Home News in Odia ତିନି ଦିନରେ ୩୪୯୪ ଇ-ଚାଲାଣ

ତିନି ଦିନରେ ୩୪୯୪ ଇ-ଚାଲାଣ

ଭୁବନେଶ୍ୱର : ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି ରହିଛି । ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ୩ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ମୋଟରଯାନର ୭ଟି ନିୟମ ଉଲ୍ଲଙ୍ଘନ ବିରୋଧରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଇଛି ।  ଓଭରଲୋଡିଂ, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର, ବିନା ଫିଟନେସ୍, ବିନା ପରମିଟ୍ ଓ ବିନା ପ୍ରଦୂଷଣ ପ୍ରମାଣପତ୍ର ଭଳି ନିୟମ ଉଲ୍ଲଙ୍ଘନ ସହ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ହୋଇଛି । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ଇ-ଚାଲାଣ ଜାରି ହୋଇଛି ଓ ଜରିମାନା ଆଦାୟ କରାଯାଇଛି ।

ତିନି ଦିନରେ ରାଜ୍ୟରେ ସମୁଦାୟ ୩,୪୯୪ ଟି ଚାଲାଣ ଜାରି ହୋଇଛି । ଜରିମାନା ବାବଦରେ ୫୪ ଲକ୍ଷ ୮୨ହଜାର ୪୬୨ ଟଙ୍କା ଆଦାୟ କରାଯାଇଛି । ଓଭରଲୋଡିଂ ପାଇଁ ୧୭୬ଟି ଗାଡ଼ି ବିରୋଧରେ ଚାଲାଣ ଜାରି ହୋଇଥିବା ବେଳେ ଫିଟନେସ୍ ଓ ପରମିଟ୍ ବାବଦରେ ୯୪୨ ଗାଡ଼ି ବିରୋଧରେ ଚାଲାଣ ଜାରି ହୋଇଛି ।  ସେହିପରି ପ୍ରଦୂଷଣ ପ୍ରମାଣପତ୍ର ନିୟମ ଉଲ୍ଲଙ୍ଘନ ପାଇଁ ୯୭୭, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ପାଇଁ ୨୧୪, ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର ପାଇଁ ୧୩୦, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଉଲ୍ଲଙ୍ଘନ ଯୋଗୁଁ ୨୦୪ଟି ଇ-ଚାଲାଣ ଜାରି କରାଯାଇଛି ।

ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କରି ଏଆରଟିଓ ବଡ଼ିବିଲଙ୍କ ଦ୍ୱାରା ୮୦ଟି ଇ-ଚାଲାଣ, କଟକ ଆରଟିଓଙ୍କ ଦ୍ଵାରା ୫୮, ନୟାଗଡ଼ରେ ୫୨, ନବରଙ୍ଗପୁର ଓ କୋରାପୁଟରେ ୫୧ ଲେଖାଏଁ, ଜଗତସିଂହପୁରରେ ୪୯, ବାଲେଶ୍ୱରରେ ୪୬, ମୟୂରଭଞ୍ଜରେ ୪୩ ଝାରସୁଗୁଡ଼ାରେ ୩୯, ଭଦ୍ରକରେ ୩୮ଟି ଇ-ଚାଲାଣ ଜାରି ହୋଇଛି । ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିବାରୁ ବରଗଡ଼ ଆରଟିଓଙ୍କ ଦ୍ୱାରା ୩୬,  ଗଞ୍ଜାମରେ ୨୩, ଝାରସୁଗୁଡା ୧୭, ଅନୁଗୁଳରେ ୧୪, ଭୁବନେଶ୍ୱର-୧ ଆରଟିଓଙ୍କ ଦ୍ୱାରା ୧୨ଟି ଇ-ଚାଲାଣ ଜାରି ହୋଇଛି ।

ଓଭରଲୋଡିଂ ବାବଦରେ ସମ୍ବଲପୁର ଆରଟିଓଙ୍କ ଦ୍ଵାରା ୨୨, ରାୟଗଡ଼ା ଆରଟିଓଙ୍କ ଦ୍ୱାରା ୧୨, ରାଉରକେଲା ଆରଟିଓଙ୍କ ଦ୍ୱାରା ୧୧ , ଭଞ୍ଜନଗର ଆରଟିଓଙ୍କ ଦ୍ୱାରା ୧୧ଟି, ଗଞ୍ଜାମ ଆରଟିଓଙ୍କ ଦ୍ୱାରା ୧୦, ନବରଙ୍ଗପୁର ଆରଟିଓଙ୍କ ଦ୍ୱାରା ୮ ଟି ଇ-ଚାଲାଣ ଜାରି କରାଯାଇଛି ।   

ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ ଯୋଗୁଁ ଗଞ୍ଜାମ ଆରଟିଓଙ୍କ ଦ୍ୱାରା ୧୫, ବଡ଼ବିଲ ଏଆରଟିଓଙ୍କ ଦ୍ୱାରା ୧୩, ଭୁବନେଶ୍ୱର-୧ ଓ ଝାରସୁଗୁଡ଼ା ଆରଟିଓଙ୍କ ଦ୍ୱାରା ୧୨, ଚଣ୍ଡିଖୋଲ ଆରଟିଓଙ୍କ ଦ୍ୱାରା ୭, ସମ୍ବଲପୁର ଆରଟିଓଙ୍କ ଦ୍ୱାରା ୯, ନବରଙ୍ଗପୁର ଆରଟିଓଙ୍କ ଦ୍ୱାରା ୮ଟି ଇ-ଚାଲାଣ ଜାରି କରାଯାଇଛି ।  

ଗାଡ଼ି ଚଳାଉଥିବା ବେଳେ ମୋବାଇଲ ଫୋନ ବ୍ୟବହାର ଯୋଗୁଁ ଝାରସୁଗୁଡା ଆରଟିଓଙ୍କ ଦ୍ୱାରା ୧୯, ଗଞ୍ଜାମ ଆରଟିଓଙ୍କ ଦ୍ୱାରା ୧୨, ଭୁବନେଶ୍ୱର-୧ ଆରଟିଓଙ୍କ ଦ୍ୱାରା ୧୪, ଅନୁଗୁଳ ଆରଟିଓଙ୍କ ଦ୍ୱାରା ୧୧ଟି ଇ-ଚାଲାଣ ଜାରି କରାଯାଇଛି ।

ନବରଙ୍ଗପୁରରେ ସର୍ବମୋଟ ୧୨୪ଟି ଇ-ଚାଲାଣ କଟାଯାଇଛି, କୋରାପୁଟରେ ୮୯ଟି, ଭଦ୍ରକ ଆରଟିଓରେ ୧୦୧ଟି, ଭୁବନେଶ୍ୱର – ୧ ଆରଟିଓଙ୍କ ଦ୍ୱାରା ୪୨୪, ଭୁବନେଶ୍ୱର-୨ ଆରଟିଓ ଦ୍ୱାରା ୨୧୨, ସୁନ୍ଦରଗଡ଼ ଆରଟିଓଙ୍କ ଦ୍ୱାରା ୨୦୧, ବଲାଙ୍ଗିର ଆରଟିଓଙ୍କ ଦ୍ୱାରା ୧୨୮, କଳାହାଣ୍ଡି ଆରଟିଓଙ୍କ ଦ୍ୱାରା ୧୭୦ଟି ଇ-ଚାଲାଣ ଜାରି ହୋଇଛି ।

ଫିଟନେସ ଓ ପରମିଟ୍ ପ୍ରମାଣପତ୍ର ନିୟମ ଉଲ୍ଲଙ୍ଘନ ବିରୋଧରେ ଏନଫୋର୍ସମେଣ୍ଟରେ ଝାରସୁଗୁଡ଼ାରେ ୬୯, କଟକ ଓ ଜଗତସିଂହପୁର ଆରଟିଓଙ୍କ ଦ୍ୱାରା ୫୬, ରାଉରକେଲା ଆରଟିଓଙ୍କ ଦ୍ୱାରା ୫୨, ସମ୍ବଲପୁରରେ ୫୧, ପୁରୀରେ ୪୭, ଗଞ୍ଜାମ ୪୬, ଭୁବନେଶ୍ୱର-୧ ଆରଟିଓଙ୍କ ଦ୍ୱାରା ୪୫ ଇ-ଚାଲାଣ ଜାରି ହୋଇଛି ।

ଜରିମାନା ବାବଦରେ ସର୍ବମୋଟ୍ ଭୁବନେଶ୍ୱର-୧ ଆରଟିଓରେ ସର୍ବାଧିକ ୧୫,୧୯,୧୯୧ ଟଙ୍କା ଆଦାୟ ହୋଇଥିବା ବେଳେ ବଲାଙ୍ଗିରରେ ୪,୭୭,୮୬୫, ବାଲେଶ୍ୱରରେ ୩,୭୧,୬୩୧, ସୋନପୁରରେ ୩,୩୦,୩୨୪, ଝାରସୁଗୁଡ଼ା ଆରଟିଓଙ୍କ ଦ୍ୱାରା ୨,୪୮,୫୫୫, ରାୟଗଡ଼ାରେ ୨,୪୬,୦୦୦ ଓ ଭୁବନେଶ୍ୱର-୨ ଆରଟିଓଙ୍କ ଦ୍ୱାରା ୨,୩୯,୯୫୦, ଟଙ୍କା ଆଦାୟ କରାଯାଇଛି । 

ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ସଚେତନତା ସହ ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦେଇଛି । ଏଥିପାଇଁ ପ୍ରତି ସପ୍ତାହରେ ବିଭିନ୍ନ ବିଷୟରେ ରାଜ୍ୟ ପରିବହନ ପ୍ରାଧିକରଣ ନେତୃତ୍ୱରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଆଗକୁ ଆହୁରି କଡ଼ାକଡ଼ି କରିବାକୁ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି । ଏହାସହ ସଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ବ୍ୟାପକ କରାଯିବ । ସମସ୍ତେ ସଡ଼କ ସୁରକ୍ଷା ନିୟମ ପାଳନ କରି ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ନିବେଦନ କରାଯାଇଛି ।