Home General ନଭେମ୍ବର ୧୪ ରୁ ପିକକ୍‍ ଶିଶୁମେଳା

ନଭେମ୍ବର ୧୪ ରୁ ପିକକ୍‍ ଶିଶୁମେଳା

ଭୁବନେଶ୍ୱର : ଚଳିତ ବର୍ଷ  ୩୬ ତମ ଶିଶୁ ମେଳା  ନଭେମ୍ବର ୧୪ ରୁ ୨୦ ତାରିଖ ସନ୍ଧ୍ୟାରେ ସପ୍ତାହ ବ୍ୟାପୀ ଭୁବନେଶ୍ବର ଏକାମ୍ର ହାଟର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ । ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ୧୯୯୦ ମସିହାରୁ ଶିଶୁ ଅଧିକାର ସପ୍ତାହରେ ସପ୍ତାହବ୍ୟାପୀ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି । ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳାର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ ।

ଶିଶୁମେଳା ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ନଭେମ୍ବର ୧୫ ତାରିଖ ଦିନ ଏକାମ୍ର ହାଟଠାରେ ଅପରାହ୍ନ ୪ଟାରେ ଓଡିଶୀ ନୃତ୍ୟ ପ୍ରତିଯୋଗୀତା (୨ୟ ରୁ ସପ୍ତମ ଶ୍ରେଣୀ), ସନ୍ଧ୍ଯା ୬:୩୦ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦଶମ ଶ୍ରେଣୀ); ୧୬ ତାରିଖ ସକାଳ ୮ ଟା ରେ ଚିତ୍ରାଙ୍କନ ପ୍ରତିଯୋଗୀତା (୨ୟ ରୁ ଦଶମ ଶ୍ରେଣୀ); ଅପରାହ୍ନ ୪:୦୦ରେ ୩ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା (ଜନ୍ମ ପ୍ରମାଣପତ୍ର ଏବଂ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ); ଅପରାହ୍ନ ୬:୦୦ରେ ଆବୃତି ପ୍ରତିଯୋଗୀତା (ନର୍ସରୀ ରୁ ପ୍ରଥମ ଶ୍ରେଣୀ); ୧୮ ତାରିଖ ଅପରାହ୍ନ ୪:୩୦ରେ କୌତୁକ ପୋଷାକ (ନର୍ସରୀ ରୁ ଚତୁର୍ଥ ଶ୍ରେଣୀ) ଓ ୧୯ ତାରିଖ ଅପରାହ୍ନ ୪:୩୦ରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା (ନର୍ସରୀ ରୁ ୪ର୍ଥ ଶ୍ରେଣୀ) ପିଲାଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର ଓ ସିନିୟର ଗୃପରେ ବିଭକ୍ତ କରାଯାଇଛି । 

ଚଳିତ ବର୍ଷ ୧୭ ତାରିଖ ସନ୍ଧ୍ଯା ୬:୦୦ ରେ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ‘ପିଲାଙ୍କ ଅକ୍ଷୟ’ ଆୟୋଜିତ ହେବ। ଏଥି ସହିତ ୧୬ ତାରିଖ ସନ୍ଧ୍ଯା ୫:୩୦ରେ ବିଶେଷ ଆଲୋଚନା “ଶିଖିବା, ଭାବିବା, କହିବା – ପରିବର୍ତ୍ତନର ଆଧାର ଓ ୧୮ ତାରିଖ ସନ୍ଧ୍ଯା ୭:୩୦ରେ “Sisumela Connect – Interface and Interaction- ଆଗାମୀ ପିଢୀ ସହିତ ଆଲୋଚନା” ଅନୁଷ୍ଠିତ ହେବ ।         

ଏହି ଅବସରରେ ପିକକ୍ ର ବିଭିନ୍ନ ବାର୍ଷିକ ସମ୍ମାନ ପାଇଁ ନାମାଙ୍କନ ଆହ୍ଵାନ କରାଯାଉଛି ।  ନାମାଙ୍କନ ବା ମନୋନୟନ ପତ୍ର ନଭେମ୍ବର ୧ ତାରିଖ ମଧ୍ୟରେ pecuc.sisumela2024@gmail.com ରେ ପହଞ୍ଚିବା ଆବଶ୍ୟକ। ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସମାଜ ସେବା ପାଇଁ ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ବହୁମୂଖୀ ପ୍ରତିଭା ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ତଥା ଉଲ୍ଲେଖନିୟ ସଫଳତା ପାଇଁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”,  ସାହସିକତା ପାଇଁ ବାଜିରାଉତ ସ୍ମାରକୀ ସମ୍ମାନ’, ଅଭିନୟ ପାଇଁ ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ଜଣେ ଝିଅ ଙ୍କୁ ଆଦରମଣୀ ବରାଳ ସ୍ମାରକୀ ସମ୍ମାନ” ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଣେ ଝିଅ ଙ୍କୁ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ”  ପ୍ରଦାନ କରାଯିବ ।

ଏହି ଅବସରରେ ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ଵଙ୍କୁ ଶିଶୁସାଥି ସମ୍ମାନ’, ସାମ୍ବାଦିକତା ପାଇଁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ”, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ  ଶିକ୍ଷକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶିଶୁମାନଙ୍କ ସୁରକ୍ଷା ବା ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିତ୍ଵଙ୍କୁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ।