ଭୁବନେଶ୍ବର: ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍)ର ଏକାମ୍ର ହାଟରେ ଚାଲିଥିବା ସାତ ଦିନ ବ୍ୟାପୀ ଶିଶୁମେଳାର ଏହା ଥିଲା ପଞ୍ଚମ ସନ୍ଧ୍ୟା । ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲା ମାନଙ୍କ ମଧ୍ୟରେ କୌତୁକ ପୋଷାକ ପ୍ରତିଯୋଗୀତା ।
ସୁନ୍ଦର ବେଶ ପୋଷାକରେ ସଜ୍ଜିତ ହୋଇ ପିଲାମାନେ ବିଭିନ୍ନ ସାମାଜିକ ସମସ୍ଯା ଯଥା ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଜଳ ସରକ୍ଷଣ, ବୃକ୍ଷରୋପଣ, ପ୍ରଦ୍ଯୁଷଣ, ପୋଷଣ ଖାଦ୍ୟ, ଫାଷ୍ଟ ଫୁଡ ଓ ପରିବେଶଗତ ସମସ୍ଯା ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ। ଆଜିର ପ୍ରତିଯୋଗୀତାର ମୁଖ୍ୟ ବିଚାରକ ମାନେଥିଲେ ଅନ୍ନପୂର୍ଣା ମହାନ୍ତି,ସମିତା ପଣ୍ଡା, ପ୍ରତିମା ନଲିନୀ ପତି ଓ ନଳିନୀ ପ୍ରଧାନ ପ୍ରମୁଖ ।
ଆଜି ସଂନ୍ଧ୍ୟାରେ ଅତିଥିମାନେ ଥିଲେ ଓଡିଶା ଶିଶୁ ସୁରକ୍ଷା ଆୟୋଗ ର ସଦସ୍ୟା ସୁଜାତା ନାୟକ ଓ ବିଶିଷ୍ଟ କଳାକାର ଅନ୍ତର୍ଯାମୀ ପଣ୍ଡା । ଅତିଥିମାନେ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରଶଂସା କରିଥିଲେ । ଏହି ଅବସରରେ ଚିତ୍ରକଳା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କଋଥିଲେ । ଏହି ଅବସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ “Sisumela Connect – Interface and Interaction-ଆଗାମୀ ପିଢୀ ସହିତ ଆଲୋଚନା”ର ଆୟୋଜନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ଦେବାସହ ଶିଶୁମେଳା ପିଲାମାନଙ୍କର ଭାଗୀଦାରିତା ପାଇଁ କିଭଳି ଏକ ଇତିହାସ ସୃଷ୍ଟି କରିପାରିଚଛି ତାବିଷୟରେ ଉଲ୍ଲେଖ କରିଥିଲେ । ପିଲାମାନେ ବଡ ମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରି ତାର ଉତ୍ତର ପାଇଥିଲେ ।
ଏହି କାର୍ଯ୍ୟକ୍ରମରେ ପିକକ୍ ଶିଶୁମେଳା କମିଟିରଅଧକ୍ଷ ପ୍ରଦୋଷ ପଟ୍ଟନାୟକ, ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଉପସ୍ଥିତ ଥିଲେ । ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ଲକ୍ଷ୍ମୀକାନ୍ତ, ପରୀକ୍ଷିତ,ପାଣୁ ବେହେରାପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

