Home Assembly ୧୪ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି

୧୪ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି

ଭୁବନେଶ୍ୱର : ରାଜ୍ୟର ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ପଦବୀ ଖାଲି ପଡିଛି । ଏଥି ମଧ୍ୟରୁ ଦୁଇଟି ବିଶ୍ୱବିଦ୍ୟାଳୟରେ ୨୦୨୩ ମସିହାରୁ ନିୟମିତ କୁଳପତି ପଦବୀ ଖାଲି ପଡିଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅଧିନରେ ମୋଟ୍‍ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ଏଥି ମଧ୍ୟରୁ ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ଖାଲି ପଡିଛି । ଏଥି ମଧ୍ୟରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୨୦୨୩ ଜୁଲାଇ ମାସରୁ ନିୟମିତ କୁଳପତି ପଦବୀ ଖାଲି ପଡିଥିବାବେଳେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୦୨୩ ଅକ୍ଟୋବର ମାସରୁ ନିୟମିତ କୁଳପତି ନାହାନ୍ତି ।

ସେହିଭଳି ଉତ୍କଳ ବିଶ୍ୱବିଦ୍ୟାଳୟୋର ୨୦୨୪ ଅକ୍ଟୋବର ମାସରୁ କୁଳପତି ପଦବୀ ଖାଲି ପଡିଥିବାବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରମାମେଦୀ ମହିଳା ବିଶ୍ୱବିଦ୍ୟାଳୟରେ ୨୦୨୪ ଅକ୍ଟୋବର ମାସରୁ ନିୟମିତ କୁଳପତି ପଦବୀ ଖାଲି ପଡିଛି । ଓଡିଆ ବିଶ୍ୱବିଦ୍ୟାଳୟର ଚଳିତବର୍ଷ ଅଗଷ୍ଟ ମାସରୁ, ମହରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ଜୁଲାଇ ମାସରୁ, ବିକ୍ରମ ଦେବ ମହାବିଦ୍ୟାଳୟରେ ଚଳିତର୍ବେ ଅଗଷ୍ଟରୁ ଏବଂ ଆଇନ୍‍ ବିଶ୍ୱବିଦ୍ୟାଳୟ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟଳୟରେ ଚଳିତବର୍ଷ ଏପ୍ରିଲ୍‍ ମାସରୁ ନିୟମିତ କୁଳପତି ନାହାନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚଳିତବର୍ଷ ମାର୍ଚ୍ଚମାସରୁ ନିୟମିତ କୁଳପତି ପଦବୀଟି ଖାଲି ପଡିଛି ।