ଭୁବନେଶ୍ବର : ଆନ୍ତର୍ଜାତୀୟ ସମୁଦ୍ରତଟ ସଫା ଦିବସ ଅବସରରେ ସେପ୍ଟେମ୍ବର ୨୦ ତାରିଖରେ ରାଜ୍ୟର ୧୪ ଟି ବେଳାଭୂମିକୁ ସଫା କରାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି ।
ଆଜି ଏ ସମ୍ବନ୍ଧୀୟ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ କହିଲେ ଯେ ରାଜ୍ୟସ୍ତରୀୟ ସମୁଦ୍ରତଟ ସଫା କାର୍ଯ୍ୟକ୍ରମ ପୁରୀ ବେଳାଭୂମିଠାରେ ସେପ୍ଟେମ୍ବର ୨୦ ତାରିଖ ଦିନ ସକାଳ ୬ ଟା ୩୦ ମିନିଟରୁ ଆରମ୍ଭ ହୋଇ ୯ ଟା ପର୍ଯ୍ୟନ୍ତ ଚାଲିବ ।ଏ
ଥିରେ ରାଜ୍ୟପାଳଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପିନ୍ଦର ଯାଦବ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ପୁରୀ ସାଂସଦ ଶ୍ରୀ ସମ୍ବିତ ପାତ୍ର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।”ମୁଁ ମୋର ବେଳାଭୂମି ରକ୍ଷା କରୁଛି” ଶପଥ ନିଆଯିବ ।ପ୍ରତିନିଧି/ନିମନ୍ତ୍ରିତ ବ୍ୟକ୍ତିଙ୍କ ଦ୍ୱାରା ଦସ୍ତଖତ ଅଭିଯାନ କରାଯିବ ।ପୁରସ୍କାର ପାଇଥିବା ଚିତ୍ରକଳାଗୁଡିକ ପ୍ରଦର୍ଶନ କରାଯିବ ।ନିମନ୍ତ୍ରିତ ବ୍ୟକ୍ତି /ପ୍ରତିନିଧିମାନଙ୍କ ଦ୍ୱାରା ବେଳାଭୂମି ପରିଷ୍କାର କରାଯିବ ।
ପୃଥକ ଭାବରେ ଅଳିଆ/ଆବର୍ଜନା ସଂଗ୍ରହ କରାଯାଇ ଏବଂ ପୌରପାଳିକା/ପ୍ଲାଷ୍ଟିକ୍ ପୁନଃଚକ୍ରଣକାରୀଙ୍କୁ ବର୍ଜ୍ୟବସ୍ତୁ ହସ୍ତାନ୍ତର ହେବ ।ସେଲ୍ଫି ପଏଣ୍ଟର ବ୍ୟବସ୍ଥା କରାଯିବ । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରାପ୍ଲାଷ୍ଟିକ୍ ପୁନଃଚକ୍ରଣକାରୀ, GCF-ECRICCଦ୍ଵାରା ସଫଳତାର ତାଲିକା, ବନ୍ୟପ୍ରାଣୀ ବିଭାଗ ଦ୍ୱାରା କଇଁଛ ଅଣ୍ଡାଦାନ, NCSCM ଦ୍ୱାରାଜ୍ଞାନ ଉତ୍ପାଦ ପ୍ରଦର୍ଶନ କରାଯିବ ।ସାଇକ୍ଲୋଥନ/ୱାକାଥନ ଆୟୋଜିତ ହେବ ।ଡ୍ରୋନ୍ ଫଟୋଗ୍ରାଫି ଓ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁପ୍ରକାଶ କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ସୁରେଶ ପନ୍ଥ, ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ କୁମାର ଝା, ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର) ଶ୍ରୀମତୀ ଉମା ନନଦୂରୀ, ପରିବେଶ ନିର୍ଦ୍ଦେଶକ ଶ୍ରୀ କେ. ଏସ. ପ୍ରଦୀପ ଯୋଗ ଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଶ୍ରୀ ରଜତ ଅଗ୍ରୱାଲ, ନିର୍ଦ୍ଦେଶକ ଓ ବୈଜ୍ଞାନିକ(ଏଫ), ଏସସିଏମ ଡ଼ିଭିଜନ ଡ. ସଂଦୀପ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା, ପୁରୀ ବନଖଣ୍ଡ ଅଧିକାରୀ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଉଚ୍ଚାଧିକାରୀମାନେ ଆଭାସି ଯୋଗେ ଅଂଶଗ୍ରହଣ କରି ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।