ଭୁବନେଶ୍ୱର : ଓମଫେଡ୍ ଦୁଗ୍ଧରେ ମାନଦଣ୍ଡ ଆଧାରରେ ଭିଟାମିନ୍ ଏ ଓ ଭିଟାମିନ୍ ଡି୨ ମିଶାଯାଏ । ଏହା ସହିତ ଏହି ଦୁଗ୍ଧରେ ସ୍କିମ୍ ମିଲ୍ଡ ପାଉଡର (ଏସଏମପି ) କିମ୍ବା ହୋଲ ମିଲ୍କ ପାଉଡର (ଡବ୍ଲୁଏମପି) ମିଶାଯାଏ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ।
ଓମଫେଡ୍ ଦୁଗ୍ଧ ଉତ୍ପାଦନ ଓ ବିକ୍ରୟ ନେି ବିଧାୟକ ଚକ୍ରମଣି କହଁର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ଓମଫେଡ୍ ମାଧ୍ୟମରେ ଦୈନିକ ହାରାହାରି ୫ଲକ୍ଷ ୧୪ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଛି ଓ ଦୈନିକ ପ୍ରାୟ ୪ଲକ୍ଷ ୧୪ହଜାର ଲି୍ଟର ଦୁଗ୍ଧ ଓ ଦୁଗ୍ଧଜାତି ସାମଗ୍ରୀ ବିକ୍ରି ପାଇଁ ବଜାରକୁ ଛଡାଯାଉଛି । ୨୦୨୫-୨୬ ବର୍ଷରେ ଓମଫେଡ୍ ୨୫୦ଟି ନୂତନ ଖୁଚୁରା ବିକ୍ରିୟ କେନ୍ଦ୍ର ଓ ୧୦ଟି ଡିଷ୍ଟ୍ରିବ୍ୟୁଟର କାଉଣ୍ଟର ଖୋଲିବାପାଇଁ ପଦକ୍ଷେପ ନେଉଛି ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚାଷୀମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ ପରେ ତାହାକୁ ଶତଳୀକରଣ କେନ୍ଦ୍ରରେ ଥଣ୍ଡାକରି ଟ୍ୟାଙ୍କରମାଧ୍ୟମରେ ନିକଟସ୍ଥ ପ୍ଲାଣ୍ଟରେ ପହଞ୍ଚାଯାଇଥାଏ । ତା ପରେ ସେହି ଦୁଗ୍ଧକୁ ଆବଶ୍ୟକତା ଅନୁଯାୟୀ ପ୍ରକ୍ରିୟାକରଣ ଓ ଷ୍ଟାଣ୍ଡାର୍ଡାଇଜ୍ଡ କରାଯାଏ । ଏଫ୍ଏସଏସଏଆଇ ମାନଦଣ୍ଡ ଅନୁଯାୟୀ ଟୋନଡ୍ ଦୁଗ୍ଧ ୩% ଘିଅ ଓ ୮.୫% ଛେନା ଅଂଶ ରଖାଯାଏ । ପ୍ରିମିୟମ ଦୁଗ୍ଧରେ ଏହ ହାର ଯତାକ୍ରମେ ୩.୫% ଓ ୮.୫% ଏବଂ ଗୋଲ୍ଡ ପ୍ଲସ ଦୁଗ୍ଧରେ ଏହା ୪.୫% ଏବଂ ୮.୫% ରଖାଯାଏ ।
ଦୁଗ୍ଧ ସଂଗ୍ରହ ପରେ ଆବଶ୍ୟକତା ଠାରୁ ଅଧିକ ଘିଅ ଅଂଶକୁ ଦୁଗ୍ଧରୁ କ୍ରିମ୍ ପୃଥକୀକରଣ ମାଧ୍ୟମରେ କାଢି ନିଆଯାଏ ଓ ତାହାକୁ ପରବର୍ତ୍ତୀ ସମୟରେ ଘିଅ ଉତ୍ପାଦନରେ ବ୍ୟବହାର କରାଯାଏ । ଦୁଗ୍ଧରେ ଆବଶ୍ୟକତା ଅନୁଯାୟୀ ଦୁଗ୍ଧ ଗୁଣ୍ଡ ଓ ଭିଟାମିନ୍ ମିଶଯାଏ । (ତଥ୍ୟ)

