Home News in Odia ଅଦାଲତରୁ ଫେରିବ ଟ୍ରାଫିକ ଉଲ୍ଲଙ୍ଘନ ମାମଲା

ଅଦାଲତରୁ ଫେରିବ ଟ୍ରାଫିକ ଉଲ୍ଲଙ୍ଘନ ମାମଲା

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଆଇନ୍‍ ଅଦାଲତରେ ପଡି ରହିଥିବା ମାମଲାଗୁଡିକୁ ପ୍ରତ୍ୟାହାର କରିନେଇ କିଭଳି ଏମାନଙ୍କ ଠାରୁ ଜୋରିମାନା ଟଙ୍କା ଆଦାୟ କରାଯାଇ ପାରିବ ସେଥିଘେନି ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

ଏହି କମିଟିରେ ଆଇନ୍‍ ବିଭାଗର ପ୍ରମୁଖ ଶାସନ ସଚିବ ଅଧ୍ୟକ୍ଷ ରହିବେ ଏବଂ ପରିବହନ କମିଶନର ଏହାର ସଦସ୍ୟ ଆବାହକ ହେବେ । ଏମାନଙ୍କ ଛଡା ଆଇନ୍‍ ବିଭାଗର ଅତିରିକ୍ତ ଶାସନ ସଚିବ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଓ ଗୃହ ବିଭାଗର ଜଣେ ଲେଖାଁଏ ଅଧିକାରୀ ମଧ୍ୟ ସଦସ୍ୟ ରହିବେ ।

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ବହୁ ଗାଡି ଚାଳକଙ୍କ ବିରୁଦ୍ଧରେ ଇ-ଚାଲାଣମାନ କଟାଯାଉଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏମାନଙ୍କ ମଧ୍ୟରୁ ଅନେକ ଇ-ଚାଲାଣ ବାବଦ ଅର୍ଥ ଆରଟିଓ କିମ୍ବା ପୁଲିସ୍‍ ନିକଟରେ ପଇଠ ନକଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଆଇନ୍‍ ଅଦାଲତକୁ ପଠାଇ ଦିଆଯାଇଛି ।

ଇର୍ଷ ବର୍ଷ ଧରି ଏଭଳି ମାମଲାର ବିଚାର ହୋଇପାରୁ ନାହିଁ । ଏଭଳି ସ୍ଥିତିରେ ଆଇନ୍‍ ଅଦାଲତ ଉପରୁ ଚାପ ହ୍ରାସ କରିବା ସହିତ କିଭଳି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ବାବଦ ଅର୍ଥ ଆଦାୟ କରାଯ।।ଇ ପାରିବ ଏବଂ ୨୦୨୫ ଜୁଲାଇ ଶେଷ ସୁଦ୍ଧା ଯେତେସବୁ ମାମଲା ରହିଛି ସେଗୁଡିକୁ ପ୍ରତ୍ୟାହାର କରାଯିବ ସେ ସଂକ୍ରାନ୍ତରେ ଆଇନ୍‍ଗତ ଦିଗ ଉପରେ ଆଲୋଚନା କରି ଏହି କମିଟି ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେବେ ।