଋଣ ଭାର ୧ଲକ୍ଷ ୨୬ହଜାର କୋଟି

ଋଣ ଭାର ୧ଲକ୍ଷ ୨୬ହଜାର କୋଟି

ଭୁବନେଶ୍ୱର : ଓଡିଶାର ଋଣ ଭାରତ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ୧ଲକ୍ଷ ୨୬ହଜାର କୋଟି ଟଙ୍କାକୁ ଟପିଯାଇଛି । ୨୦୧୩-୧୪ ମାର୍ଚ୍ଚ ମାସ ଶେଷସୁଦ୍ଦା ଏହା ୩୮,୬୬୬ କୋଟି ଟଙ୍କା ରହିଥିଲା ।

ରାଜ୍ୟର ଋଣଭାର ସଂକ୍ରନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାରତ ୧,୨୦,୭୧୦କୋଟି ଟଙ୍କା ଥିଲା । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍‍ ୨୦୨୫-୨୬ ର ଅକ୍ଟୋବର ଶେଷ ସୁଦ୍ଧା ଏହା ୧,୨୬,୭୯୯ କୋଟି ଟଙ୍କାରେ ପହଞ୍ଚିଛି ।

ରାଜ୍ୟ ସରକାର ଋଣ ଭାର ହ୍ରାସ କରିବାପାଇଁ ସରକାର ରାଜସ୍ୱ ବଳକା ସୃଷ୍ଟିକରି ଋଣ ଉପରେ ଥବା ନିର୍ଭରଶୀଳତାକୁ ହ୍ରାସ କରିଛନ୍ତି । ଜୀତୟ ସ୍ୱଳ୍ପ ସଞ୍ଚୟ ପାଣ୍ଠିରୁ କୌଣସି ଋଣ ଅଣାଯାଉନଥିବାବେଳେ ୫୦ ବର୍ଷର ସୁଧ ବିହୀନ ଋଣକୁ ପ୍ରାଥମିକତା ଦେଇ ବିଭିନ୍ନ ବିଭାଗରେ ସଂସ୍କାର ଅଣାଯାଉଛି । ଏହାଦ୍ୱାରା ପ୍ରତିବର୍ଷ ସୁଧ ଦେୟର ଭାର ହ୍ରାସ ପାଉଛି ।

ନାବାର୍ଡ, କାମ୍ପା, ଓ ଓମ୍ବାଡକରୁ କମ୍‍ ସୁଧ ଯୁକ୍ତ ଋଣ ଅଣାଯାଉଛି । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ୍‍ ତତା ରାଜ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍‍ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ ରାଜ୍ୟର ଋଣ ଭାରତ ରାଜ୍ୟର ସକଳ ଘରୋଇ ଉତ୍ପାଦ (ଜିଏସ୍‍ଡିପି)ର ୨୫ ପ୍ରତିଶତ ମଧ୍ୟରେ ସୀମିତ ରହିବା ଆବଶ୍ୟକ । ଏହା ବ୍ୟତିତ ସୁଧ ଦେୟ ଓ ମୋଟ୍‍ ରାଜସ୍ୱର ଅନୁପାତ ୧୫ ପ୍ରତିଶତ ମଧ୍ୟରେ ସୀମିତ ରହିବ । ତେବେ ରାଜ୍ୟର ଋଣଭାର ଓ ରାଜ୍ୟର ଜିଏସ୍‍ଡିପିର ଅନୁପାତ ୨୦୨୪-୨୫ ଶେଷରେ ୧୨.୭୨ ପ୍ରତିଶତ ଏବଂ ସୁଧ ଦେୟ ଓ ରାଜ୍ୟର ମୋଟ୍‍ ରାଜସ୍ୱର ଅନୁପାତ ଏହି ବର୍ଷରେ ୨.୮୭ ପ୍ରତିଶତ ରହିଛି, ଯାହାକି ଧାର୍ଯ୍ୟ ସୀମାଠାରୁ ଯଥେଷ୍ଟ କମ୍‍ ଅଟେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)