ଭୁବନେଶ୍ୱର : ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଅର୍ନ୍ତଜାତୀୟ ଯୁବ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ବିଶ୍ୱ ବିଦ୍ୟାଳୟ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ ସରୋଜ ଲଷ୍ମୀ ସିଂ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡ ସନ୍ତୋଷ ଷଡ଼ଙ୍ଗୀ, ଓଡିଆ ବିଭାଗର ସହକାରୀ ପ୍ରଫେସର ଡ ଗୋପାଳ କୃଷ୍ଣ ଆଚାର୍ଯ୍ୟ, ଖୋର୍ଦ୍ଧା ଏନଏସଏସର ଏଡିପିଓ ଡ ରଘୁନାଥ ମଣ୍ଡଳ, ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟର ମନୋବିଜ୍ଞାନ ବିଭାଗର ଅଧ୍ୟାପିକା ଡ ବିମଳା କୁଜୁର, ଶିକ୍ଷାବିତ୍ ଡ଼ ସୁଶାନ୍ତ ପଟ୍ଟନାୟକ, ଅର୍ଥନୀତି ବିଭାଗର ଅଧ୍ୟାପିକା ସ୍ମୃତିରେଖା ସାହୁ, ସମାଜସେବୀ ଜ୍ୟୋତିର୍ମୟୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।
ଉପସ୍ଥିତ ଅତିଥିମାନେ ଯୁବତୀ ମାନଙ୍କୁ ଏକ ସୁସ୍ଥ ଓ ସୁନ୍ଦର ଜୀବନ ଯାପନ କରିବ ପାଇଁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ର ଛାତ୍ରୀ ବିଦ୍ୟାଭରତୀ ନାୟକ, କ୍ଷଣପ୍ରଭା ରଥ ଓ ଇଣ୍ଡିଆନ ୟୁଥ ଫୋରମ ର ସ୍ୱପ୍ନା ନାୟକ ନିଜ ନିଜ ର ବକ୍ତବ୍ୟ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପିକା ଆଲିଶା ମହାପାତ୍ର, ସୁଜାତା ସାହୁ ଓ ଝରଣା ପଣ୍ଡା ଯୋଗ ଦେଇ ଯୁବତୀ ମାନଙ୍କୁ ଜୀବନରେ ଆଗକୁ ବଢିବାକୁ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମ କୁ ଇଣ୍ଡିଆନ ୟୁଥ ଫୋରମ ର ଜ୍ୟୋତିର୍ମୟୀ ମହାପାତ୍ର ସଂଯୋଜନା କରିଥିଲେ ଏବଂ ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପିକା ସ୍ମୃତିରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।