Home General ପିଲାଏ ଆଙ୍କିଲେ ସେମାନଙ୍କ ସ୍ଵପ୍ନର ଓଡିଶା 

ପିଲାଏ ଆଙ୍କିଲେ ସେମାନଙ୍କ ସ୍ଵପ୍ନର ଓଡିଶା 

ଭୁବନେଶ୍ୱର : ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ ଏକାମ୍ର ହାଟରେ ଚାଲିଥିବା ସାତଦିନ ବ୍ୟାପୀ ୩୬ତମ ଶିଶୁମେଳାର ତୃତୀୟ ଦିବସରେ ପିଲାମାନଙ୍କ ମଧ୍ୟରେ ହୋଇଥିଲା ଚିତ୍ରାଙ୍କନ ପ୍ରତିଯୋଗୀତା । ରଙ୍ଗ ତୁଳିରେ ପିଲାମାନେ ସଜାଇଥିଲେ “ମୋ ସ୍ଵପ୍ନର ବିକଶିତ ଓଡିଶା”। ସନ୍ଧ୍ୟାର ଆଗମନରେ ଏକାମ୍ର ହାଟର ମଞ୍ଚଟି ହେଉଥିଲା ଆଲୋକ ଓ ହସି ଖୁସିରେ ଭରିଥିବା ଏକ ଛୋଟ ଦୁନିଆ । କାରଣ ଆରମ୍ଭ ହୋଇଥିଲା କୁନି କୁନି ଛୁଆ ମାନଙ୍କ ମଧ୍ୟରେ ବେବି ଅଫ ଦି ଇଅରଆବୃତିପ୍ରତିଯୋଗିତା ।

ଛୋଟ ପିଲାମାନେ ଆବୃତି ମାଧ୍ୟମରେ ସାମାଜିକ ଏବଂ ପରିବେଶଗତ ପ୍ରସଙ୍ଗରେ ସେମାନଙ୍କର ଅଭିବ୍ୟକ୍ତି ଏବଂ ଚିନ୍ତାଶୀଳ ବାର୍ତ୍ତା ଦେଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। କୁନି କୁନି ପିଲାମାନଙ୍କର ଏହି ପ୍ରତିଯୋଗୀତା କୁ ମନଭରି ଉପଭୋଗ କରିଥିଲେ ଦର୍ଶକ ମଣ୍ଡଳୀ । ଏଥିରେ ମୁଖ୍ୟ ବିଚାରକ ଭାବେ ପ୍ରଖ୍ୟାତ ଚିତ୍ରଶିଳ୍ପୀ ବାଞ୍ଛାନିଧି ପଟ୍ଟନାୟକ,ସରୋଜିନୀ ମହାନ୍ତି ଓ ଦେବର୍ଚ୍ଚନା ଦ୍ଵିବେଦୀ । ଡଃ ପୁରଣିମା ପ୍ରଧାନ,ଡଃ ମିତାଲି ମହାନ୍ତି,ସୁମିତ୍ରା ତ୍ରିପାଠୀ ,ମଧୁମିତା ଦାସ,ଉଷାରାଣୀ ବେହେରା, ଓ କମଲ ପ୍ରସାଦ ପତି ପ୍ରମୁଖ ମଧ୍ୟ ବିଚାରକ ଭାବେ ଯୋଗ ଦେଇଥିଲେ । 

ଆଜି ସନ୍ଧ୍ୟାର ଅତିଥି ମାନେ ଥିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନସ୍ମିତା ଖୁଣ୍ଟିଆ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ଉପ ସଚିବ ସନ୍ୟାସୀ ବେହେରା,ଓଏଏସ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ, ୟୁନିସେଫର ଶିଶୁ ସୁରକ୍ଷା ପରାମର୍ଶଦାତା ଘାଷିରାମ ପଣ୍ଡା ।    ଅତିଥି ମାନଙ୍କର ଉପସ୍ଥିତି ପିଲାମାନକୁ ବହୁତ ଉତ୍ସାହିତ କରିଥିଲା । ଅତିଥିମାନେ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ ।  ଓଡିଶୀ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରଯାଇଥିଲା ।

ଆଜି ମଧ୍ୟ  ପିଲାମାନଙ୍କ ସହିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଶିଖିବା, ଭାବିବା, କହିବା – ପରିବର୍ତ୍ତନର ଆଧାର –Growing Mind,Sharing Voices  – ପିଲାମାନଙ୍କର ସ୍ଵର ଆୟୋଜିତ ହୋଇଥିଲା। ଶ୍ରବଣ କୁମାର ସାମଲ, ଜେସିକା ନାୟକ, ତାପସ କୁମାର ଶଢଙ୍ଗୀ , ଇଭାନଶୀ  ମିଶ୍ର, ଶୁଭମ ନାୟକ, ସଂସ୍କୃତି ମହାନ୍ତି ମହାପାତ୍ର,ପ୍ରିୟାନ୍ଶୀ ସାହୁ ପ୍ରମୁଖ ପିଲାମାନେ ଏଥିରେ ଭାଗନେଇ ସୁରକ୍ଷିତ ଶିଶୁ ଆନନ୍ଦମୟ ଶୈଶବ ଉପରେ ଆଲୋଚନା କରି ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । 

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ଉପମା ମହାନ୍ତି,ଶାନ୍ତିଳତା ସାହୁ,ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିଶୁ ଘୋଷିକାଆରୁଷି ଅଦ୍ଵିକା ଓ ହର୍ଷାଲି ଦୋରା।