ନୂଆଦିଲ୍ଲୀ : ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଆଜି ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରି ବିଗତ ବର୍ଷକ ମଧ୍ୟରେ ନିଜ ନିର୍ବାଚନମଣ୍ଡଳୀରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟର ଏକ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ।
ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଧାୟକ ହିସାବରେ ଶ୍ରୀ ତ୍ରିପାଠୀ ନିଜ ନିର୍ବାଚନମଣ୍ଡଳୀ ପାଇଁ କି କି କାର୍ଯ୍ୟ କରିଛନ୍ତି ତାହା ଏହି ରିପୋର୍ଟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ରିପୋର୍ଟକାର୍ଡ ପୁସ୍ତକ ପାଇ ଶ୍ରୀ ନଡ୍ଡା ଖୁସିବ୍ୟକ୍ତ କରିବା ସହିତ ଏଥିପାଇଁ ବିଧାୟକ ଶ୍ରୀ ତ୍ରିପାଠୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
ଏଥି ସହିତ ବିଜେପି ଉପରେ ଥିବା ଲୋକଙ୍କର ଆଶା ଭରସାକୁ ବଜାୟ ରଖି ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ତ୍ରିପାଠୀ ମଧ୍ୟ ଦଳର ରାଷ୍ଟୟୀୟ ସଂଗଠନ ସମ୍ପାଦକ ବି.ଏଲ୍. ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଶ୍ରୀ ତ୍ରିପାଠୀ ନିଜ ନିର୍ବାଚନମଣ୍ଡଳୀରେ କରିଥିବା ବିଭିନ୍ନ କାର୍ଯ୍ୟ ସଂକ୍ରାନ୍ତରେ ସୂଚନା ଦେବା ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।