Home News in Odia ପୌର ଅକାଉଣ୍ଟାଣ୍ଟଙ୍କୁ ଇଣ୍ଡକ୍ସନ୍ ଟ୍ରେନିଂ

ପୌର ଅକାଉଣ୍ଟାଣ୍ଟଙ୍କୁ ଇଣ୍ଡକ୍ସନ୍ ଟ୍ରେନିଂ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହନିର୍ମାଣ  ଓ ନଗର ଉନ୍ନୟନ ବିଭାଗ, ତରଫରୁ   ଅର୍ବାନ ଲୋକାଲ୍ ବଡି ମାନଙ୍କରେ ନବ ନିଯୁକ୍ତ ଅକାଉଣ୍ଟାଣ୍ଟମାନଙ୍କ ପାଇଁ  ଏକ ୪୦ ଦିନିଆ ଇଣ୍ଡକ୍ସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱରରେ ଆୟୋଜିତ ହେଉଛି।

ଏହି ତାଲିମ କାର୍ଯ୍ୟକ୍ରମକୁ  ମୁନିସିପାଲ୍ ଆଡମିନିଷ୍ଟ୍ରେସନ୍ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ  ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, “ପୌର ଅକାଉଣ୍ଟାଣ୍ଟମାନେ ସହରାଞ୍ଚଳ ଆର୍ଥିକ ପରିଚାଳନା ଓ ଶାସନର ମୂଳ ଅଂଗ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାନ୍ତି। ଏହି ପ୍ରଶିକ୍ଷଣ ତାଙ୍କୁ ବୃହତ୍ ଜ୍ଞାନ ଓ ଅନୁଭବ ଦେଇ ସାମର୍ଥ୍ୟଶାଳୀ କରିବ।”

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅର୍ଥ ପରାମର୍ଶଦାତା ଶିଖା ବିଶ୍ୱାଳ, କୋର୍ସ ଡାଇରେକ୍ଟର ଶ୍ରୀ ବିଭୁଦତ୍ତ ଆଚାର୍ଯ୍ୟ ଓ  ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ୪୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହରାଞ୍ଚଳ ଶାସନ, ରାଜସ୍ୱ ବ୍ୟବସ୍ଥାପନ, ଅଡିଟ୍, ପ୍ରକଳ୍ପ ବିତ୍ତ ପରିଚାଳନା, ହିସାବ ଦାଖଲ, ବ୍ୟବହାରିକ ଅଭ୍ୟାସ ଓ କ୍ଷେତ୍ର ଅଭିଜ୍ଞତା ଉପରେ  ତାଲିମ ଦିଆଯିବ। ଏହି ଉଦ୍ୟମ ରାଜ୍ୟରେ ଏକ ଦାୟିତ୍ୱପୂର୍ଣ୍ଣ, ପାରଦର୍ଶୀ ଓ ପ୍ରଭାବଶାଳୀ ସହରାଞ୍ଚଳ ପ୍ରଶାସନ ବ୍ୟବସ୍ଥା ତିଆରି କରିବା ଲକ୍ଷ୍ୟକୁ ସାକାର କରିବ ବୋଲି ଆଶା l