ଭୁବନେଶ୍ବର : ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷା ବିଭାଗର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀ ମିନାକ୍ଷୀ ବାହିନୀପତି କହିଥିଲେ କି ପୀଡ଼ିତା ଝିଅଟିକୁ ଦୀର୍ଘଦିନ ଧରି ଉକ୍ତ କଲେଜ ର ବିଭାଗୀୟ ମୁଖ ସମୀର ସାହୁ ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଛନ୍ତି।ଉକ୍ତ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନ ଥିବାରୁ ଛାତ୍ରୀ ଜଣଙ୍କ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରି ନିରାଶ ହେବା ପରେ ଆତ୍ମହତ୍ୟା କରିବାକୁ ଶେଷ ନିଷ୍ପତି ନେଇଥିଲେ। ଶରୀରର ୯୦ ଭାଗ ପୋଡିଯାଇଥିବା ଉକ୍ତ ଛାତ୍ରୀ ଜଣଙ୍କ ଗୁରୁତର ହୋଇ ଏମ୍ସ ହସ୍ପିଟାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି।
ଏହି ଘଟଣା ଓଡ଼ିଶାର ଶିକ୍ଷା,ପ୍ରଶାସନ ଓ ନାରୀ ସୁରକ୍ଷା ବ୍ୟବସ୍ଥାର ସମ୍ପୂର୍ଣ ବିଫଳତା ପ୍ରମାଣ କରୁଛି ବୋଲି ଶ୍ରୀମତୀ ବାହିନୀପତି କହିଥିଲେ । ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ତେଣୁ କଂଗ୍ରେସ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ଥଫା ଦାବି କରିବା ସହ ଭାରାପ୍ରାପ୍ତ ଅଧ୍ୟକ୍ଷ ଙ୍କ ଗିରଫ ଦାବି ଏବଂ ଏକ ଅଭିଜ୍ଞ ମହିଳା ବିଚାରପତିଙ୍କ ଦ୍ଵାରା ନ୍ୟାୟିକ ତଦନ୍ତ କରାଯାଉ ବୋଲି ଶ୍ରୀମତୀ କହିଥିଲେ।ପୀଡ଼ିତା ଙ୍କୁ ଭେଟିବା ପାଇଁ ମହିଳା କଂଗ୍ରେସ ତରଫରୁ ଯାଇଥିବା ପ୍ରତିନିଧି ଦଳକୁ ଏବିଭିପି ର ଜଣେ ରାଜ୍ୟ ସଦସ୍ୟା ଅଶାଳୀନ ବ୍ୟବହାର ପ୍ରଦର୍ଶନ ପୂର୍ବକ ଭିତରକୁ ଯିବାପାଇଁ ଦେଉ ନଥିଲେ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ବାହିନୀପତି ପ୍ରକାଶ କରିବା ସହ ଏହା କଣ ଏବିଭିପି ର ଶିଷ୍ଟାଚାର ବୋଲି ସେ ପ୍ରଶ୍ନ କରିଥିଲେ।
ଛାତ୍ରୀ ଅଭିଯୋଗ ପରେ ମହାବିଦ୍ୟାଳୟ କମିଟି ଗଠନ କଲା ଯାହାକି ପୂର୍ବରୁ ୟୁଜିସି ନିୟମାନୁସାରେ କମିଟି ଗଠନ କରିବା କଥା କିନ୍ତୁ ଛାତ୍ରୀଙ୍କ ଅଭିଯୋଗ ପରେ ଗଠନ ହେଲା।ଯେହେତୁ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ସେଥିପାଇଁ ଏହି ଘଟଣାରେ ସଠିକ୍ ଦାଇତ୍ୱ ତୁଲାଇନାହାନ୍ତି ଭାରାପ୍ରାପ୍ତା ଅଧ୍ୟକ୍ଷ। ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ତାଙ୍କ ଉପରେ ହୋଇଥିବା ନିର୍ଯାତନା ପ୍ରସଙ୍ଗରେ ସାଂସଦ, ବିଧାୟକ ଏବଂ ପୋଲିସ କୁ ଜଣାଇଥିଲେ ବି କେହି ଏହାକୁ ଗୁରୁତ୍ଵର ସହ ନେଲେନାହିଁ ବୋଲି ନାରୀ ନ୍ୟାୟ ବାହିନୀ ଅବାହାକ ପ୍ରଫେସର (ଡ଼) ଗାୟତ୍ରୀ ବିଶ୍ଵାଳ ଉଦବେଗ ପ୍ରକାଶ କରିଥିଲେ।
ଛାତ୍ରୀ ଜଣଙ୍କ ଟୁଇଟ ମାଧ୍ୟମରେ ମଧ୍ୟ ସିଏମଓ,କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ,ମହିଳା କମିଶନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ସୁଦ୍ଧା ସେମାନେ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେଇନାହାନ୍ତି ତେଣୁ କଂଗ୍ରେସ ଦଳ ଏହାକୁ ଦୃଢ଼ ନିନ୍ଦା କରୁଛି ବୋଲି ପିସିସି ମୁଖପାତ୍ର ସୋନାଲି ସାହୁ କ୍ଷଭୋ ପ୍ରକାଶ କରିଥିଲେ। ପୀଢ଼ିତା ନ୍ୟାୟ ପାଇବାପାଇଁ କଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ବର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଯୋଗାଯୋଗ ବି କରିଛନ୍ତି , କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଶେଷରେ ହତାଶ ହୋଇ ସେ ଆତ୍ମହତ୍ୟା କରିବାପାଇଁ ନିଷ୍ପତ୍ତି ନେଲେ ।
ଏବିଭିପି ଛାତ୍ର ସଂଗଠନଙ୍କର ସେ ଜଣେ ସଭ୍ୟା ଥାଇ ମଧ୍ଯ ତାଙ୍କ ନିଜ ସଂଗଠନ ଓ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ତେଣୁ ଓଡ଼ିଶାର ସମସ୍ତ କ୍ୟାମ୍ପସରେ ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ବୋଲି ପିସିସି ମୁଖପାତ୍ର ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ।ଓଡ଼ିଶାରେ ସରକାରୀ ଓ ବେସରକାରୀ ଶିକ୍ଷାବିଭାଗର କ୍ୟାମ୍ପସରେ ମହିଳା ଅସୁରକ୍ଷିତ। ସୁତରାଂ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷ ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ଏବଂ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଦାବୀ କରିଛି କଂଗ୍ରେସ।
ଡବଲ ଇଞ୍ଜିନ ସରକାରରେ ମହିଳା।ମାନେ ସୁରକ୍ଷିତ ନୁହନ୍ତି।ଯେଉଁମାନେ ନ୍ୟାୟ ପାଇଁ ଦାବି କରନ୍ତି ସେମାନେ ଦମନ ର ଶିକାର ହୁଅନ୍ତି ବୋଲି ମୁଖପାତ୍ର ଡ଼ ମନିଷା ଦାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦିକା ମଧୁସ୍ମିତା ସେଠି,ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର, ମହିଳା କଂଗେସ ଉପସଭାନେତ୍ରି ପ୍ରଣତି ମିଶ୍ର,କୁସୁମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।