Home News in Odia ସଂସଦ ପରିସରରେ ବିଜେଡି ସାଂସଦଙ୍କ ଧାରଣା

ସଂସଦ ପରିସରରେ ବିଜେଡି ସାଂସଦଙ୍କ ଧାରଣା

ଭୁବନେଶ୍ୱର : ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ଦିନକୁ ଦିନ ବଢିଚାଲିଛି । ଜଣେ ମହିଳା ଘରୁ ବାହାରିଲେ ତା’ର କର୍ମ କ୍ଷେତ୍ରକୁ ସୁରକ୍ଷିତରେ ଘରକୁ ଫେରିବ ବୋଲି ଏହି ବିଜେପି ସରକାରରେ କୌଣସି ଗ୍ୟାରେଣ୍ଟି ନାହିଁ । ବିଗତ ଦିନରେ ଘଟିଯାଇଥିବା ଘଟଣାଗୁଡିକୁ ଗଭୀରତାର ସହ ନେଇ ବିଜୁ ଜନତା ଦଳର ସାଂସଦମାନେ ଆଜି ସଂସଦ ଭବନର ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ଲାକାର୍ଡ ଧରି ଓଡିଶାରେ ନାରୀ ଓ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ କରିଥିଲେ ।

ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟର ନ୍ୟାୟିକ ତଦନ୍ତ ଦାବି କରିବା ସହ ବଳଙ୍ଗା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ । ରାଜ୍ୟରେ ନାରୀମାନଙ୍କୁ ସୁରକ୍ଷା ଓ ସ୍ୱାଭିମାନର ସହ ବଞ୍ଚିବା ପାଇଁ ଡବଲ ଇଂଜିନ ସରକାର ଯଥେଷ୍ଟ ପଦକ୍ଷେପ ନେବାର ଆବଶ୍ୟକ ରହିଛି ବୋଲି ପ୍ରତିବାଦ କରୁଥିବା ବିଜେଡି ସାଂସଦମାନେ ଦାବି କରିଥିଲେ ।

ଏହି ଧାରଣାରେ ସାଂସଦ ଡ. ସସ୍ମିତ ପାତ୍ର, ଶ୍ରୀଯୁକ୍ତ ମାନସ ରଂଜନ ମଙ୍ଗରାଜ, ମୁଜିବୁଲ୍ଲା ଖାନ୍(ମୁନା ଖାନ୍), ଶ୍ରୀମତୀ ସୁଲତା ଦେଓ, ଶ୍ରୀଯୁକ୍ତ ନିରଂଜନ ବିଶି ଓ ଶ୍ରୀଯୁକ୍ତ ସୁବାଶିଷ ଖୁଣ୍ଟିଆ ପ୍ରମୁଖ ସାମିଲ ଥିଲେ ।