Home General ବଦଳିଲା ପିପିଲି ଭୋଟ ଗ୍ରହଣ ତାରିଖ

ବଦଳିଲା ପିପିଲି ଭୋଟ ଗ୍ରହଣ ତାରିଖ

ଭୁବନେଶ୍ୱର : ପୁଣିଥରେ ବଦଳିଲା ପିପିଲି ଭୋଟ ଗ୍ରହଣ ତାରିଖ । ମଇ ୧୩ ତାରିଖ ବଦଳରେ ୧୬ ତାରିଖରେ ଏଠାରେ ମତଦାନ ହେବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

ଶ୍ରୀ ଲୋହାନି ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସଂଶୋଧିତ ନିର୍ଦ୍ଦେଶନାମା ଅନୁଯାୟୀ ୧୬ ତାରିଖରେ ଭୋଟଗ୍ରହଣ ଓ ୧୯ତାରିଖରେ ଭୋଟ ଗଣତି ପାଇଁ ଦିନ ଧାର୍ଯ୍ୟ ହୋଇଛି । ମଇ ୧୩ ତାରିଖରେ ଇଦୁଲଫିତର ପଡିବାର ସମ୍ଭାବନା ଥିବାରୁ ଭାରତର ନିର୍ବାଚନ କମିଶନ ଏହି ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ବର୍ତ୍ତମାନ ଓଡିଶା ସମତେ ସମଗ୍ର ଦେଶରେ କରୋନା ସଂକ୍ରମଣ ଜୋରଦାର ହେଉଥିବାରୁ ନିର୍ବାଚନ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି ହୋଇଛି । ପୂର୍ବଭଳି ମତଦାନ ସମୟରେ ଭୋଟରଙ୍କ ସୁରକ୍ଷା ଲାଗି ସାନିଟାଇଜର ଓ ଗ୍ଲୋବସ୍‍ ବ୍ୟବସ୍ଥା କରାଯାଉଥିବାବେଳେ ପ୍ରଚାର ସମୟରେ ଏଣିକି ରାଜନୈତିକଦଳଗୁଡିକ କୋଭିଡ ସୁରକ୍ଷା ଖର୍ଚ୍ଚ ବହନ କରିବେ ।

ସେହିଭଳି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ସଭା, ସମାବେଶ ଓ ରାଲି ଆଦି ଉପରେ କଡା କଟକଣା ଜାରି ହୋଇଛି । ରାଜନୈତିକଦଳଗୁଡିକ କେବଳ ଭର୍ଚୁଆଲ ପ୍ରଚାର କରିବେ ବୋଲି ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ କହିଛନ୍ତି ।