Home General ସିଏସିଏଲର ସଂଯୋଜନା କମିଟି ବୈଠକ

ସିଏସିଏଲର ସଂଯୋଜନା କମିଟି ବୈଠକ

ଭୁବନେଶ୍ୱର : ରାଜ୍ୟ ଶିଶୁଶ୍ରମ ବିରୋଧୀ ଅଭିଯାନ (ସିଏସିଏଲ)ର ରାଜ୍ୟ ସଂଯୋଜନା କମିଟିର ଏକ ବୈଠକ ଏଠାରେ ଅନୁଷ୍ଠିତ  ହୋଇଯାଇଅଛି ।

ବୈଠକରେ ରାଜ୍ୟ କମିଟି ସଦସ୍ୟ ଶ୍ରୀ ରଣଜିତ୍ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଜିଲ୍ଲା ପ୍ରତିନିଧି ଆଞ୍ଚଳିକ ଆବାହକ ଏବଂ ରାଜ୍ୟ ଆବାହକ ପରିଚାଳନା ପରିଷଦର କର୍ମକର୍ତ୍ତା ଗଣ, ପୂର୍ବତନ ରାଜ୍ୟ ଆବାହକ ଗଣ ଉପସ୍ଥିତ ରହି ଅଭିଯାନର ବର୍ତ୍ତମାନ ସ୍ଥିତି, ବର୍ତ୍ତମାନ କାର୍ଯ୍ୟପନ୍ଥା ଓ ନୂତନ କର୍ମ କର୍ତ୍ତା ଚୟନ ବିଶେଷ ଆଲୋଚନା କରିଥିଲେ ।

ଆଗାମୀ ତିନି ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ନିମ୍ନ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ। ସାହାରା କନ୍ଧମାଳର ସୁକାନ୍ତ ନାୟକ ରାଜ୍ୟ ଆବାହକ , ଆରଆରଓ କେନ୍ଦୁଝର ର ପ୍ରଶନ୍ନ ମିଶ୍ର ଯୁଗ୍ମ ଆବାହକ ଭାବେ ନିର୍ବାଚିତ ହେବାସହ, ଅଖିଳ ରଞ୍ଜନ ପଣ୍ଡା, ଆଞ୍ଚଳିକ ଆବାହକ, ଦକ୍ଷିଣ ଓଡ଼ିଶା, ମିନାକ୍ଷୀ ପୁରୋହିତ, ଆଞ୍ଚଳିକ ଆବାହକ ପଶ୍ଚିମ ଓଡ଼ିଶା, ଆଞ୍ଚଳିକ ପୂର୍ବ ଓଡ଼ିଶା ଆବାହକ ନକୁଳ ଚରଣ ସ୍ୱାଇଁ , ଆଞ୍ଚଳିକ ଆବାହକ ଉତ୍ତର ଓଡ଼ିଶା ହୃଷିକେଶ ପଣ୍ଡା, ଏବଂ ପ୍ରଦୀପ ବେହେରା, ଆଦର୍ଶ ସମ୍ବଲପୁର; ଅରୁଣ ମହାନ୍ତି, ନିସ୍ଵାର୍ଥ ନୟାଗଡ଼; ଉନ୍ଦେନ୍ଦୁ ମିଶ୍ର, ଶୋଭା ଢେଙ୍କାନାଳ; ବିକାଶ ମହାପାତ୍ର, ସୁପ୍ରତିଭା କଟକ; ସ୍ୱରୂପା ରାଣୀ ସାକାର,  ଖୋର୍ଦ୍ଧା ପ୍ରମୁଖ ନିର୍ବାଚିତ ହେବାସହ ପୂର୍ବତନ ଜାତୀୟ ତଥା ରାଜ୍ୟ ଆବାହକ ଓ ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି, ପୂର୍ବତନ  ରାଜ୍ୟ ଆବାହକ ସୁଧୀର ସାବତ, ଆଇ.ଏସ. ଆରଡି, ଗୋପାଳ କୃଷ୍ଣ କର, ବି.ଏ.ଡି.ସି, ଉମେଶ ପୁରୋହିତ, ୱାଇ.ଏସ.ସି ଓ ବିନାୟକ ସ୍ଵାଇଁ, ବାଟନେଟ  ପ୍ରମୁଖ ରାଜ୍ୟ କାର୍ଯ୍ୟକାରୀ କମିଟି କୁ ମନୋନୀତ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ଅଭିଯାନର   ଭବିଷ୍ୟତ କାର୍ଯକ୍ରମ ଆଲେଚନା କରାଯାଇଥିଲା। ଜିଲ୍ଳା ସ୍ତରରେ ସଭ୍ୟ ଗ୍ରହଣ, ଆଞ୍ଚଳିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବଦରେ ଆଲୋଚନା କରାଯାଇଥିଲା । ସର୍ବ ଶେଷର ରାଜ୍ୟ ଆବାହକ ଧନ୍ୟବାଦ ଜ୍ଞାପନ କରିଥିଲେ।